Home ଓଡ଼ିଶା ରାଜ୍ୟସରକାରଙ୍କ ୫-ଟି ଏବଂ ମୋ ସରକାର ଯୋଜନା କେବଳ ପ୍ରହସନ ପାଲଟିଛି: ବିଜେପି

ରାଜ୍ୟସରକାରଙ୍କ ୫-ଟି ଏବଂ ମୋ ସରକାର ଯୋଜନା କେବଳ ପ୍ରହସନ ପାଲଟିଛି: ବିଜେପି

135

ଅନୁସୁଚିତ ଜାତି ହୋମଗାର୍ଡ ରଂଜନ ମଲ୍ଲିକଙ୍କୁ ନ୍ୟାୟ ଦେବା ଦାବିରେ ରାଜ୍ୟ ମାନବ ଅଧିକାରୀ କମିଶନଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ
ଭୁବନେଶ୍ୱର, ୧୫/୧୦ (ଓଡ଼ିଆ ପୁଅ): ଯାଜପୁର ଜିଲ୍ଲା ବରି ବ୍ଲକର ଔପଡା ଗାଁର ଜଣେ ଅନୁସୁଚିତ ଜାତିର ଗରିବ ହୋମଗାର୍ଡ ରଂଜନ ମଲ୍ଲିକଙ୍କୁ ବରି ବିଧାୟିକା ସୁନନ୍ଦା ଦାସଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ଓ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ସାମଲ ଏବଂ ସେହି ପଂଚାୟତର ସରପଂଚ ସନ୍ତୋଷ ସାମଲ ହତ୍ୟା ଧମକ ଦେଇ ମାଡ ମାରିଛନ୍ତି।ଏପରିକି ଶାସକ ଦଳର ନେତାମାନେ ଗତ ୯ ତାରିଖ ଦିନ ତାଙ୍କୁ ଆକ୍ରମଣ କରିବା ପରେ ବି ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିନାହିଁ।ଏହା ବିରୁଦ୍ଧରେ ଆଜି ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ପ୍ରତିନିଧୀ ଦଳ ରାଜ୍ୟ ମାନବ ଅଧିକାରୀ କମିଶନଙ୍କୁ ଭେଟି ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଏବଂ ହୋମଗାର୍ଡ ରଂଜନ ମଲ୍ଲିକଙ୍କ ନାଁରେ ଥିବା ମିଥ୍ୟା ମକୋଦ୍ଦମାକୁ ହଟାଇ ତାଙ୍କୁ ସୁରକ୍ଷା ଦେବା ପାଇଁ ଦାବି କରିଛନ୍ତି।ସାରା ଓଡିଶାରେ ଦଳିତଙ୍କ ଉପରେ ଆକ୍ରମଣ କରାଯାଉଛି। ବିଶେଷ କରି ଶାସକ ଦଳର ନେତା ଓ କର୍ମୀମାନେ ଦଳିତ ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ଅତ୍ୟାଚାର କରିଚାଲିଛନ୍ତି।ଏହାର ନଗ୍ନ ଉଦାହରଣ ହେଉଛି ବରି ବିଧାୟକଙ୍କ ସ୍ୱାମୀ, ଜିଲ୍ଲା ପରିଷଦ ଏବଂ ସରପଂଚ ଏକ ଦଳିତ ହୋମ ଗାର୍ଡଙ୍କୁ ହତ୍ୟା ଧମକ ଦେଇ ମାଡ ମାରିବା ଘଟଣା।ରାଜ୍ୟସରକାରଙ୍କ ୫- ଟି ଏବଂ ମୋ ସରକାର ଯୋଜନା କେବଳ ପ୍ରହସନ ପାଲଟିଛି।ଶାସକ ଦଳ ଇଙ୍ଗିତରେ ପୋଲିସ କାର୍ଯ୍ୟ କରୁଛି ଏବଂ ଅପରାଧୀମାନଙ୍କୁ ସୁରକ୍ଷା ଯୋଗାଉଛି ବୋଲି ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ ଅଭିଯୋଗ କରିଛନ୍ତି।

ଏହି ପ୍ରତିନିଧୀ ଦଳରେ ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ସୁଶାନ୍ତ ମଲ୍ଲିକ, ରାଜ୍ୟ ଯାଜପୁର ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲ୍ଲିକ ଏବଂ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.