Home ଜିଲ୍ଲା ପରିକ୍ରମା ନାନ୍ଦୀମୁଖର ଅନ୍ତଃସ୍ୱର ପୁସ୍ତକର ଲୋକାର୍ପଣ

ନାନ୍ଦୀମୁଖର ଅନ୍ତଃସ୍ୱର ପୁସ୍ତକର ଲୋକାର୍ପଣ

25

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତ୍ୟକ ପୁସ୍ତକର ମୁଖବନ୍ଧ ଠିକ ବିବାହ ଉତ୍ସବର ନାନ୍ଦୀମୁଖ ଭଳି। ପତ୍ରିକା ବା ଯେ କୌଣସି ବହିର ସମ୍ପାଦକୀୟ ମୁଖବନ୍ଧ ଗୁଡିକ ବେଶ ଚିନ୍ତା ଓ ଚେତନା ଉଦ୍ରେକକାରୀ ସାରସ୍ୱତ ପ୍ରସଙ୍ଗର ଅବତାରଣା କରିଥାଏ। ସେ ଦୃଷ୍ଟିରୁ କୈଳାସ ଚନ୍ଦ୍ର ପଣ୍ଡାଙ୍କ ସଂକଳିତ ଗଦ୍ୟ ସଂକଳନ ନାନ୍ଦୀମୁଖର ଅନ୍ତଃସ୍ୱର ସାରସ୍ୱତ ଜଗତକୁ ଏକ ଭିନ୍ନ ଅବଦାନ ବୋଲି ଆଜି ପ୍ରେମ ପୃଥିବୀ ପରିବାର ଓ ଟାଇମପାସ ଆୟୋଜିତ ପୁସ୍ତକ ପର୍ବରେ ମତ ପ୍ରକାଶ ପାଇଛି। ଆରଡ଼ିଛକ ସ୍ଥିତ ପ୍ରେମନଗର ଠାରେ ଆୟୋଜିତ କଥାକାର ପବିତ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ବରିଷ୍ଠ ସାହିତ୍ୟିକ ଅଧ୍ୟାପକ ବିଶ୍ୱରଞ୍ଜନ, ପ୍ରାବନ୍ଧିକ ଡ଼. ବ୍ରଜମୋହନ ମିଶ୍ର ମୁଖ୍ୟବକ୍ତା, ସାହିତ୍ୟନୁରାଗୀ କର୍ନେଲ ଶରତ ମହାପାତ୍ର ସମ୍ମାନିତ ବକ୍ତା, ଡ଼. ପ୍ରମୋଦ କୁମାର ନାୟକ ସମୀକ୍ଷକ ଭାବେ ଯୋଗଦାନ କରିଥିଲେ। ଟାଇମପାସର ପ୍ରକାଶକ ତଥା ଲେଖକ ସରୋଜ ବଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ତ୍ୟାଗଭୂମିର ସଭାପତି ଅଜୟ ନାୟକ ସ୍ୱାଗତ ସମ୍ଭାଷଣ ଏବଂ କବୟିତ୍ରୀ ସଂଯୁକ୍ତା ବଳ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ନାନ୍ଦୀମୁଖର ଅନ୍ତଃସ୍ୱର ସହ ପ୍ରେମ ପୃଥିବୀର ୨୦୨୬ ବିଶେଷାଙ୍କ ଲୋକାର୍ପିତ ହେବାସହ ଅଧ୍ୟାପକ ବିଶ୍ୱରଂଜନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଭବ୍ୟ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଡ଼. ଶଶଧର ଦାସ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ପ୍ରଫେସର ବାସୁଦେବ ବାରିକ, ଡ଼. ଗୋଲକ ବିହାରୀ ସାହୁ, ଡ଼. ରାମଚନ୍ଦ୍ର ପଣ୍ଡା ପ୍ରମୁଖ ପ୍ରକାଶିତ ପୁସ୍ତକ ଓ ଲେଖକଙ୍କୁ ସୁମନାସ ଜଣାଇଥିଲେ। ଶେଷରେ ଅଭିଜିତ ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନ୍ନପୂର୍ଣ୍ଣା ପଣ୍ଡା, ଅବିନାଶ ପଣ୍ଡା, ବିଜୟ କୁମାର ବହଳି, ଯୋଗ୍ୟଶ୍ରୀ ସାମଲ, ବାଦଲ ମହାପାତ୍ର ଓ ଅନୁରାଧା ପଣ୍ଡା ପ୍ରମୁଖ ସଭା ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.