Home ଓଡ଼ିଶା ରାସ୍ତାରେ ଥିବା ଟ୍ରାକ୍ଟର ଡାଲାରେ ଗାଡି ପିଟିହୋଇ ଜଣେ ମୃତ,୩ଜଣ ଗୁରୁତର

ରାସ୍ତାରେ ଥିବା ଟ୍ରାକ୍ଟର ଡାଲାରେ ଗାଡି ପିଟିହୋଇ ଜଣେ ମୃତ,୩ଜଣ ଗୁରୁତର

49

ମାଲକାନଗିରି,୧୩ା୭ (ଓଡିଆ ପୁଅ ) ମଝିରାସ୍ତାରେ ଖରାପହୋଇ ପଡିରହିଥିବା ଟ୍ରାକ୍ଟର ଡାଲାରୋ ଏକ ଲୁନା ପିଟିହୋଇ ଜଣେ ମୃତ୍ୟୁ ହେବାସହିତ ଲୁନା ରେ ବସିଥିବା ଜଣେ ଯୁବକ ଆହତ ହୋଇଥିବା ବେଳେ ଆଉ ଏକ ବଲେରୋ ଗାଡି ଧକ୍କାଲାଗି ୨ଜଣ ଗୁରୁତର ଆହତ ହୋଇଛନ୍ତି । ଏମିତି ମର୍ମଦୁନ୍ତ ଦୁର୍ଘଟଣା ଘଟିଛି ମାଲକାନଗିରି ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ଏମଭି୭୯ ଥାନାସ୍ଥ ଏମଭି୭୨ ଗ୍ରାମନିକଟ ବିଏସଏଫ କ୍ୟାମ୍ପ ନିକଟରେ । ପୁଲିସ ସୁଚନା ଅନୁଯାଇ ଗତ କାଲି ଅପରାହ୍ନରେ ଏମଭି୭୨ ଗ୍ରାମର ମନିମଣ୍ଡଳ ଙ୍କ ଟ୍ରାକ୍ଟର ଫଥର ଚିପ୍ସ ବୋଝେଇ କରି ଗ୍ରାମକୁ ଆଣୁଥିବା ବେଳେ ଜାତିୟ ରାଜପଥ ବିଏସଏଫ କ୍ୟାମ୍ପ କୁମ୍ଭାର ପଡା ଛକ ଠାରେ ଟ୍ରାକ୍ଟର ଡାଲା ଚକର ବେରିଂଭାଙ୍ଗି ଯାଇଥିଲା । ଡ୍ରାଇଭର ଜାତୀୟ ରାଜପଥ ରାସ୍ତାମଝିରେ ଚିପ୍ସବୋଝେଇ ଟ୍ରାକ୍ଟରଟିକୁ ଛାଡିଦେଇ ଘରକୁ ପଳାଇଥିଲେ । ସନ୍ଧ୍ୟା ରେ ଏମଭି୧୨୬ ଗ୍ରାମର ବ୍ରଜେନ ମଣ୍ଡଳ(୫୬) ନାମକ ଜଣେ ବ୍ୟକ୍ତି ତାଙ୍କର ସାଙ୍ଗ ଜଗା ମଣ୍ଡଳ ସହ ଏକ ଲୁନା ଗାଡିରେ ଏମଭି୭୨ ଗ୍ରାମକୁ ତ୍ରିନାଥ ମେଳାର ଭୋଗ ଦେବାକୁ ଯାଉଥିଲେ । ରାସ୍ତା ମଝିରେ ଟ୍ରାକ୍ଟର ଟି ରହିଥିବାର ହଟାତ ଜାଣିନପାରି ଟ୍ରାକ୍ଟର ଡାଲାରେ ଲୁନା ପିଟିହୋଇ ଯାଇଥିଲା । ଦୁହେଁ ଦୁରକୁ ଛିଟିକି ପଡି ଆହତ ଥିଲେ, ସେହି ରାସ୍ତାରେ ଯାଉଥିବା କିଚି ଲୋକ ଏହା ଦେଖି ସଙ୍ଗସଙ୍ଗେ ୧୦୮ ଆମ୍ବୁଲାନ୍ସ କୁ ଫୋନକରି କାଲିମେଳା ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ନିମନ୍ତେ ପଠାଇ ଦେଇଥିଲେ । ଚିକିତ୍ସା ପୁବ ର୍ରୁ ବ୍ରଜେନ ମଣ୍ଡଳଙ୍କ ମୃତ୍ୟୁ ହୋଇଯାଇଥିଲା । ତାଙ୍କର ସାଙ୍ଗ ଜଗା ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏହି ଦୁର୍ଘଟଣା ଘଟିବାର କିଛି ସମୟରେ ପରେ ରାତ୍ର୯ଟା ରେ ସେହି ରାସ୍ତାରେ ଏମଭି୮୧ ଗ୍ରାମର ଗୋପାଳ ରାୟ ଓ ତାଙ୍କର ଜଣେ ବନ୍ଧୁ ଏକ ବଲେରୋ ଗାଡିରେ ଯାଉଥିବା ବେଳେ ରାସ୍ତା ମଝିରେ ପଡିରହିଥିବା ଟ୍ରାକ୍ଟର ଡାଲାରେ ବଲେରୋ ଗାଡି ପିଟି ହୋଇଯାଇ ଗାଡିର ଆଗ ଭାଗ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଇଥିଲା । ଗାଡିରେ ଥିବା ଗୋପାଳ ଓ ତାଙ୍କର ବନ୍ଧୁ ଗୁରୁତର ଭାବେ ଆହତ ହୋଇଥିଲେ । ନିକଟରେ ଥିବା ଗ୍ରାମବାସୀ ଏହି ମର୍ମଦୁନ୍ତ ଦୁର୍ଘଟଣା ଦେଖି ସଙ୍ଗେ ସଙ୍ଗେ ସେମାନଙ୍କୁ ଗାଡିରୁ ଉଦ୍ଧାର କରି ତାଙ୍କପରିବାର ଙ୍କୁ ଜଣାଇ ଥିଲେ । ସେ ଦୁହିଁଙ୍କ ଅବସ୍ଥା ଗୁରୁତର ଥିବାରୁ ଆନ୍ଦ୍ରପ୍ରଦେଶ ଭଦ୍ରାଚଳମ ହସପିଟାଲକୁ ଚିକିତ୍ସା ନିମନ୍ତେ ପଠାଇଦିଆ ଯାଇଛି । ଏହି ଘଟଣା ଏମଭି୭୯ ଥାନା ପୁଲିସ ଜଣିବା ପରେ ଘଟଣାସ୍ଥଳରେ ଥାନା ଅଧିକାରୀ ଅଶୋକ କୁମାର ବିଷୋୟୀ,ଏଏସଆଇ ରମେଶଚନ୍ଦ୍ର ନାୟକ ପୁଲିସ ସଦଳବଳ ଘଟଣାସ୍ଥଳରେ ପହଁଚି ଟ୍ରାକ୍ଟର ଓ ବଲେରୋ ଗାଡି ଜବତ କରିବା ସହିତ ରାସ୍ତାରୁ ଦୁଇଟି ଗାଡିକୁ ହଟାଇଦେଇ ଥିବାର ଜଣାପଡିଛି । ଏମଭି୭୯ ଥାନା କେସ ନମ୍ବର ୫୫/୨୦୨୧ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.