Home ଜିଲ୍ଲା ପରିକ୍ରମା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କର୍ମକର୍ତ୍ତାଙ୍କୁ ମରଣାନ୍ତକ ଆକ୍ରମଣ ଓ ବନ୍ଧକ ରଖିବା ଅଭିଯୋଗ,ଭଦ୍ରକ ତହସିଲର...

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କର୍ମକର୍ତ୍ତାଙ୍କୁ ମରଣାନ୍ତକ ଆକ୍ରମଣ ଓ ବନ୍ଧକ ରଖିବା ଅଭିଯୋଗ,ଭଦ୍ରକ ତହସିଲର ରାଜସ୍ୱ ପର୍ଯ୍ୟବେକ୍ଷକ ଗିରଫ

3

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏକ ବିବଦମାନ ପରିସ୍ଥିତିରେ ଭଦ୍ରକ ତହସିଲର ରାଜସ୍ୱ ପର୍ଯ୍ୟବେକ୍ଷକ ବିକାଶ ଚନ୍ଦ୍ର ଦାସ ତିହିଡି ଥାନା ପୋଲିସ ଦ୍ୱାରା ଗିରଫ ହେବା ଘଟଣା ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ତିହିଡି ଥାନା ଅଧିନସ୍ଥ କାଁ ପଡା ନିବାସୀ ସୁବାଷ ଚନ୍ଦ୍ର ଦାସଙ୍କ ପୁତ୍ର ବିକାଶ (୩୭) ଗତ ୪ ତାରିଖ ଦିନ ବିକାଶ ଭଦ୍ରକ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କର୍ମକର୍ତ୍ତା ଲୋକେଶ ରଞ୍ଜନ ପାଣିଗ୍ରାହୀ ତାଙ୍କର ଜଣେ ସାଥିଙ୍କ ସହ କାଁ ପଡ଼ାର ବାସୁଳି ମନ୍ଦିର ପାଖରେ କଥା ହେଉଥିବାବେଳେ ଅଭିଯୁକ୍ତ ବିକାଶ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ମରଣାନ୍ତକ ଆକ୍ରମଣ ପୂର୍ବକ ନିଜ ଘରକୁ ନେଇ ଚାବି ପକାଇ ରଖିଥିଲା। କିନ୍ତୁ ସେ କୌଶଳ କ୍ରମେ ଖସିଆସି ପୋଲିସରେ ଅଭିଯୋଗ କରିବାପରେ ସେମାନେ ବିକାଶକୁ ଗିରଫ କରିଥିଲେ। ପରବର୍ତୀ ସମୟରେ ବିକାଶର ଜାମିନ ନାମଂଜୁର ହେବାପରେ ସେ ଏବେ ଭଦ୍ରକ ଜେଲରେ ରହିଛନ୍ତି। ବିକାଶଙ୍କ ନାମରେ ଏହି ଘଟଣାରେ ତିହିଡି ଥାନାରେ କେଶ ନମ୍ବର ୩୬୫/୨୬ ମୂଳେ ଏକ ଅପରାଧିକ ମାମଲା ରୁଜୁ ହୋଇଛି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ବିକାଶ ଗିରଫ ହୋଇ ୫ ଦିନ କାରାଗାରରେ ରହିଥିଲେ ମଧ୍ୟ ତାଙ୍କ ଉପରେ ଏପର୍ଯ୍ୟନ୍ତ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ। ଯାହା ଜଣାଯାଏ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜନୈକ ମହିଳା ଡେପୁଟି କଲେକ୍ଟରଙ୍କ ଅଭୟ ହାତ ତାଙ୍କ ଉପରେ ରହିଥିବାରୁ ଜିଲ୍ଲାପାଳଙ୍କୁ ଏପର୍ଯ୍ୟନ୍ତ ଅନ୍ଧାରରେ ରଖାଯାଇଛି। ବିଶେଷ ସୂତ୍ରରୁ ଯାହା ଜଣାଯାଏ ବିକାଶ ଏଥିପୂର୍ବରୁ ଗଜପତି ଜିଲ୍ଲାରେ ଶିକ୍ଷକତା କରି ପରବର୍ତୀ ସମୟରେ ଭଦ୍ରକ ରାଜସ୍ୱ ବିଭାଗରେ ଚାକିରୀ ଯୋଗଦାନ ପରେ ସ୍ଥାନୀୟ ଭୀମ ଆର୍ମୀର କାର୍ଯ୍ୟକର୍ତ୍ତାଙ୍କ ସହ ଗୁପ୍ତରେ ହାତ ମିଳାଇ ତାଙ୍କର ଏକ ୱାଟ୍ସଅପ ଗ୍ରୁପରେ ସଦସ୍ୟ ହୋଇ ବିଭିନ୍ନ କାର୍ଯ୍ୟ କ୍ରମ ଓ ସଭାସମିତି ପାଇଁ ପରୋକ୍ଷ ସହାୟତା ଯୋଗାଇଆସୁଥିଲେ। ତାଙ୍କର ଏହି କାର୍ଯ୍ୟରେ ସଂପୃକ୍ତ ମହିଳା ଡେପୁଟି କଲେକ୍ଟର ଓ ରାଜସ୍ୱ ବିଭାଗର କିଛି ଅଧିକାରୀ ପରୋକ୍ଷ ସହାୟତା କରି ଆସୁଥିଲେ।ଅତୀତରେ ବିକାଶ ବହୁବାର ବିଭିନ୍ନ ଅପରାଧିକ ମାମଲାରେ ଜଡିତ ହୋଇ ନିଲମ୍ବିତ ହୋଇଛନ୍ତି।ତେବେ ଏ ସମ୍ପର୍କରେ ସରକାରଙ୍କ ଗୋଇନ୍ଦା ବିଭାଗ କିଭଳି ତାଙ୍କର କାର୍ଯ୍ୟକଳାପ ପ୍ରତି ଅଜ୍ଞ ରହିଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.