Home ଓଡ଼ିଶା ରାସ୍ତାକଡ଼ରେ ଛିଡା ହୋଇଥିବା ବ୍ରଏଲର କୁକୁଡ଼ା ବୋଝେଇ ପିକଅପ ଭ୍ୟାନକୁ ପଛରୁ ପିଟିଲା ଟ୍ରକ –...

ରାସ୍ତାକଡ଼ରେ ଛିଡା ହୋଇଥିବା ବ୍ରଏଲର କୁକୁଡ଼ା ବୋଝେଇ ପିକଅପ ଭ୍ୟାନକୁ ପଛରୁ ପିଟିଲା ଟ୍ରକ – ଦୁର୍ଘଟଣା ପରେ କୁକୁଡ଼ା ବୋହିନେଲେ ଲୋକେ

340

ପାଟଣା ୨୦-୧୨ (ଓଡ଼ିଆ ପୁଅ/ସନ୍ତୋଷ ପତି) : ଘନ କୁହୁଡି ଯୋଗୁ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ରାଜପଥ ରେଙ୍ଗାଳବେଡା ନିକଟରେ ରାସ୍ତା କଡରେ ଛିଡା ହୋଇ ଥିବା ଏକ ବ୍ରଏଲର କୁକୁଡ଼ା ବୋଝେଇ ପିକଅପ ଭ୍ୟାନକୁ ପଛପଟୁ ଟ୍ରକ ଧକ୍କା ଦେବା ଫଳରେ କୁକୁଡ଼ା ବୋଝେଇ ପିକଅପ ଭ୍ୟାନଟି ରାସ୍ତା କଡ଼କୁ ଓଲଟି ପିଡ଼ିଛି। ଦୁର୍ଘଟଣାରେ କାହାରି କିଛି ହୋଇ ନଥିବା ବେଳେ ଦୁର୍ଘଟଣା ଗ୍ରସ୍ତ କୁକୁଡ଼ା ବୋଝେଇ ଭ୍ୟାନରୁ କୁକୁଡ଼ା ଗୁଡିକୁ ବୋହି ନେଇଯାଇଛନ୍ତି ସ୍ଥାନୀୟ ଲୋକେ। ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.