Home ଜିଲ୍ଲା ପରିକ୍ରମା ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, ଭଦ୍ରକରୁ ୫ ଛାତ୍ରୀ ସମ୍ବର୍ଦ୍ଧିତ

ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, ଭଦ୍ରକରୁ ୫ ଛାତ୍ରୀ ସମ୍ବର୍ଦ୍ଧିତ

5

ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଓଡ଼ିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦ, ଭୁବନେଶ୍ୱର ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କ ମଧ୍ୟରୁ ଭଦ୍ରକର ୫ ଜଣ ଛାତ୍ରୀ ବିବେଚିତ ହୋଇଛନ୍ତି । ଏହି ମର୍ମରେ ଆଜିର ଅନୁଷ୍ଠିତ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ବିଜୟୀ ପ୍ରତିଭାଙ୍କୁ ପ୍ରଶଂସାପତ୍ର, ଟ୍ରଫି ଓ ଆର୍ଥିକ ରାଶି ପ୍ରଦାନ କରାଯାଇଛି । ଏଠାରେ ପ୍ରକାଶ ଥାଉକି ଜିଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଆୟୋଜିତ ଜିଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏବଂ ଜିଲାସ୍ତରରେ କୃତି ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ୧ମ, ୨ୟ ଓ ୩ୟ ପ୍ରତିଯୋଗୀଙ୍କର ଚିତ୍ରାଙ୍କନ ଓଡ଼ିଶା ରାଜ୍ୟ ଶିଶୁ କଲ୍ୟାଣ ପରିଷଦ, ଭୁବନେଶ୍ୱରଙ୍କୁ ପଠାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଏହି ଚିତ୍ରଗୁଡିକର ମୂଲ୍ୟାଙ୍କନ କରାଯାଇ କୃତି ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବୀଣାପାଣି ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ରୀ ବିଦ୍ୟାରାଣୀ ବେହେରା, ପୂଜାର୍ଚ୍ଚନା ବେହେରା, ରଶ୍ମିତା ସାହୁ, ସଂଯୁକ୍ତା ସାହୁ, ସ୍ୱପ୍ନା ମୁର୍ମୁ ପର୍ଯ୍ୟାୟକ୍ରମେ ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ । ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ମନ୍ଦାକିନୀ କର, ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକାଙ୍କ ସମେତ ରାଜ୍ୟ ଶିଶୁ କଲ୍ୟାଣ ପରିଷଦର ସଭ୍ୟ, ସଚିବ, ସଦସ୍ୟା ଓ ଅନ୍ୟ ପ୍ରମୁଖ ଅତିଥିମାନଙ୍କ ଠାରୁ କୃତି ପ୍ରତିଯୋଗୀମାନେ ପୁରସ୍କାର ଗ୍ରହଣ କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ପିନିରାଣୀ ମହାନ୍ତି ଓ ସସ୍ମିତା ଦେବୀଙ୍କ ସମେତ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଆଇନ୍ ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.