Home ଜିଲ୍ଲା ପରିକ୍ରମା ରାଷ୍ଟ୍ରପତିଙ୍କ ଉପହାରରେ ସମ୍ବର୍ଦ୍ଧିତ ହେଲେ ଜିଲ୍ଲାର ଦୁଇ ସ୍ୱାଧୀନତା ସଂଗ୍ରାମୀ

ରାଷ୍ଟ୍ରପତିଙ୍କ ଉପହାରରେ ସମ୍ବର୍ଦ୍ଧିତ ହେଲେ ଜିଲ୍ଲାର ଦୁଇ ସ୍ୱାଧୀନତା ସଂଗ୍ରାମୀ

15

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଗଷ୍ଟ ବିପ୍ଳବ ଭାରତ ଛାଡ଼ ଆନ୍ଦୋଳନର ବାର୍ଷିକୀ ପୂର୍ତ୍ତି ଉତ୍ସବ ପାଳନ ଅବସରରେ ଭଦ୍ରକ ଜିଲ୍ଲାର ଦୁଇଜଣ ସ୍ୱାଧୀନତା ସଂଗ୍ରାମୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସରକାରୀ ନିର୍ଦ୍ଦେଶ ମତେ ଧାମନଗର ବ୍ଲକ୍‌ର କମାରବନ୍ଧ ଗ୍ରାମର ବ୍ରଜ କିଶୋର ରାଉତ ଓ ସୂର୍ଯ୍ୟପୁର, ଧୁଷୁରୀର ଗୌରୀଶ୍ୟାମ ଗୋସ୍ୱାମୀ ଦୁଇ ସ୍ୱାଧୀନତା ସଂଗ୍ରାମୀଙ୍କୁ ସେମାନଙ୍କ ନିଜନିଜ ଘରେ ମହାମହିମ ରାଷ୍ଟ୍ରପତି ଦୈାପଦୀ ମୁର୍ମୁଙ୍କ ଦ୍ୱାରା ପ୍ରେରିତ ସାଲ ଓ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଭଦ୍ରକ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ଯୋଗ ଦେଇ ଦୁଇ ସଂଗ୍ରାମୀଙ୍କୁ ସେମାନଙ୍କ ନିଜ ନିଜ ଘରେ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା କରିଥିଲେ । ଗୌରୀଶ୍ୟାମ ଗୋସ୍ୱାମୀଙ୍କ ବାସ ଭବନରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳଙ୍କ ସହିତ ଧାମନଗର ବ୍ଲକ୍ ଉନ୍ନୟନ ଅଧିକାରୀ ବନବିହାରୀ ଦିଣ୍ଡା, ଜିଲ୍ଲାପରିଷଦ ସଦସ୍ୟ ପ୍ରଦୀପ କୁମାର ମଲ୍ଲିକ୍‌, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ସ୍ଥାନୀୟ ସରପଞ୍ଚ ଅନ୍ତର୍ଯ୍ୟାମୀ ପତି, ସେବା ସମବାୟ ସମିତି ସଭାପତି ସନ୍ଦୀପ ସ୍ୱାଇଁ ପ୍ରମୁଖଙ୍କ ସହ ତାଙ୍କ ପରିବାର ବର୍ଗ, ଗଣମାଧ୍ୟମ ପ୍ରତିନିଧି ଓ ଗ୍ରାମର ବରିଷ୍ଠ ନାଗରିକ ରବୀନ୍ଦ୍ର ଗୋସ୍ୱାମୀ, ତାରାକାନ୍ତ ଗୋସ୍ୱାମୀ, ରାଧାମାଧବ ଗୋସ୍ୱାମୀ, ପ୍ରଦୀପ ଗୋସ୍ୱାମୀ, ପ୍ରଭାସ ଗୋସ୍ୱାମୀ, ମଦନ ଗୋସ୍ୱାମୀ, ଆନ୍ଦିଆ ଗୋସ୍ୱାମୀ, ସୁଶାନ୍ତ ନାୟକ, ସୁରଥ ହୋତା, ଅନିଲ ନାୟକ, କମଳ ଲୋଚନ ଥାଟୋଇ, ନନ୍ଦ କିଶୋର ପରିଡ଼ା, ସତ୍ୟନ୍ଦ୍ର ଦାଶ ଆଦି ଉପସ୍ଥିତ ଥିଲେ । ସେହିପରି ସଂଗ୍ରାମୀ ବ୍ରଜକିଶୋର ରାଉତଙ୍କ ବାସଗୃହରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳଙ୍କ ସହ, ବି.ଡ଼ି.ଓ., ଡ଼ି.ଆଇ.ପି.ଆର୍‌.ଓ. ଭଦ୍ରକ ଜିଲ୍ଲାପରିଷଦର ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ତାଙ୍କ ପରିବାର ବର୍ଗଙ୍କ ସହ ସ୍ଥାନୀୟ ବାସିନ୍ଦା, ଗଣମାଧ୍ୟମ ପ୍ରତିନିଧି ଏବଂ ବିଶିଷ୍ଟ ବ୍ୟକ୍ତି ଭାବେ ବରିଷ୍ଠ ନାଗରିକ ରାମଚନ୍ଦ୍ର ସାହୁ, ନରେନ୍ଦ୍ର ମଲ୍ଲିକ୍‌, ନିରାକାର ଧଳ, ଗୌରହରି ପାଢ଼ୀ, ସୁରେନ୍ଦ୍ର ନାଥ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଅବଦାନ, ଅଗଷ୍ଟ ୯ କ୍ରାନ୍ତିଦିବସର ତାତ୍ପର୍ଯ୍ୟ, ଆଗାମୀ ପିଢ଼ିଙ୍କ ମଧ୍ୟରେ ଜାତୀୟତା ଭାବର ଉଦ୍ରେକ ସମ୍ବନ୍ଧରେ ଅତିଥିମାନେ ବକ୍ତବ୍ୟ ରଖିବା ସହିତ ଦୁଇ ସଂଗ୍ରାମୀଙ୍କ ନିରାମୟ ଦୀର୍ଘ ଜୀବନ କାମନା କରିଥିଲେ । ଦୁଇ ସଂଗ୍ରାମୀ ମଧ୍ୟ ସେମାନଙ୍କ ସଂଗ୍ରାମୀ ଜୀବନର ଅଭିଜ୍ଞତା ନେଇ ଅଭିବ୍ୟକ୍ତି ରଖିବା ସହିତ ଗାନ୍ଧୀଙ୍କ ସ୍ୱପ୍ନର ରାମରାଜ୍ୟ ପାଇଁ ସମସ୍ତେ ନିଜ ନିଜ ଜାଗାରେ ଉତ୍ସର୍ଗୀକୃତ ଭାବେ କାମ କରିବାକୁ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.