Home ଜିଲ୍ଲା ପରିକ୍ରମା ରାଷ୍ଟ୍ରୀୟ ଲୋକ ଅଦାଲତରେ ତିନି କୋଟି ବାଉନ ଲକ୍ଷ ଟଙ୍କା ଆଦାୟ

ରାଷ୍ଟ୍ରୀୟ ଲୋକ ଅଦାଲତରେ ତିନି କୋଟି ବାଉନ ଲକ୍ଷ ଟଙ୍କା ଆଦାୟ

108

ପୁରୀ, ୨୦/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ବିନା କୈାଣସି ଖର୍ଚ୍ଚରେ ସହଜରେ ଲୋକଙ୍କ ବିଭିନ୍ନ ଅଭିଯୋଗର ସମାଧାନ କରୁଛି ରାଷ୍ଟ୍ରୀୟ ଲୋକ ଅଦାଲତ। ବିଭିନ୍ନ କୋର୍ଟରେ ପଡ଼ିରହିଥିବା ମାମଲା ସମାଧାନ କରିବାରେ ମଧ୍ୟ ଏହି ଅଦାଲତକୁ ମିଳିଚାଲିଛି ବହୁ ସଫଳତା। ଗତକାଲି ରାଷ୍ଟ୍ରୀୟ ଲୋକ ଅଦାଲତରେ ମୋଟ ୪୫୫ ମାମଲାର ଫଇସଲା କରାଯାଇ ୩ କୋଟି ୫୨ ଲକ୍ଷ ୪୨ ହଜାର ୪୩୪ ଟଙ୍କା ଆଦାୟ ହୋଇଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅମରେଶ ମହାପାତ୍ର ସୂଚନା ଦେଇଥିଲେ। ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରୁନଥିବା ଯୋଗୁଁ ୩୧ ମାମଲା ବିଚାର କରାଯାଇ ଋଣ ଖିଲାପକାରୀଙ୍କ ଠାରୁ ୨୩ ଲକ୍ଷ ୪୨ ହଜାର ଟଙ୍କା ଆଦାୟ କରାଯାଇଥିଲା। ଲୋକ ଅଦାଲତରେ ୨୮ଟି ପାରିବାରିକ ମାମଲା, ୫୮ ଟି ଦେୱାନୀ ମାମଲା, ୮୩ଟି ବିଭିନ୍ନ ଫୈାଜଦାରୀ ମାମଲା ଫଇସଲା କରାଯାଇଥିଲା। ଲୋକମାନେ ଏହାର ସୁଯୋଗ ନେବାକୁ ଆଇନ ସେବା ପ୍ରାଧିକରଣ ସେବା ସଚିବ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.