Home ଜିଲ୍ଲା ପରିକ୍ରମା କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ପିସିସି ସଭାପତିଙ୍କୁ ଭଦ୍ରକଠାରେ ସ୍ୱାଗତ ସମ୍ବର୍ଦ୍ଧନା

କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ପିସିସି ସଭାପତିଙ୍କୁ ଭଦ୍ରକଠାରେ ସ୍ୱାଗତ ସମ୍ବର୍ଦ୍ଧନା

8

ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ କଂଗ୍ରେସ ତରଫରୁ ନିର୍ବାଚନ ମଣ୍ଡଳୀ ନେତା ନଳିନୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ମହୋଦୟଙ୍କୁ ହଜାର ହଜାର କଂଗ୍ରେସ କର୍ମୀ ଗେଲ୍‌ପୁର ଛକ ଠାରେ ମାନ୍ୟବର ସଭାପତିଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସେଠାରୁ ତାଙ୍କୁ ଏକ ବିରାଟ ମଟର ସାଇକେଲ୍ ଶୋଭାଯାତ୍ରାରେ ଭଦ୍ରକ ସହର ପରିକ୍ରମା କରି ଡ଼ାହାଣିଗଡ଼ିଆ ଛକ ଠାରେ ପହଞ୍ôଚିଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ପଟ୍ଟନାୟକ ସାମ୍ବାଦିକ ବନ୍ଧୁ ମାନଙ୍କୁ କଂଗ୍ରେସ ଦଳର ଇସ୍ତାହାର ସମ୍ବନ୍ଧରେ ବାର୍ତ୍ତା ଦେଇଥିଲେ । ଯେଉଁଥିରେ ୯ଗୋଟି ଗ୍ୟାରେଣ୍ଟି ଅର୍ନ୍ତଭୁକ୍ତ । କାର୍ଯ୍ୟକ୍ରମ ଶେଷରେ ଭଦ୍ରକ ଜିଲ୍ଲାର ସମସ୍ତ ନେତୃ ମଣ୍ଡଳୀ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳଙ୍କୁ ଲୋକସଭା ପ୍ରାର୍ଥୀ କରିବା ପାଇଁ ପିସିସି ସଭାପତିଙ୍କୁ ପ୍ରସ୍ତାବ ଦେଇଥିଲେ । ଏଥିରେ ପୂର୍ବତନ ଜିଲ୍ଲା ସଭାପତି ସୁବ୍ରତ ଦାସ, ଚାନ୍ଦବାଲୀ ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ, ଧାମନଗର ନେତା ବିଦ୍ୟାଧର ଜେନା ଓ ଅଭିଷେକ୍ ରାଉତ, ରାଜୀବ ଗାନ୍ଧୀ ପଞ୍ଚାୟତରାଜ୍ ସଂଗଠନ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ଦାସ, ଓବିସି ବିଭାଗ ସଭାପତି ପିତବାସ ଧଳ, ଯୁବ ସଭାପତି ହେମନ୍ତ ମହାପାତ୍ର, ଛାତ୍ର ସଭାପତି ଓ ପାରିଷଦ ସେଖ୍ ସାହିଲ୍ କାଦରି, ରଂଜନ ଜେନା, ରାଜନ୍ ଲାହା, ତନ୍‌ଭୀର୍ ଖାଁ, ଏନାମୁଲ୍ ହକ୍‌, ବିଜୟ ବାରିକ, ସତ୍ୟ ପୁହାଣ, ଶଶୀକାନ୍ତ ଜେନା ଓ ମନୋଜ ମଲ୍ଲିକ ସମେତ ବହୁ କଂଗ୍ରେସ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.