Home ଓଡ଼ିଶା ନୟାଗଡ଼ ସ୍ୱୟଂଶାସିତ କଲେଜ ଶେଷବର୍ଷ +୩ଡିଗ୍ରୀ ଓ ପିଜି ପରୀକ୍ଷା ଫଳ ପ୍ରକାଶ

ନୟାଗଡ଼ ସ୍ୱୟଂଶାସିତ କଲେଜ ଶେଷବର୍ଷ +୩ଡିଗ୍ରୀ ଓ ପିଜି ପରୀକ୍ଷା ଫଳ ପ୍ରକାଶ

111

ନୟାଗଡ଼, ୨୯ା୧୦(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଶେଷବର୍ଷ +୩ଡିଗ୍ରୀ ଓ ପିଜି ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। କଳା, ବାଣିଜ୍ୟ ଓ ବିଜ୍ଞାନରେ ସମୁଦାୟ ୮୭.୬୯% ହୋଇଛି। ଏହି ତିନୋଟି ଯାକ ଷ୍ଟ୍ରିମ୍‌ରେ ସମୁଦାୟ ୬୫୮ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ଫର୍ମ ଫିଲ୍‌ଅପ୍ କରିଥିଲାବେଳେ ସେମାନଙ୍କ ମଧ୍ୟରୁ ୫୭୭ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଥମ ଶ୍ରେଣୀ ଡିଷ୍ଟିଂଙ୍କସନ୍ ଅନର୍ସରେ ୨୯୦ଜଣ, କେବଳ ପ୍ରଥମ ଶ୍ରେଣୀରେ ୨୩୩ଜଣ, ଦ୍ୱିତୀୟ ଶ୍ରେଣୀ ଡିଷ୍ଟିଂଙ୍କସନ୍ ଅନର୍ସରେ ୪ଜଣ, କେବଳ ଦ୍ୱିତୀୟ ଶ୍ରେଣୀରେ ୫୦ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୮୧ଜଣ ଫେଲ୍ ହୋଇଛନ୍ତି। କେବଳ କଳା ସ୍ରୋତରେ ୨୩୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲାବେଳେ ସେମାନଙ୍କ ମଧ୍ୟରୁ ୨୧୬ଜଣ ପାଶ୍ ଓ ୧୬ଜଣ ଫେଲ୍ ହୋଇଛନ୍ତି। କଳା ସ୍ରୋତ ପ୍ରଥମ ଶ୍ରେଣୀ ଡିଷ୍ଟିଂଙ୍କସନ୍ ଅନର୍ସରେ ୧୨୭ଜଣ, କେବଳ ପ୍ରଥମ ଶ୍ରେଣୀରେ ୫୮ଜଣ, ଦ୍ୱିତୀୟ ଶ୍ରେଣୀ ଡିଷ୍ଟିଂଙ୍କସନ୍ ଅନର୍ସରେ ୩ଜଣ, କେବଳ ଦ୍ୱିତୀୟ ଶ୍ରେଣୀରେ ୨୮ଜଣ ରହିଛନ୍ତି। ଯାହାକି ୯୩.୧୦ ପ୍ରତିଶତ ରହିଛି। ସେହିପରି ବାଣିଜ୍ୟ ସ୍ରୋତରେ ସମୁଦାୟ ୧୦୮ଜଣ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୭୭ଜଣ ପାଶ୍ କରିଛନ୍ତି। ଏଥିରେ କୌଣସି ଛାତ୍ରଛାତ୍ରୀ ଫେଲ୍ ହୋଇନାହାନ୍ତି। ପ୍ରଥମ ଶ୍ରେଣୀ ଡିଷ୍ଟିଂଙ୍କସନ୍ ଅନର୍ସରେ ୨୬ଜଣ ଛାତ୍ରଛାତ୍ରୀ ରହିଥିବାବେଳେ କେବଳ ପ୍ରଥମ ଶ୍ରେଣୀରେ ୩୦ଜଣ, ଦ୍ୱିତୀୟ ଶ୍ରେଣୀ ଡିଷ୍ଟିଂଙ୍କସନ୍ ଅନର୍ସରେ ଜଣେ, ଦ୍ୱିତୀୟ ଶ୍ରେଣୀ ଡିଷ୍ଟିଂଙ୍କସନ୍ ଅନର୍ସରେ ୨୦ଜଣ ଓ କେବଳ ଦ୍ୱିତୀୟ ଶ୍ରେଣୀରେ ୩୧ ଜଣ ରହିଛନ୍ତି। ଯାହାକି ୭୧.୩୦ ପ୍ରତିଶତ ପାଶ୍ ହାର ରହିଛି। ବିଜ୍ଞାନ ସ୍ରୋତରେ ସମୁଦାୟ ୩୧୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୮୪ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯାହାକି ବିଜ୍ଞାନ ସ୍ରୋତରେ ୮୯.