Home ଓଡ଼ିଶା ଜେପି ନଡ୍ଡା ଆଜି ସମ୍ଭାଳିବେ ଦୁନିଆର ସବୁଠାରୁ ବଡ଼ ପାର୍ଟୀ ବିଜେପିର ସଭାପତି ପଦ –...

ଜେପି ନଡ୍ଡା ଆଜି ସମ୍ଭାଳିବେ ଦୁନିଆର ସବୁଠାରୁ ବଡ଼ ପାର୍ଟୀ ବିଜେପିର ସଭାପତି ପଦ – ଜାଣନ୍ତୁ ନଡ୍ଡାଙ୍କ ବିଷୟରେ …

386

ନୂଆ ଦିଲ୍ଲୀ ୨୦-୧ (ଓଡ଼ିଆ ପୁଅ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହଙ୍କର ବିଶ୍ୱସନୀୟ ଜେପି ନଡ୍ଡା ନିର୍ବାଚନ ପ୍ରବନ୍ଧନର ରଣନୀତିରେ ଅତି ପ୍ରଖର ବୋଲି ଗଣାଯାଇଥାନ୍ତି। ଜେପି ନଡ୍ଡା ମୋଦୀ ସରକାରଙ୍କର ସ୍ବାସ୍ଥ୍ୟ ପରି ମୁଖ୍ୟ ମନ୍ତ୍ରଣାଳୟ ସମ୍ଭାଳି ସାରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କର ମହତ୍ବାକାଂକ୍ଷୀ ଯୋଜନା ଆୟୁଷ୍ମାନ ଭାରତର ସଫଳତାର ଶ୍ରେୟ ମଧ୍ୟ ତାଙ୍କୁ ଦିଆଯାଇଥାଏ। ଗତ ପ୍ରାୟତଃ ଆଠ ମାସ ହେବ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବରେ କାର୍ଯ୍ୟଭାର ସମ୍ଭାଳିଥିବା ନଡ୍ଡା ପାର୍ଟୀ ଭିତରେ ଅନେକ ଦାୟୀତ୍ତ୍ୱକୁ ସଫଳତାର ସହମ୍ପର୍ଣ୍ଣ କରିଛନ୍ତି। ଏବେ ସେ ଦୁନିଆର ସବୁଠାରୁ ବଡ଼ ପାର୍ଟୀ ବିଜେପିର ମଙ୍ଗ ଧରିବେ।

ନିର୍ବିରୋଧ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ ହେବେ ନଡ୍ଡା

ସଂଗଠନ ନିର୍ବାଚନର ଔପଚାରିକତା ସମ୍ପୂର୍ଣ୍ଣ କରିବା ପାଇଁ ଆଜି ବିଜେପି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ମଧ୍ୟ ହେବ, କିନ୍ତୁ କୌଣସି ଦ୍ୱିତୀୟ ପ୍ରାର୍ଥୀ ନ ହେବା କାରଣରୁ ଜେପି ନଡ୍ଡା ନିର୍ବିରୋଧ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ ହେବେ।

ଜେପୀ ନଡ୍ଡା ବିଜେପିର ଏକାଦଶତମ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ। ଜେପି ନଡ୍ଡା ଛାତ୍ର ରାଜନୀତି ସମୟରେ ଏବିଭିପି ସହିତ ଜଡ଼ିତ ଥିଲେ ଏବଂ ତା’ ପରେ ବିଜେପିର ଯୁବା ମୋର୍ଚାରେ ହିମାଞ୍ଚଳର ରାଜନୀତିରେ ସକ୍ରିୟ ହେଲେ ଏବଂ ତା’ ପରେ ବିଧାୟକ ଏବଂ ମନ୍ତ୍ରୀ ମଧ୍ୟ ଥିଲେ ୨୦୧୦ ରେ ସେ ରାଷ୍ଟ୍ରୀୟ ରାଜନୀତିରେ ଆସିଥିଲେ, ଯେତେବେଳେ ନିତିନ ଗଡକରୀ ତାଙ୍କୁ ବିଜେପିର ରାଷ୍ଟ୍ରୀୟ ମହାସଚିବ ନିୟୁକ୍ତ କଲେ।

