Home ଜିଲ୍ଲା ପରିକ୍ରମା ଜମୁଛି ନାଲଗରା କପିଳମୁନି ମକର ମହୋତ୍ସବ, ପୌରାଣିକ କଥାବସ୍ତୁ ମୁଖ୍ୟ ଆକର୍ଷଣ

ଜମୁଛି ନାଲଗରା କପିଳମୁନି ମକର ମହୋତ୍ସବ, ପୌରାଣିକ କଥାବସ୍ତୁ ମୁଖ୍ୟ ଆକର୍ଷଣ

12

ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ବାଣିତିଆ ପଞ୍ଚାୟତ ନାଲଗରା ଠାରେ ସାର୍ବଜନୀନ କପିଳମୁନି ମକର ମହୋତ୍ସବ ପାଇଁ ସମଗ୍ର ଅଞ୍ଚଳ ଚଳ ଚଞ୍ଚଳ ହୋଇଛି । ଏହି ମେଳା ଏଠାରେ ୭ଦିନ ବ୍ୟାପି ପାଳନ କରାଯିବ । ୯ମ ବାର୍ଷିକ ମେଳା ପାଇଁ କପିଳମୁନି ଆଶ୍ରମ ପଡ଼ିଆକୁ ଆକର୍ଷଣୀୟ ତୋରଣ ଓ ଆଲୋକ ମାଳାରେ ସଜା ଯାଇଥିବା ବେଳେ ପ୍ରତ୍ୟେକ ସନ୍ଧ୍ୟାରେ ସଭା, ପ୍ରତିଭା ସମ୍ବର୍ଦ୍ଧନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି । ଏହି ମେଳା ପାଇଁ କପିଳ ମୁନି ଠାକୁରଙ୍କ ସମେତ ବିଭିନ୍ନ ପୌରାଣିକ କଥା ବସ୍ତୁକୁ ନେଇ ପାଶ୍ୱର୍ ଦେବାଦେବୀ ଓ ମୁନିଋଷି ଶୋଭା ପାଉଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ମଞ୍ଚକୁ ମୁନି କମିଟିର ମୁଖ୍ୟ ସମାଜସେବୀ ଶଙ୍କର୍ଷଣ ଦାସ ସଂଯୋଜନା କରିଥିବା ବେଳେ ଶିକ୍ଷାବିତ୍ ନରେନ୍ଦ୍ର କୁମାର ଚୌଧୁରୀ ସଭାପତିତ୍ୱ କରିଥିଲେ । ଏଥିରେ ୨୫ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଜେନା, ଶିକ୍ଷାବିତ୍ ସମିର କୁମାର ଚୌଧୁରୀ, ପ୍ରଧାନ ଶିକ୍ଷକ ରତିକାନ୍ତ ବେହେରା, ସମାଜସେବୀ ନବ କିଶୋର ପଣ୍ଡା, ଶିକ୍ଷକ ସୁଦର୍ଶନ ପାଢୀ, ମୁଖ୍ୟ ଉଦ୍ୟେକ୍ତା ସାବିତ୍ରୀ ମାଝୀ, ଇଂ ଚକ୍ରଧର ଜେନା, ସାହିତ୍ୟିକ ହରିହର ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ହୋଇ ପିଠର ମହାତ୍ମ୍ୟ ଉପରେ କହିଥିବା ବେଳେ ବର୍ତ୍ତମାନ ସମୟରେ ମଣିଷ ସାଧୁ ସନ୍ଥଙ୍କ ସହ ସଂପର୍କ ନ ଯୋଡ଼ି ଅର୍ଥ ପଛରେ ଗୋଡ଼ାଇ ଅନେକ କୁକର୍ମ କରୁଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ କପିଳମୁନିଙ୍କ ପରି ସାଧୁ ସମାଜ ଆଗେଇ ଆସିଲେ ଶାନ୍ତି ଫେରି ଆସିବ ବୋଲି ଅତିଥି ମାନେ କହିଥିଲେ । ପ୍ରାରମ୍ଭରେ ସୁଭସ୍ମିତା ଜେନା, ରଶ୍ମିତା ଦାସ, ଦିୱାନି ପ୍ରିତିଲଗ୍ନା ଦାସ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ ପୁରୀ ଓଁ ନମ ଶିବାୟ ସାଂସ୍କୃତିକ ଅନୁଷ୍ଠାନର ଗୁରୁ ପଣ୍ଡିତ ରାଜେଶ ରଥ ଏବଂ ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହଙ୍କୁ ମେଳା କମିଟି ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ନାରାୟଣ ବେହେରା, ଜ୍ଞାନରଞ୍ଜନ ଦାସ, ବ୍ରହ୍ମଦତ୍ତ ଘଡ଼େଇ, ରତ୍ନାକର ସାହୁ, ଶୁଭଙ୍କର ନାୟକ, ସୁକଦେବ ରାଉଳ, ପିତାମ୍ବର ଗାହାଣ ପ୍ରମୁଖ କାର୍ଯ୍ୟକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.