Home ଅପରାଧ  ପୁଲିସର ତଦନ୍ତର ମନ୍ଥରତାକୁ ନେଇଏସପିଙ୍କୁ ଭେଟିଲେ ବ୍ୟବସାୟୀ ସଂଘ

 ପୁଲିସର ତଦନ୍ତର ମନ୍ଥରତାକୁ ନେଇଏସପିଙ୍କୁ ଭେଟିଲେ ବ୍ୟବସାୟୀ ସଂଘ

79

ଯାଜପୁର୧୪ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାଣିକୋଇଲି ଥାନା ଅନ୍ତର୍ଗତ ଶର୍ମା ପେଟ୍ରୋଲ ପମ୍ପ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଅରମାନ ଇଲେକ୍ଟ୍ରିକାଲସ ନାମକ ଏକ ଗ୍ୟାରେଜରୁ ଗତ ଅକ୍ଟୋବର ମାସ ୬ ତାରିଖ ଦିନ ଦୁର୍ବୁତ ମାନେ ତାଲା ଭାଙ୍ଗି କାମ ହେବା ଲାଗି ଥିବା ବିଭିନ୍ନ ସାମଗ୍ରୀ ସହ ନଗଦ ଅର୍ଥ ଯାହାକି ଅଢେଇ ଲକ୍ଷରୁ ଉର୍ଦ୍ଧ ଟଙ୍କାରଚୋରି ହେବା ସହ ପ୍ରମାଣ ଲିଭାଇବା ଲାଗି ଗ୍ୟାରେଜରେ ଲାଗିଥିବା ସିସିଟିଭିର ରେକର୍ଡ଼ର ଓ କମ୍ପ୍ୟୁଟର ସିପିୟୁକୁ ମଧ୍ୟ ନେଇଯାଇଥିଲେ । ଗ୍ୟାରେଜ ମାଲିକ ଶେଖ ଚନ୍ଦାଙ୍କ ଠାରୁ ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳକୁ ଆସି ଛାନଭିନ କରିଥିଲେ ମଧ୍ୟ କୈାଣସି ସୁଫଳ ପାଇପାରି ନାହିଁ । ଏ ସଂକ୍ରାନ୍ତରେ ପାଣିକୋଇଲି ପୁଲିସ ଏକ ମାମଲା ୧୯୯/୧୯ ଋଜୁ କରିଛି । ମାତ୍ର ଘଟଣାକୁ ଏକ ମାସ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ପୁଲିସକୁ କୈାଣସି ସଫଳତା ମିଳିନଥିବାରୁ ଏବଂ ଗତ ବିଳମ୍ବିତ ରାତିରେ ଗ୍ୟାରେଜର ବିପରୀତ ଦିଗରେ ଛିଡ଼ା ହୋଇଥିବା ଏକ ଟ୍ରକରୁ ମାରଣାସ୍ତ୍ର ଦେଖାଇ ଟଙ୍କା ଓ ମୋବାଇଲ ଲୁଟ ହେବା ପରେ ସ୍ଥାନୀୟ ଜନ ସାଧାରଣଙ୍କର ଆକ୍ରୋଶ ମନୋଭାବ ସୃଷ୍ଟି ହୋଇଛି । ଏ ନେଇ ଗୁରୁବାର ଦିନ ବାବା ବିଶ୍ୱକର୍ମା ଆସୋସିଏସନର ସଭାପତି କୈଳାସ ଚନ୍ଦ୍ର ବିଶ୍ୱାଳ ଓ ସମ୍ପାଦକ ଶେଖାୱତ ଅଲ୍ଲୀଙ୍କ ସମେତ ଶେଖ ଚନ୍ଦା, ସୁଧାଂଶୁ ଘଡ଼ାଇ, ଶ୍ୟାମ ଦାସ, ମିର୍ଜା ଖାଲିଲ ବେଗ, ବିଶ୍ୱନାଥ ନାୟକ, ଶେଖ ଇକ୍ରାମ, ଧର୍ମେନ୍ଦ୍ର ନାୟକ, ପ୍ରତାପ ମହାପାତ୍ର, ସାକିର ଅହମ୍ମଦ ଖାନ, ରହିମ ଖାନ, ଅନୀଲ ଜୟଶ୍ୱାଲ, ସମୀର କୁମାର ପଣ୍ଡା, ଶେଖ ସାହାବୁଦ୍ଦିନ, ଅଚ୍ୟୁତାନନ୍ଦ ଦାଶ, ରଂଜିତ ମଲ୍ଲିକ, ତପନ ଜେନା, ସନୀତ ମଲ୍ଲିକଙ୍କ ସମେତ ସମସ୍ତ ଗ୍ୟାରେଜ ମାଲିକ ଓ କର୍ମଚାରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରିବା ଲାଗି ଯାଇଥିଲେ । ମାତ୍ର ଆରକ୍ଷୀ ଅଧିକ୍ଷକ ନଥିବାରୁ ଉପ ଆରକ୍ଷୀ ଅଧିକ୍ଷକ ଅକ୍ଷୟ କୁମାର ଦାସ ସେମାନଙ୍କ ଠାରୁ ଦାବିପତ୍ର ଗ୍ରହଣ କରିଥିଲେ । ଉକ୍ତ ଚୋରୀ ଓ ଡ଼କାୟତି ଘଟଣାରେ ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତିକୁ ନେଇ ସ୍ଥାନୀୟ ଲୋକମାନେ ସନ୍ଦେହ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.