ଜେପୀ ନଡ୍ଡାଙ୍କ ବିଷୟରେ ଜାଣନ୍ତୁ –

ଜେପୀ ନଡ୍ଡାଙ୍କର ଜନ୍ମ ୨ ଡିସେମ୍ବର ୧୯୬୦ ରେ ପାଟନା ବିହାରରେ ହୋଇଥିଲା। ତାଙ୍କର ପିତା ନାରାୟଣ ଲାଲ ନଡ୍ଡା ପାଟନା ବିଶ୍ବବିଦ୍ୟାଲୟରେ ପ୍ରଫେସର ଏବଂ ରାଞ୍ଚି ବିଶ୍ବବିଦ୍ୟାଲୟର କୁଳପତି ଥିଲେ। ନଡ୍ଡା ନିଜର ପ୍ରାରମ୍ଭିକ ଶିକ୍ଷା ବିହାରରୁ ଆରମ୍ଭ କରି ସ୍ନାତକ ପାଟନା ବିଶ୍ବବିଦ୍ୟାଲୟରେ ସମ୍ପୂର୍ଣ୍ଣ କରିଥିଲେ। ସେ ପାଟନାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ୍ ରେ ସକ୍ରିୟ ହୋଇକରି ଅନେକ ଛାତ୍ର ଆନ୍ଦୋଳନ ଏବଂ ସେହି ସମୟରେ ୧୯୭୫ ର ଜୟ ପ୍ରକାଶ ନାରାୟଣ ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

ହିମାଞ୍ଚଳ ବିଶ୍ବବିଦ୍ୟାଲୟରେ ଏଲଏଲବି ପଢି ୧୯୮୩ ରେ ହିମାଞ୍ଚଳ ବିଶ୍ବବିଦ୍ୟାଲୟ ଛାତ୍ର ସଂଘର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ୧୯୮୪ ରେ ହିମାଞ୍ଚଳ ପ୍ରଦେଶରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ର ପୂର୍ବତନ କାର୍ଯ୍ୟକର୍ତ୍ତା ରୂପେ ନଡ୍ଡା ଏବିଭିପିର ସଂଗଠନ ମନ୍ତ୍ରୀ ବାବେ କାମ କରିଥିଲେ। ୧୯୮୫-୮୯ ପର୍ଯ୍ୟନ୍ତ ନଡ୍ଡା ଦିଲ୍ଲୀରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ୍ ର ପୂର୍ଣ୍ଣକାଳୀନ କାର୍ଯ୍ୟକର୍ତ୍ତା ରୂପେ ସଂଗଠନ ମନ୍ତ୍ରୀ ଥିଲେ। ଦିଲ୍ଲୀରେ ଅନେକ ଛାତ୍ର ଆନ୍ଦୋଳନର ନେତୃତ୍ବ ନେଇ ଥିଲେ ନଡ୍ଡା। ସେ ରାଷ୍ଟ୍ରୀୟ ସଂଘର୍ଷ ମୋର୍ଚା ମାଧ୍ୟମରେ ତତ୍କାଳୀନ ରାଜନୀତିକ ସ୍ଥିତିରେ ପରିବର୍ତ୍ତନର ନେତୃତ୍ବ ନେଇଥିଲେ। ତା’ ପରେ ୧୯୮୯ ରେ ନଡ୍ଡା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ୍ ର ରାଷ୍ଟ୍ରୀୟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।

୧୯୯୦ ରେ ବିଜେପିରେ ସଂଗଠନ ମନ୍ତ୍ରୀର ଦାୟିତ୍ୱ ସହିତ ହିମାଞ୍ଚଳ ପ୍ରଦେଶ ପଠାଯାଇଥିଲା ତାଙ୍କୁ। ୧୯୯୧ ରେ ନଡ୍ଡାଙ୍କୁ ଭାରତୀୟ ଜନତା ଯୁବା ମୋର୍ଚାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଲା ଏବଂ ତତ୍କାଳୀନ ଅଧ୍ୟକ୍ଷ ମୁରଲୀ ମନୋହର ଜୋଶୀ ଜୀଙ୍କର ନେତୃତ୍ବରେ କାର୍ଯ୍ୟ କରି ତ୍ରିରଙ୍ଗା ଯାତ୍ରାରେ ୟୁବକମାନଙ୍କ ସହିତ ରହିଥିଲେ। ୧୯୯୩ ରେ ନଡ୍ଡା ପ୍ରଥମ ଥର ବିଲାସପୁର, ହିମାଞ୍ଚଳ ପ୍ରଦେଶରୁ ବିଧାୟକ ନିର୍ବାଚିତ ହେଲେ ଏବଂ ହିମାଞ୍ଚଳ ପ୍ରଦେଶ ବିଧାନସଭାରେ ନେତା ପ୍ରତିପକ୍ଷ ହେଲେ। ୧୯୯୮-୨୦୦୩ ରେ ନଡ୍ଡା ପୁନଃ ବିଧାୟକ ନିର୍ବାଚିତ ହେଲେ ଏବଂ ହିମାଞ୍ଚଳ ପ୍ରଦେଶ ସରକାର ରେ କୈବିନେଟ ମନ୍ତ୍ରୀ ଭାବେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଏବଂ ସଂସଦୀୟ କାର୍ଯ୍ୟ ମନ୍ତ୍ରଣାଳୟର କାର୍ଯ୍ୟଭାର ସମ୍ଭାଳିଥିଲେ।

