Home Top News କର୍ଣ୍ଣ, ଏକଲବ୍ୟଙ୍କ ପ୍ରତି ଅନ୍ୟାୟ ହେବାକୁ ନ’ଦିଅନ୍ତୁ ଦ୍ରୋଣ ..

କର୍ଣ୍ଣ, ଏକଲବ୍ୟଙ୍କ ପ୍ରତି ଅନ୍ୟାୟ ହେବାକୁ ନ’ଦିଅନ୍ତୁ ଦ୍ରୋଣ ..

76

ଭୁବନେଶ୍ୱର: ମହାଭାରତରେ ଶ୍ରେଷ୍ଠ ଯୋଦ୍ଧା କିଏ? କୁହାଯାଏ, ଅର୍ଜୁନଙ୍କୁ ଶ୍ରେଷ୍ଠ ଯୋଦ୍ଧା ଭାବରେ ସିଦ୍ଧ କରାଇ ଦିଆଯାଇଛି। କିନ୍ତୁ, ସମସ୍ତ ଯୋଗ୍ୟତା ଥାଇ ସୁଧା କର୍ଣ୍ଣ ଏବଂ ଏକଲବ୍ୟଙ୍କୁ ସେମାନଙ୍କ ଶ୍ରେଷ୍ଠତା ପ୍ରମାଣ କରିବାକୁ ସୁଯୋଗ ଦିଆଯାଇନି। କର୍ଣ୍ଣ ଆଉ ଏକଲବ୍ୟଙ୍କ ପ୍ରତି ଅନ୍ୟାୟ କରାଯାଇଛି। ଆଉ ଏହି ଦୁଇ ଜଣ ଯୋଦ୍ଧାଙ୍କ ପ୍ରତି ସବୁଠାରୁ ଅଧିକ ଅନ୍ୟାୟ କରିଛନ୍ତି ଗୁରୁ ଦ୍ରୋଣାଚାର୍ଯ୍ୟ। ରାଜ ପରିବାରରେ କିମ୍ବା କ୍ଷେତ୍ରୀୟ କୂଳରେ ଜନ୍ମିତ ହୋଇନଥିବା କାରଣରୁ କର୍ଣ୍ଣ ଓ ଏକଲବ୍ୟଙ୍କୁ ବିଦ୍ୟାଦାନ ଦେବାକୁ ମନା କରି ଦେଇଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟ। ଯେତେବେଳେ କି ସାରା ଦୁନିଆଁ ପାଖରେ ପ୍ରକୃତ ସତ୍ୟ ଜଣାନଥିଲା ଯେ କର୍ଣ୍ଣ କ୍ଷେତ୍ରୀୟ ଥିଲେ। କୁନ୍ତୀଙ୍କ ପ୍ରଥମ ପୁତ୍ର ତଥା ସୂର୍ଯ୍ୟଦେବଙ୍କ ପୁତ୍ର କର୍ଣ୍ଣ ଖାଣ୍ଟି କ୍ଷେତ୍ରୀୟ ଥିଲେ। ସେହିପରି ଏକଲବ୍ୟଙ୍କ କ୍ଷେତ୍ରରେ ଗୁରୁ ଦ୍ରୋଣାଚାର୍ଯ୍ୟ ନିଜ ପ୍ରିୟ ଶିଷ୍ୟ ଅର୍ଜୁନଙ୍କୁ ଶ୍ରେଷ୍ଠ ଧନୁର୍ଦ୍ଧର ଭାବରେ ସିଦ୍ଧ କରିବା ପାଇଁ ଦକ୍ଷିଣାରେ ଏକଲବ୍ୟଙ୍କ ଡାହାଣ ହାତର ବୃଦ୍ଧ ଅଙ୍ଗୁଳୀ କାଟି ନେଇଥିଲେ। ଯେତେବେଳେ କି ଏକଲବ୍ୟ ଦ୍ରୋଣଙ୍କୁ ଗୁରୁ ଭାବୁଥିଲେ, କିନ୍ତୁ ଏକଲବ୍ୟଙ୍କୁ ଶିକ୍ଷାଦାନରେ ଦ୍ରୋଣାଚାର୍ଯ୍ୟଙ୍କ କୌଣସି ଭୂମିକା ନଥିଲା।ମହାଭାରତ ରୂପୀ ଓଡ଼ିଶା ରାଜନୀତି ରଣାଗଙ୍ଗରେ ବିଜେପି ପକ୍ଷରୁ ଦେଖିଲେ କିଏ ରାଜା ହୋଇପାରେ, କିଏ ସଜ୍ଜା ପାଇପାରେ ତାହା ଭିନ୍ନ କଥା। କିନ୍ତୁ, ଗୁରୁ ଦ୍ରୋଣାଚାର୍ଯ୍ୟ ଭୂମିକାରେ ରାଜ୍ୟ ସଙ୍ଗଠନ ମହାମନ୍ତ୍ରୀ ମାନସ କୁମାର ମହାନ୍ତିଙ୍କୁ ଦେଖାଯାଇ ପାରେ। ଯେପରି ହସ୍ତିନାପୁର ରାଜକୁମାର ମାନଙ୍କ ଶିକ୍ଷାଦୀକ୍ଷା ପାଇଁ ପିତାମହ ଭୀଷ୍ମ ଦ୍ରୋଣାଚାର୍ଯ୍ୟଙ୍କୁ ଗୁରୁ ରୂପେ ନିଯୁକ୍ତି ଦେଇଥିଲେ, ବିଜେପିରେ ସେହିପରି ସଙ୍ଗଠନ ସଜାଡ଼ି କାର୍ଯ୍ୟକର୍ତ୍ତା ନିର୍ମାଣ ପାଇଁ ସଙ୍ଗଠନ ମହାମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଛନ୍ତି ମାନସ ମହାନ୍ତି। ଗୁରୁ ଦ୍ରୋଣଙ୍କର ହସ୍ତିନାପୁର ରାଜ ସିଂହାସନ ଏବଂ ରାଜ ପରିବାର ପ୍ରତି ନିଷ୍ଠା ଓ ପ୍ରତିବଦ୍ଧତା ରହିଥିଲା। ମାନସ ମହାନ୍ତିଙ୍କର ମଧ୍ୟ ସେହିପରି ସଂଘ ଏବଂ ସଙ୍ଗଠନ ପ୍ରତି ନିଷ୍ଠା ଓ ପ୍ରତିବଦ୍ଧତା ରହିଛି। ରାଜମାତା କୁନ୍ତୀ ତଥା ସୂର୍ଯ୍ୟପୁତ୍ର କର୍ଣ୍ଣଙ୍କ ବାବଦରେ ପ୍ରକୃତ ସତ୍ୟ ନ’ଜାଣି ଏବଂ ଶିଷ୍ୟ ମୋହରେ ଅର୍ଜୁନଙ୍କୁ ଶ୍ରେଷ୍ଠ ଧନୁର୍ଦ୍ଧର ଭାବରେ ସିଦ୍ଧ କରାଇବାକୁ ଯାଇ ଉଭୟ କର୍ଣ୍ଣ ଏବଂ ଏକଲବ୍ୟଙ୍କ ସହିତ ଅନ୍ୟାନ୍ୟ କରିଦେଇ ଯାଇଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟ।ବିଜେପିରେ ସେହିପରି ଉପର ଠାରୁ ଆରମ୍ଭ କରି ତୃଣମୂଳ ସ୍ତର ଯାଏଁ କର୍ଣ୍ଣ ଏବଂ ଏକଲବ୍ୟଙ୍କ ଭଳି ଦକ୍ଷ ଯୋଦ୍ଧା ପରି ଏଠି ଅନେକ ଦକ୍ଷ ନେତାନେତ୍ରୀ ବା ସଙ୍ଗଠକ/ସଙ୍ଗଠିକା ଏବଂ କାର୍ଯ୍ୟକର୍ତ୍ତା ରହିଛନ୍ତି। ମହାଭାରତରେ ରାଜ- ପରିବାରକୁ ସହଯୋଗ ଏବଂ ସମର୍ଥନ ଦେବାକୁ ଯାଇ କର୍ଣ୍ଣ ଓ ଏକଲବ୍ୟଙ୍କ ପରି ଯୋଦ୍ଧାଙ୍କ ଯୋଗ୍ୟତା ଏବଂ ଦକ୍ଷତାକୁ ହତ୍ୟା କରାଯାଇଥିଲା। ଏଠି ଓଡ଼ିଶା ବିଜେପିରେ ପରିବାରବାଦ କିମ୍ବା ପ୍ରିୟାପ୍ରୀତି ତୋଷଣକୁ ଗୁରୁତ୍ୱ ଦେଇ ସେପରି ନଘଟୁ। କାହାର ଦକ୍ଷତାକୁ ଦମନ କରାନଯାଉ କିମ୍ବା କାହାର ପ୍ରତିଭାକୁ ହତ୍ୟା କରାନଯାଉ। ଗୁରୁ ଦ୍ରୋଣ ରୂପୀ ବିଜେପି ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି ନିଷ୍ଠାପର, ଦକ୍ଷ ଏବଂ ପ୍ରତଭାବାନ୍ ନେତା ନେତ୍ରୀ ଏବଂ କାର୍ଯ୍ୟକର୍ତ୍ତାଙ୍କ ପ୍ରତି ଅନ୍ୟାନ୍ୟ ହେବାକୁ ନ’ଦିଅନ୍ତୁ। ସେମାନଙ୍କ ଦକ୍ଷତା, ସେମାନଙ୍କ ପ୍ରତିଭା ପ୍ରମାଣ କରିବାର ସେମାନଙ୍କୁ ସୁଯୋଗ ଦିଆଯାଉ ..!
-/DevD®ath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.