Home ଅପରାଧ ଫିଲ୍ମି ଷ୍ଟାଇଲରେ ଦିନ ଦ୍ୱିପହରରେ ସୁନାଗହଣା ଲୁଟ୍

ଫିଲ୍ମି ଷ୍ଟାଇଲରେ ଦିନ ଦ୍ୱିପହରରେ ସୁନାଗହଣା ଲୁଟ୍

146

ପୁରୀ, ୧୫/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଏକ ଜନଗହଳି ପୂର୍ଣ୍ଣ ରାସ୍ତା ସଦର ଥାନା ରାସ୍ତାରେ ମା ଓ ଝିଅ ଯାଉଥିବା ବେଳେ ପଛପଟୁ ଦୁଇଜଣ ବାଇକରେ ଆସି ସୁନା ଗହଣା ପିନ୍ଧି ରାସ୍ତାରେ ଯିବା ପାଇଁ ପୁଲିସ ମନା କରିଛି ବୋଲି କହି ସୁନା ଗହଣାକୁ କାଗଜରେ ବାନ୍ଧି ଯିବା ପାଇଁ କହିଥିଲେ।ଫଳରେ ସେମାନେ ଗହଣା ଖୋଲି କାଗଜରେ ବାନ୍ଧିବା ପରେ ଏମିତି ବନ୍ଧା ଯିବ ନାହିଁ ବୋଲି କହି ପୁଡ଼ିଆଟି ନେଇ ଯାଇ ଆମେ ବାନ୍ଧି ଦେଉଛୁ ବୋଲି କହିଥିଲେ।ପରେ ଅନ୍ୟ ଗୋଟିଏ କାଗଜ ପୁଡ଼ିଆ ଧରାଇଦେଇ ବାଇକରେ ଚାଲିଯାଇଥିଲେ।ଏମାନେ ପରେ ଖୋଲି ଦେଖିବା ବେଳକୁ ଗହଣା ନଥିଲା।ଉକ୍ତ ମହିଳା ଏ’ସମ୍ପର୍କରେ ଟାଉନ ଥାନାରେ ଲିଖିତ ଅଭିଯୋଗ ଦେବାପରେ ପୁଲିସ ଲୁଟେରାକୁ ଧରିବା ନିମନ୍ତେ ଅଭିଯାନ ଜାରି ରଖିଛି।ଏହି ଘଟଣା ସହରରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.