୩୧ ପ୍ରତିଶତ ରେଜଲ୍ଟ ହୋଇଛି। ଏଥିରେ ୧୩୭ଜଣ ପ୍ରଥମ ଶ୍ରେଣୀ ଡିଷ୍ଟିଂଙ୍କସନ୍ ଅନର୍ସରେ ପାଶ୍ କରିଥିବାବେଳେ କେବଳ ପ୍ରଥମ ଶେଣୀରେ ୧୪୫ ଜଣ ଛାତ୍ରଛାତ୍ରୀ ପାଶ୍ କରିଛନ୍ତି। କେବଳ ଦ୍ୱିତୀୟ ଶ୍ରେଣୀରେ ୨ଜଣ ପାଶ୍ କରିଛନ୍ତି। ଏଥିରେ ୩୪ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଯାଇଛନ୍ତି। ସେହିପରି ପିଜି ରେଗୁଲାର ଓ ବ୍ୟାକ୍ ପେପର ପରୀକ୍ଷାର ଏମ୍‌ଏସ୍ ଡବ୍ଳୁରେ ସମୁଦାୟ ୩୦ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୮ଜଣ ପାଶ୍ କରିଛନ୍ତି ଏବଂ ଏମ୍‌କମ୍‌ରେ ୧୯ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ସମୁଦାୟ ୧୯ଜଣଯାକ ଛାତ୍ରଛାତ୍ରୀ ପାଶ୍ କରିଛନ୍ତି। ଅନ୍ୟପକ୍ଷରେ ବିଭାଗ ଅନୁଯାୟୀ ଟପର୍ ଛାତ୍ରଛାତ୍ରୀମାନେ ହେଲେ ବୋଟାନିରେ ସଜ୍ଞା ପ୍ରିୟଦର୍ଶିନୀ, କେମେଷ୍ଟ୍ରିରେ ବିଧିବନ୍ଧୁ ଆରୁଖ୍‌, କମର୍ସ ରେ ରଜତ୍ କୁମାର ସାହୁ, ୍ରକମ୍ପ୍ୟୁଟର ସାଇନ୍ସରେ ଅଭିଲିପ୍‌ସା ପୃଷ୍ଟି, ଇକୋନୋମିକ୍ସରେ ହିରନ୍‌ମୟୀ ମିଶ୍ର, ଏଜୁକେଶନରେ ପୂଜାରାଣୀ ବାଣ୍ଠ, ଇଲୋକ୍ଟ୍ରୋନିକ୍ସରେ ବିଜୟିନୀ ନାୟକ, ଇଂଗ୍ରାମଜୀରେ ଇତିଶା ମିଶ୍ର, ଇତିହାସରେ ମିନତୀ ମଙ୍ଗଳ, ଆଇଟିଏମ୍ ରେ ଜଗନ୍ନାଥ ପଣ୍ଡା, ଗଣିତରେ ଜିତେଶ କୁମାର ପ୍ରଧାନ, ଓଡ଼ିଆରେ ବାପିନା ବେହେରା, ଫିଲୋସୋଫିରେ ରଶ୍ମୀତା ବେହେରା, ଫିଜିକ୍ସରେ ଅବିନାଶ କର, ରାଜନୀତି ବିଜ୍ଞାରେ ସୁନିତା ମିଶ୍ର, ସାଇକୋଲୋଜିରେ ପ୍ରସନ୍ନ କୁମାର ପାଣି, ସଂସ୍କୃତରେ ଅଲୋକ କୁମାର ସାହୁ, ସୋସିଓଲୋଜିରେ ସୁଧାଂଶୁ କୁମାର ହୋତା, ଜୋଲୋଜିରେ ଅଙ୍କିତା ମହାପାତ୍ର ବିଷୟ ଭିତ୍ତିକ ଟପ୍‌ର ହୋଇଛନ୍ତି। ଏହି ପରିପ୍ରେକ୍ଷିରେ କଲେଜର ଅଧ୍ୟକ୍ଷ ସୁରେଶ କୁମାର ପ୍ରଧାନ, ପରୀକ୍ଷା ନିୟନ୍ତ୍ରକ ଜାନକୀ ନାଥ ଦାଶ, ଉପ ପରୀକ୍ଷା ନିୟନ୍ତ୍ରକ ବ୍ରଜବନ୍ଧୁ ବେହେରା, ପ୍ରଶାସନିକ ମୁଖ୍ୟ ଶିବ ପ୍ରସାଦ ଦାଶ, ଅଧ୍ୟାପକ ଡଃ ପ୍ରଦୀପ କୁମାର ଆଚାର୍ଯ୍ୟ, ଡଃ ଲକ୍ଷ୍ମୀଧର ସାହୁ, ଯୋଗେନ୍ଦ୍ର ପରିଡ଼ା ପ୍ରମୁଖ କୃତି ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ବିଭିନ୍ନ ବିଷୟରେ ଟପର୍ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧୀତ କରିଥିଲେ।
.

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.