Home ଜାତୀୟ ଉନ୍ନାବ ରେପ କେସରେ ଦୋଷୀ ବିଧାୟକ କୁଲଦୀପ ସେଙ୍ଗରକୁ ଆଜୀବନ କାରଦଣ୍ଡ

ଉନ୍ନାବ ରେପ କେସରେ ଦୋଷୀ ବିଧାୟକ କୁଲଦୀପ ସେଙ୍ଗରକୁ ଆଜୀବନ କାରଦଣ୍ଡ

757

ନୂଆ ଦିଲ୍ଲୀ ୨୦-୧୨ (ଓଡ଼ିଆ ପୁଅ) ଉନ୍ନାବ ରେପ କେସରେ ଦୋଷୀ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଦିଲ୍ଲୀର ତିସ ହଜାରୀ କୋର୍ଟ। କୋର୍ଟ ନିଜର ରାୟରେ ଦୋଷୀ ସେଙ୍ଗରଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଏହା ସହିତ ଜଜ ନିଜର ନିଷ୍ପତିରେ ସେଙ୍ଗରଙ୍କୁ ପୀଡ଼ିତ ପରିବାରକୁ ପଚିଶ ଲକ୍ଷ ଟଙ୍କା ଦେବାକୁ ମଧ୍ୟ ଆଦେଶ ଦେଇଛନ୍ତି।

କୋର୍ଟ ମାମଲାର ଜାଞ୍ଚ କରିଥିବା ସିବିଆଇକୁ ନିର୍ଦେଶ ଦେଇଛନ୍ତି କି ସେ ପୀଡ଼ିତା ଏବଂ ତା’ ପରିବାରର ସୁରକ୍ଷାକୁ ସମୀକ୍ଷା କରି ତାଙ୍କୁ ସମୁଚିତ ସୁରକ୍ଷା ଉପଲବ୍ଧ କରାଯାଉ। ଏହା ସହିତ ସିବିଆଇକୁ ପୀଡ଼ିତା ଏବଂ ତା’ର ଘରଲୋକମାନଙ୍କୁ ସୁରକ୍ଷିତ ଆବାସ ଦେବାକୁ ମଧ୍ୟ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.