Home ଓଡ଼ିଶା ରାଶନକାର୍ଡଧାରୀଙ୍କ ପାଇଁ ବଡ଼ ଖବର

ରାଶନକାର୍ଡଧାରୀଙ୍କ ପାଇଁ ବଡ଼ ଖବର

1334

ନୂଆଦିଲ୍ଲୀ,୦୫/୧୦,(ଓଡ଼ିଆ ପୁଅ ପି ନାଏକ): ମୋଦୀ ସରକାର ଏକ ନୂଆ ଯୋଜନା ଆଣିଛନ୍ତି । ଯଦି ଆପଣ ରାଶନକାର୍ଡଧାରୀ ଅଥବା ନୂଆ ରାଶନକାର୍ଡ କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ଲାଗି ଜରୁରି ଖବର। କାର୍ଡରେ ଏବେ ଖାଉଟିଙ୍କୁ ସରକାର ମାଗଣାରେ ଏକ ବଡ ସେବା ଯୋଗାଇଦେବାକୁ ଯାଉଛନ୍ତି।  ଏଣୁ ଯଦି ରାଶନ କାର୍ଡ ଅଛି ତ ତେବେ ନିଶ୍ଚିତ ଯୋଜନାର ଲାଭ ନିଅନ୍ତୁ। ଏହାଛଡା ଭାରତ ସରକାର ରାଶନକାର୍ଡରେ ଯେଉଁ ଲୋକଙ୍କ ଗ୍ୟାସ୍ କନେକ୍ସନ ନାହିଁ ସେମାନଙ୍କୁ ମାଗଣାରେ ଗ୍ୟାସ କନେକ୍ସନ ସହ ଚୁଲା ବି ଦେବେ। ମୋଦି ସରକାରଙ୍କ ନିର୍ଦ୍ଦେଶାନୁସାରେ ଏଥିଲାଗି କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି। ଯଦି ରାଶନ କାର୍ଡ ଅଛି ଓ ଗ୍ୟାସ୍ କନେକ୍ସନ ନାହିଁ ତେବେ କେବଳ କେୱାଇସି ଫର୍ମ ପୁରଣ କରି ମାଗଣାରେ ଗ୍ୟାସ୍ ସଂଯୋଗ ସହ ଚୁଲା ବି ପାଇବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.