Home ଆମ ପର୍ବ ପର୍ବାଣୀ ଆଜିଠାରୁ ମହାପ୍ରଭୁ ଘୋଡ଼ ଲାଗି ହେଲେ

ଆଜିଠାରୁ ମହାପ୍ରଭୁ ଘୋଡ଼ ଲାଗି ହେଲେ

31

ପୁରୀ, ୨୦/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଜି ଶ୍ରୀମନ୍ଦିରରେ ଓଢଣ଼ ଷଷ୍ଠୀ ନୀତି ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀଜୀଉମାନଙ୍କୁ ଘୋଡ଼ ଲାଗି କରାଯାଇଥିଲା। ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରାମାନଙ୍କ ମଧ୍ୟରୁ ଏହି ଯାତ୍ରା ଅନ୍ୟତମ। ଏହି ପରିପେକ୍ଷୀରେ ପଞ୍ଚମୀରେ ମହାପ୍ରଭୁଙ୍କ ରାତ୍ରଚନ୍ଦନ ଲାଗି ବଢ଼ିବା ପରେ ପତନି, ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନ ମୋହନଙ୍କୁ ଅବର, ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼ ଭୋଗ ମଣ୍ଡପ ଘରେ ଅଧିବାସ କରାଯାଇଥିଲା। ଏହା ପୂର୍ବରୁ, ଭୋଗ ମଣ୍ଡପ ଧୋ ପଖାଳ ହୋଇ ଚାନ୍ଦୁଆ ବନ୍ଧାଯାଇଥିଲା। ବଡ଼ସିଂହାର ଭୋଗ ସରି ଠାକୁରମାନଙ୍କ ମଇଲମ ବଢ଼ିବା ପରେ ମହାସ୍ନାନ ବଢ଼ିଥିଲା। ଏହାପରେ ଠାକୁରମାନଙ୍କୁ ଝିନ ପତନି ଲାଗି କରାଯାଇଥିଲା। ସର୍ବାଙ୍ଗ ଲାଗି ବଢ଼ିବା ପରେ ପଇଡ଼, ବିଡ଼ିଆ, ଘଷାମ, ତୋହି ବଡ଼ି ଆଳତି କରାଯାଇଥିଲା। ଆଜି ମହାପ୍ରଭୁଙ୍କ ସକାଳ ଧୂପ ବଢ଼ିବା ପରେ ମଇଲମ ମରାଯାଇ ପୂର୍ବରାତିରୁ ଭୋଗ ମଣ୍ଡପ ପରେ ଅଧିବାସୀତ ହୋଇଥିବା ଘୋଡ଼ ମାନଙ୍କୁ ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ବଡ଼ଦେଉଳକୁ ୩ ଘେରା ପ୍ରଦକ୍ଷିତ କରାଇ ରତ୍ନସିଂହାସନକୁ ବିଜେ କରାଯିବ। ସିଂହାସନରେ ଠାକୁରମାନଙ୍କର ପାଗ ଘୋଡ଼ ଲାଗି ବଢ଼ିବା ପରେ ୬ ମୂର୍ତ୍ତ ଅଳଙ୍କାର ଲାଗି କରାଯାଇଥିଲା। ପରେ ପ୍ରସାଦ ଲାଗି ସହ ୩ ବାଡ଼ରେ ବନ୍ଦାପନା କରାଯାଇଥିଲା। ଆଜି ଷଷ୍ଠୀ ଅବସରରେ ଲାଲ ରଙ୍ଗର ଘୋଡ଼ ଲାଗି କରାଯିବ। ମଖଲମ ଓ ସୂତା କପଡ଼ାରେ ଦରଜୀ ସେବକଙ୍କ ଦ୍ୱାରା ଶ୍ରୀଜୀଉଙ୍କର ଏହି ଘୋଡ଼ ସ୍ୱତନ୍ତ୍ର ଶୈଳୀରେ ପ୍ରସ୍ତୁତ କରାଯାଇଥିଲା। ପରମ୍ପରା ଅନୁଯାୟୀ ଶ୍ରୀପଞ୍ଚମୀ ପୂର୍ବଦିନ ପର୍ଯ୍ୟନ୍ତ ଠାକୁରମାନେ ଏହି ଘୋଡ଼ଲାଗି ହୋଇଥାନ୍ତି। ରବିବାରରେ ଲାଲ ରଙ୍ଗ, ସୋମବାର କଳା ଛିଟା ମିଶା ଶୁକ୍ର ରଙ୍ଗ, ମଙ୍ଗଳବାର ପଟିଆ, ବୁଧବାର ନୀଳ ରଙ୍ଗ, ଗୁରୁବାର ହଳଦଦଆ ଏବଂ ଶୁକ୍ରବାର ଦିନ ଠାକୁରମାନେ ଧଳା ରଙ୍ଗର ଘୋଡ଼ ପରିଧାନ କରିଥାନ୍ତି। ଶୀତ ଦାଉରୁ ରକ୍ଷା ପାଇବା ପାଇଁ ମାନବୀୟ ଲୀଳା କ୍ରମରେ ଶ୍ରୀଜୀଉ ଏହି ଘୋଡ଼ ବା ଶୀତ ବସ୍ତ୍ର ପରିଧାନ କରିଥାନ୍ତି। ଏହି ଲୀଳାକୁ ପ୍ରାବରଣ ଯାତ୍ରା ମଧ୍ୟ କୁହାଯାଏ। ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ଲାଭ ହୋଇଥାଏ ବୋଲି ମତ ଦିଅନ୍ତି ଗବେଷକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.