Home ଅପରାଧ ରାସ୍ତାରେ ଖାଲ ଯୋଗୁ ଦୁଇ ଦିନରେ ଦୁଇଟି ଦୁର୍ଘଟଣା

ରାସ୍ତାରେ ଖାଲ ଯୋଗୁ ଦୁଇ ଦିନରେ ଦୁଇଟି ଦୁର୍ଘଟଣା

121

ଯାଜପୁର୧୪ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଜାତୀୟ ରାଜପଥ ଓ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ରାସ୍ତା ଗୁଡିକ ଖାଲଖମାରେ ଭର୍ତି ହୋଇଛି । ଏହାର ମରାମତି ଅଭାବରୁ ରାସ୍ତାରେ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଯାହାର ଉଦାହରଣ ଦୁଇ ଦିନରେ ଦୁିଇଟି ସଡକ ଦୁର୍ଘଟଣା ଘଟିଛି । ୧୬ ନମ୍ବର ଜାତୀୟ ରାଜପଥର ପଥରପଦା ନିକଟରେ ବୁଧବାର ରାତ୍ରୀରେ ଖାଲରେ ପଡି ଭାରସାମ୍ୟ ହରାଇ କଲିକତାରୁ ଆନ୍ଦ୍ର ଯାଉଥିବା ଏକ ବିସ୍କୁଟ ବୋଝେଇ ଟ୍ରକ ରାସ୍ତା ଉପରେ ଓଲଟି ପଡିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଘଟଣାସ୍ଥଳେ ପୁଲିସ ପହଂଚି ଡ୍ରାଇଭର ଓ ଖଲାସୀକୁ ଡାକ୍ତରଖାନା ପଠାଇ ରାତାରାତି ଗାଡିଟିକୁ ଉଠାଇବା ସହ ଯାତାୟତ ସ୍ୱଭାବିକ କରିଥିଲା । ସେହିପରି ସଠିପୁର ଯାଜପୁର ରାସ୍ତାରେ ଆଜି ଏକ ବାଲିବୋଝେଇ ହାଇୱା ଆସୁଥିବା ବେଳେ ରୁଢିଆ ଜଳସେଚନ ବିଭାଗ କାର୍ଯ୍ୟାଳୟ ନିକଟସ୍ଥ ଖାଲରେ ପଡି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଫଳରେ ଗାଡିର ଆଗ ସମ୍ପୂର୍ଣ୍ର ଭାଙ୍ଗିରୁଜ୍‌ି ଯିବା ସହ ଚାଳକ ଗୁରୁତର ଆହତ ହୋଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.