Home ଓଡ଼ିଶା ଝାରଖଣ୍ଡ ନିର୍ବାଚନ : ୧୭ଟି ଆସନ ପାଇଁ ଆଜି ହେଉଛି ମତଦାନ, ୩୦୯ ପ୍ରାର୍ଥୀଙ୍କର ଭାଗ୍ୟ...

ଝାରଖଣ୍ଡ ନିର୍ବାଚନ : ୧୭ଟି ଆସନ ପାଇଁ ଆଜି ହେଉଛି ମତଦାନ, ୩୦୯ ପ୍ରାର୍ଥୀଙ୍କର ଭାଗ୍ୟ EVM ରେ ହେବ ବନ୍ଦ

190

ରାଞ୍ଚି ୧୨-୧୨ (ଓଡ଼ିଆ ପୁଅ) ଝାରଖଣ୍ଡ ବିଧାନସଭା ନିର୍ବାଚନର ତୃତୀୟ ଚରଣରେ ଗୁରୁବାରଦିନ ୧୭ ଟି ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ନିର୍ବାଚନ ଆୟୋଗ ଏହି ଆସନ ଗୁଡ଼ିକ ଉପରେ ଶାନ୍ତିପୂର୍ଣ୍ଣ, ନିରପେକ୍ଷ ଏବଂ ପାରଦର୍ଶୀ ଭାବରେ ନିର୍ବାଚନ କରାଇବା ପାଇଁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିଛନ୍ତି। ପ୍ରାୟତଃ ଚାଳିଶ ହଜାର ନିର୍ବାଚନ କର୍ମିଙ୍କୁ ନିଯୁକ୍ତ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ କୁମାର ଚୌବେ କହିଛନ୍ତି ସର୍ବମୋଟ ୭୦୧୬ ମତଦାନ କେନ୍ଦ୍ରରେ ସର୍ବମୋଟ ୫୬,୧୮,୨୬୭ ମତଦାତା ନିଜର ମତାଧିକାର ବ୍ୟବହାର କରିବେ।

ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ତୃତୀୟ ଚରଣରେ ୩୦୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଏମାନଙ୍କ ମଧ୍ୟରେ ୨୭୭ ପୁରୁଷ ଏବଂ ୩୨ ମହିଳା ପ୍ରାର୍ଥୀ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.