Home ଜିଲ୍ଲା ପରିକ୍ରମା ଭଦ୍ରକରେ ନୂତନ ଆଦର୍ଶ ଥାନା ଉଦ୍‌ଘାଟିତ

ଭଦ୍ରକରେ ନୂତନ ଆଦର୍ଶ ଥାନା ଉଦ୍‌ଘାଟିତ

29

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସହରାଞ୍ଚଳ ଥାନାର ନୂତନ ଥାନା ଗୃହ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ପୂର୍ବ ପ୍ରସ୍ତୁତି ଅନୁସାରେ ଆଜି ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ସୁନୀଲ ବଂଶଲ, ଉପ ମହାନିର୍ଦ୍ଦେଶକ ସନ୍ତୋଷ କୁମାର, ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଭଦ୍ରକ ଗସ୍ତରେ ଆସି ସହରାଞ୍ଚଳ ଥାନା ପରିସରରେ ପୂର୍ବରୁ ନିର୍ମିତ ନୂତନ ଆଦର୍ଶ ଥାନା ଗୃହର ଶୁଭ ଉଦ୍‌ଘାଟନ କରିଥିଲେ । ଏହି ଉଦ୍‌ଘାଟନ ଉତ୍ସବରେ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ, ସାଂସଦଙ୍କ ପ୍ରତିନିଧି ମୁକ୍ତିକାନ୍ତ ମଣ୍ଡଳ, ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲିଙ୍କ ସମେତ ଜିଲାର ବହୁ ପୁଲିସ୍ ଅଧିକାରୀ ଉପସ୍ଥିତ ଥିଲେ । ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ନୂତନ ଥାନା ଗୃହର ଫିତା କାଟି ଉଦ୍‌ଘାଟନ କରିବା ପରେ ଅତ୍ୟାଧୁନିକ ଶୈଳୀରେ ନିର୍ମିତ ଏହି ଗୃହ ଏବେଠାରୁ କାର୍ଯ୍ୟକ୍ଷମ ହେବା ସହ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ ବୋଲି କହିଥିଲେ । ଏବଂ ଜନସାଧାରଣଙ୍କୁ କୌଣସି ପରିସ୍ଥିତିରେ ଆଇନ୍‌କୁ ହାତକୁ ନନେଇ ନ୍ୟାୟ ପାଇଁ ଥାନାର ସହାୟତା ନେବାକୁ ଅନୁରୋଧ କରିଥିଲେ । ଭଦ୍ରକ ଏକ ସମ୍ବେଦନଶୀଳ ଅଂଚଳ ହୋଇଥିବାବେଳେ ଜନସାଧାରଣ ଏଠାରେ ପହଞ୍ôଚ ସମସ୍ତ ସମସ୍ୟାର ସମାଧାନ ପାଇପାରିବେ ବୋଲି ସୂଚାଇବା ସହ ପୁଲିସ୍‌ର ସମସ୍ତ କାର୍ଯ୍ୟ କଳାପ ଏହି ନୂତନ ଥାନା ଗୃହରେ ଲାଗିଥିବା ସିସି କ୍ୟାମେରା ଦ୍ୱାରା ଅନୁଧ୍ୟାନ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.