୨୦୦୭ ରେ ନଡ୍ଡା ତୃତୀୟ ଥର ବିଧାୟକ ନିର୍ବାଚିତ ହେଲେ ଏବଂ ପର୍ଯ୍ୟାବରଣ, ବିଜ୍ଞାନ ଏବଂ ପ୍ରୌଦ୍ୟୋଗିକୀ ବିଭାଗର ମନ୍ତ୍ରୀ ହେଲେ। ୨୦୧୦ ରେ ମନ୍ତ୍ରୀ ପରିଷଦ୍ ରୁ ତ୍ୟାଗ ପତ୍ର ଦେଇ ନଡ୍ଡା ବିଜେପିର ରାଷ୍ଟ୍ରୀୟ ମହାମନ୍ତ୍ରୀ ହେଲେ। ତତ୍କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ଗଡକରୀଙ୍କର ଟିମର ସଦସ୍ୟ ଭାବେ କାର୍ଯ୍ୟ କରି କେନ୍ଦ୍ରୀୟ କାର୍ଯ୍ୟାଳୟର ପ୍ରଭାରୀ ଏବଂ ଅନେକ ରାଜ୍ୟର ପ୍ରଭାରୀ ଏବଂ ନିର୍ବାଚନ ପ୍ରଭାରୀ ଥିଲେ। ୨୦୧୨ ରେ ନଡ୍ଡା ହିମାଞ୍ଚଳରେ ରାଜ୍ୟସଭାର ସଦସ୍ୟ ନିର୍ବାଚିତ ହୋଇଥିଲେ। ୨୦୧୩ ରେ ନଡ୍ଡା ରାଜନାଥ ସିଂହଙ୍କର ଅଧ୍ୟକ୍ଷତାରେ ପୁନଃ ରାଷ୍ଟ୍ରୀୟ ମହାମନ୍ତ୍ରୀ ନିର୍ବାଚିତ ହେଲେ। ୨୦୧୪ ରେ ନଡ୍ଡା କେନ୍ଦ୍ରୀୟ ନିର୍ବାଚନ ପ୍ରବନ୍ଧ ସମିତିର ସଦସ୍ୟ ରହିଥିଲେ ଏବଂ ୨୦୧୪ ରେ ଅମିତ ଶାହଙ୍କର ନେତୃତ୍ବରେ ନଡ୍ଡା ପାର୍ଟୀର ସର୍ବୋଚ୍ଚ ସମିତି ସଂସଦୀୟ ଦଳର ସଚିବ ସଦସ୍ୟ ଏବଂ ରାଷ୍ଟ୍ରୀୟ ମହାମନ୍ତ୍ରୀ ମନୋନୀତ ହୋଇଥିଲେ। ନଭେମ୍ବର ୨୦୧୪ ରେ ସେ ସ୍ବାସ୍ଥ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ। ସଂଗଠନାତ୍ମକ କାର୍ଯ୍ୟର ଦୃଷ୍ଟିରେ ନଡ୍ଡା ଅନେକ ପ୍ରଦେଶଗୁଡ଼ିକରେ ପ୍ରଭାରୀ ଏବଂ ନିର୍ବାଚନ ପ୍ରଭାରୀ ଭାବେ କାର୍ଯ୍ୟ କରିଛନ୍ତି। ଯେଉଁଥିରେ ଜାମ୍ମୁ କାଶ୍ମୀର, ପଂଜାବ, ହରିୟାଣା, ରାଜସ୍ଥାନ, ମହାରାଷ୍ଟ୍ର, ତେଲେଙ୍ଗାନା, ବିହାର, ଛତିଶଗଡ଼, କେରଳ ଏବଂ ଉତ୍ତର ପ୍ରଦେଶ ପ୍ରମୁଖ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.