Home ଓଡ଼ିଶା ରାଜ୍ୟ ସ୍ତରୀୟ ବୈତରଣୀ ଫୁଟବଲ ମ୍ୟାଚ

ରାଜ୍ୟ ସ୍ତରୀୟ ବୈତରଣୀ ଫୁଟବଲ ମ୍ୟାଚ

139

ଯାଜପୁର୨୦ା୦୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ବରୁଣ୍ଡେଇ ଡାକ୍ତରଖାନା ପଡିଆରେ ବୈତରଣୀ ଆଥଲେଟିକ୍ ଆସୋସିଏସନର୪୬ ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଆଜି ୨ୟ ଦିନ ମ୍ୟାଚରେ ଅଡଶପୁର କଟକ ଓ ଏମଏସ କ୍ଲବ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଟିତ ହୋଇଥିଲା ।

 

ଆଜିର ମ୍ୟାଚରେ ଏମଏସ କ୍ଲବ ଭୁବନେଶ୍ୱର କୁ ଅଡଶପୁର କଟକ ୦-୧ ରେ ସ୍କୋର କରି ଚମ୍ପିଆନ ହୋଇଥିବା ଦେଖିବାକୁ ମିଳିଛି । ସୁଚନାଯୋଗ୍ୟ-ଗତ କାଲି ଉଦ୍‌ଘାଟନୀ ମ୍ୟାଚ୍‌ରେ ଟାଟା ମାଇନ୍ସ ଯାଜପୁର ଓ ଆନନ୍ଦ କ୍ଲବ ଆନନ୍ଦପୁର କେନ୍ଦୁଝରକୁ ୩-୧ ଗୋଲରେ ପରାସ୍ତ କରି ସେମି ଫାଇନାଲକୁ ଉନ୍ନୀତ ହୋଇଥିଲା । ଏହି ଟୁର୍ଣ୍ଣାମେଂଟରେ ମୋଟ ୮ ଟି ଦଳ ଭାଗ ନେଇଥିବା ଆଥଲେଟିକ୍ ଆସୋସିଏସନପକ୍ଷରୁ ସୁଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.