Home ଜିଲ୍ଲା ପରିକ୍ରମା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସର ବିତରଣ କେନ୍ଦ୍ରରେ ଟଙ୍କିକିଆ ଚାଉଳ ବ୍ୟାନରକୁ ବିରୋଧରୁ ଗଣ୍ଡଗୋଳ, ୨...

ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସର ବିତରଣ କେନ୍ଦ୍ରରେ ଟଙ୍କିକିଆ ଚାଉଳ ବ୍ୟାନରକୁ ବିରୋଧରୁ ଗଣ୍ଡଗୋଳ, ୨ ପୃଥକ ପୃଥକ ମାମଲା ଋଜୁ

19

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସର ଟଙ୍କିକିଆ ଚାଉଳ ବିତରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ବ୍ୟାନରକୁ ସ୍ଥାନୀୟ ବିଜେପି ଦଳର କର୍ମୀମାନେ ମଙ୍ଗଳବାର ବିରୋଧ କରିବା ଦ୍ୱାରା ହୋଇଥିବା ଗଣ୍ଡଗୋଳ ଯୋଗୁଁ ଥାନାରେ ୨ଟି ପୃଥକ ପୃଥକ ମାମଲା ଋଜୁ ହୋଇଛି । ଏଥିନେଇ ୨ ଗୋଷ୍ଠୀ ପକ୍ଷରୁ ଭିନ୍ନ ଭିନ୍ନ ଭାବେ ୨ ଅଭିଯୋଗ ଥାନାରେ ହୋଇଥିବା ଜଣାଯାଇଛି । ସ୍ୱରାଜ ମହାପାତ୍ରଙ୍କ ଅଭିଯୋଗ ଅନୁଯାୟୀ ମଙ୍ଗଳବାର ଦିନ ପ୍ରାୟ ୧୨.୩୦ମି. ସମୟରେ ବହୁ କର୍ମୀ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି କେନ୍ଦ୍ର ସରକାରଙ୍କ ଚାଉଳରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ବ୍ୟାନର କାହିଁକି ଲଗାଯାଇଛି ବୋଲି ବିତରକଙ୍କୁ ପ୍ରଶ୍ନ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସରପଞ୍ଚଙ୍କ ସ୍ୱାମୀ ମଦନ ରାଉତ, ବେଣୁଧର ରାଉତଙ୍କ ସମେତ ଅନ୍ୟମାନେ ସ୍ୱରାଜ ଓ ସମର୍ଥକମାନଙ୍କୁ ମିଳିତ ଭାବେ ଆକ୍ରମଣ କରିଥିଲେ ବୋଲି ସ୍ୱରାଜ ମହାପାତ୍ରଙ୍କ ପକ୍ଷରୁ ଅଭିଯୋଗ ଥାନାରେ ହୋଇଥିଲା । ଅଭିଯୋଗ ଆଧାରରେ ୨୭/୨୪ନଂ ମାମଲା ଋଜୁ ହୋଇଛି । ଅନ୍ୟପକ୍ଷରେ ରାମଚନ୍ଦ୍ର ମୁଣ୍ଡାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ଆଧାରରେ ୨୮/୨୪ନଂ ମାମଲା ଋଜୁ ହେବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.