Home ଜିଲ୍ଲା ପରିକ୍ରମା ରାସ୍ତାପାଶ୍ୱର୍ ଦୋକାନୀଙ୍କୁ ଉଚ୍ଛେଦ ପ୍ରତିବାଦରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ରାସ୍ତାପାଶ୍ୱର୍ ଦୋକାନୀଙ୍କୁ ଉଚ୍ଛେଦ ପ୍ରତିବାଦରେ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

48

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ସାରା ଭଦ୍ରକ ପୌରପାଳିକା ଅଂଚଳରେ ଯେଉଁ ରାସ୍ତା ପାଶ୍ୱର୍ ଦୋକାନୀମାନେ ଜୀବିକା ଅର୍ଜନ କରୁଥିଲେ, ପୌର କର୍ତ୍ତୃପକ୍ଷ ସହରକୁ ସୁନ୍ଦର କରିବା ଆଳରେ ସେମାନଙ୍କୁ ବେଆଇନ୍ ଭାବେ ଉଚ୍ଛେଦ କରିବା ପାଇଁ ଆଦେଶ ଦେଇଛନ୍ତି । ଏହି ବେଆଇନ୍ ଉଚ୍ଛେଦକୁ ବନ୍ଦ କରିବା ପାଇଁ ଦାବିକରି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ କରୋନା ମହାମାରୀ ସମୟରେ ରାସ୍ତା ପାଶ୍ୱର୍ ଦୋକାନୀମାନେ ଜୀବିକା ହରାଇ ଭୋକରେ ଦିନ କାଟୁଥିବାବେଳେ ସରକାର ୩ ହଜାର ଟଙ୍କା ଆର୍ଥିକ ସହାୟତା ଦେଇଥିଲେ । ଏବଂ ସରକାରଙ୍କ ପକ୍ଷରୁ ପଥପାଶ୍ୱର୍ ଦୋକାନୀମାନଙ୍କୁ ଭେଣ୍ଡିଂ ଭୋନ୍ ଆକ୍ଟର ଫର୍ମ -।।ା ପାରା ୭ ଅନୁସାରେ ଭେଣ୍ଡିଂ ସାର୍ଟିଫିକେଟ୍ ଦେଇଅଛନ୍ତି । ସେହି ସାର୍ଟିଫିକେଟ୍ ମୂଳେ ପ୍ରାୟତଃ ପଥପାଶ୍ୱର୍ ଦୋକାନୀଙ୍କୁ ୧୦ ହଜାର ଟଙ୍କା ଲୋନ୍ ମଧ୍ୟ ଦେଇଛନ୍ତି । ପରିତାପର ବିଷୟ କରୋନା ମହାମାରୀ ବେଳେ ଏହି ଦୋକାନୀମାନଙ୍କୁ ‘ବାଟ ନାଶ କରେ ଝିପିରି ପାଣି, କୂଳ ନାଶକରେ ତିନି ଠାୟାଣି’ ପରି ସେମାନଙ୍କୁ ବିଭିନ୍ନ ସମୟରେ ଏଠୁ ନେଇ ସେଠି କରାଯାଉଥିବାର ପ୍ରତିବାଦ କରିଥିଲେ । ଏହି ପ୍ରତିବାଦ ସଭାରେରେ ସହରର ବନ୍ତଛକ ଅଂଚଳର ସମସ୍ତ ଉଠାଦୋକାନୀ, ଶ୍ରମିକ ନେତା ଦିବ୍ୟସିଂହ ନାୟକ, ବ୍ରଜ ସାହୁ, ମଙ୍ଗରାଜ ମଲିକ, ଗୋଲାମ ଖାଁ, ଧନୀ ଜେନା, ବଳଭଦ୍ର ପଣ୍ଡା, ସେକ୍ ଅସରଫ, ମଜୋହର କାଦରୀ, ଶଙ୍କର୍ଷଣ ସାହୁ, ଆଶୁତୋଷ ସାହୁ, ସୁଲତାନ ଖାଁ, ସବିର ଖାଁ, ସେକ୍ ଅଜଗର, ସଦମ ଖାନ, ଗୋପାଳ ବାରିକ, ଅବଦୁଲ ଖାଲିକ, ବିଶ୍ୱନ ପାଢୀ, ଗୋରା ଖାଁ, ଗନୀ ଖାଁ, ଗୋରା ଖାନ ପ୍ରମୁଖ ଯୋଗଦେଇ ଏହି ବେଆଇନ୍ ଉଚ୍ଛେଦ ବନ୍ଦ କରିବା ପାଇଁ ଦାବି କରିଥିଲେ । ଏହି ବେଆଇନ୍ ଉଚ୍ଛେଦ ବନ୍ଦ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରିବାକୁ ସିଟୁ ନେତା ଦିବ୍ୟସିଂହ ନାୟକ ଆହ୍ୱାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.