Home ଓଡ଼ିଶା ଦ୍ୱିତୀୟ ପର୍ଯ୍ୟାୟରେ ମାଇଷ୍ଟାର୍ଟ ଅପ ଯାତ୍ରା,ଶିକ୍ଷିତ ଯୁବଗୋଷ୍ଟି ଙ୍କୁ ନେଇ କଫିବ୍ରେକ୍ ସଟରଡେ କାର୍ଯ୍ୟକ୍ରମ

ଦ୍ୱିତୀୟ ପର୍ଯ୍ୟାୟରେ ମାଇଷ୍ଟାର୍ଟ ଅପ ଯାତ୍ରା,ଶିକ୍ଷିତ ଯୁବଗୋଷ୍ଟି ଙ୍କୁ ନେଇ କଫିବ୍ରେକ୍ ସଟରଡେ କାର୍ଯ୍ୟକ୍ରମ

102

ଭୁବନେଶ୍ୱର,୧୧ା୧୧ (ଓଡିଆ ପୁଅ/ ଆର.କେ.ଦାଶ ) ବିଭିନ୍ନ ଦେଶ ଓ ପ୍ରଦେଶ ର ଶିକ୍ଷିତ ଯୁବକ ଓ ଯୁବତୀ ମାନଙ୍କୁ ନେଇ ଅତ୍ୟାଧୁନିକ ଶୈଳୀରେ ମାଇଷ୍ଟାର୍ଟ ଅପ ଯାତ୍ରା ଦ୍ୱାରା କଫିବ୍ରେକ ସଟର ଡେ କାର୍ଯ୍ୟକ୍ରମ ଦ୍ୱିତୀୟ ପର୍ଯ୍ୟାୟରେ ପହଁଚିଛି । ଭୁବନେଶ୍ୱର ଠାରେ ଥିବା ସୃଷ୍ଟି ଏକାଡେମୀ ଅଫ ମ୍ୟାନେଜମେଟଂ  ସଭାଗୃହ ଠାରେ ଆୟୋଜିତ  ସମାରୋହରେ  ଓଡିଶା ସରକାରଙ୍କ ଆର୍ଥିକ ସେବା ଉପକମିଶନର ଶ୍ରୀ କୁନୁପାଢୀ, ମୁଖ୍ୟବକ୍ତା ଭାବେ ୟୁ.ଏସ.ଏ. ଡେଲଓ୍ବାର ର ଜେନଟେକ୍ସ ମୁଖ୍ୟକାର୍ଯ୍ୟନିର୍ବାହି ଅଧିକାରୀ ଡଃ ସୌମ୍ୟରଜଂନ ପଟନାୟକ,ଶ୍ରୀ ଶ୍ରୀ ୟୁନିଭର୍ସିଟ କୃଷିବ୍ୟାପାର ପରାମର୍ଶଦାତା ବରଦା ପ୍ରସାଦ ପାଣିଗ୍ରାହୀ,ରେଡ କ୍ୟୁବ ସର୍ଭିସସେସ ପ୍ରାଇଭେଟ ଲିମିଟେଡ ନିର୍ଦ୍ଦେଶକ ଆଲୋକ ପଣ୍ଡା ପ୍ରମୁଖ  ଦେଶ ବିଦେଶର ଓଡିଆ ଉଦ୍ୟଗି ମାନେ ଯୋଗଦେଇଥିଲେ । କଫି ବ୍ରେକ ସଟରଡେ କଣ ଓ ଏହା ଦ୍ୱାରା ଆଗାମୀ ଯୁବପିଡିଙ୍କ ପାଇଁ କି କି କାର୍ଯ୍ୟକ୍ରମ ହୋଇପାରିବ ସେ ସଂପର୍କରେ କହିବା ସହ ଓଡିଶାର ଯୁବପିଢି ମାନେ ପୁରୁଣା ପରମ୍ପରାକୁ ଫେରିଯାଇ ସାଧବପୁଅ ସାଜି ଓଡିଶାର ବାଣିଜ୍ୟ ବ୍ୟବସ୍ଥା କୁ ଉନ୍ନତ ପାହ୍ୟାରେ କରିବା, କୃଷି କୁ ଅତ୍ୟାଧୁନିକ ଉନ୍ନତ ବୈଜ୍ଞାନିକ ପ୍ରଣାଳୀରେ ଚାଷ କରି ଅଧିକ ଅମଳକ୍ଷମ ଫସଲ କିପରି ହେବ, ଜିଏସଟି କଣ ଏହାଦ୍ୱାରା ବାଣିଜ୍ୟ ବ୍ୟବସାୟ କିପରି ହେବ, ବ୍ୟବସାୟୀ ଓ ଗ୍ରାହକମାନେ ଠକାମିର ଶିକାର ନହୋଇ କିପରି ଉପକୃତ ହେବେ ସେ ସଂପର୍କରେ ମଚାଂଶିନ ଅତିଥି ମାନେ ସୁଚନା ଦେଇଥିଲେ । ରାଜ୍ୟ ଓ ଦେଶ ବିଦେଶର ଶିକ୍ଷିତ ଯୁବଗୋଷ୍ଟି ଙ୍କୁ ନେଇ ମାଇ ଷ୍ଟାର୍ଟଅପ ଯାତ୍ରା,ଓ-ଲଚଂପ୍ୟାଡ ସଂସ୍ଥାର ପ୍ରତିଷ୍ଟାତା ପ୍ରୀୟଦର୍ଶୀ ଷଡଙ୍ଗୀ, ଉପଦେଷ୍ଟା ଚନ୍ଦନ କୁମାର ସଡଙ୍ଗୀ ଓ ସଂଯୋଜକ ଅମିୟପ୍ରଭା ଦାସ ଙ୍କ ଉଦ୍ୟମରେ ସଫଳତାର ସହ ଏହି କଫି ବ୍ରେକ ସଟର ଡେ ଦ୍ୱିତୀୟ ସମାରୋହ କାର୍ଯ୍ୟକ୍ରମ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଆର୍ଶୀବାଦ ପ୍ରତିକାନନ୍ଦ, ଶ୍ରୀମନ୍ତ ସାହୁ,ଶୁଭଶ୍ରୀ କର ସୁନ୍ଦର ଭାବେ ପରିଚାଳନା କରିଥିଲେ । ମାଇ ଷ୍ଟାଟ ଅପ୍ ଯାତ୍ରା ଏକ ଭିନ୍ନ କାର୍ଯ୍ୟକ୍ରମ ଯେଉଁ ଥିରେ ଦେଶ ବିଦେଶର ମାନ୍ୟଗନ୍ୟ ବ୍ୟକ୍ତି ମାନଙ୍କୁ ନିମନ୍ତ୍ରଣ କରାଯାଇଥାଏ ।ଏହି କାର୍ଯ୍ୟକ୍ରମରେ ସେମାନେ ନିଜ ନିଜ ପ୍ରାରମ୍ଭିକ ଓ ପ୍ରଥାମିକ ସଂଘର୍ଷ ଏବଂ ପରବର୍ତି ସଫଳତା ବିଷୟରେ କହିଥାନ୍ତି,ଯୁବଗୋଷ୍ଟି ମାନଙ୍କର ଷ୍ଟାର୍ଡଅପ୍ ବିଚାରଧାରାକୁ ଗୋଟିଏ  ମଚଂରେ ଉପସ୍ଥାପନା କରିବାର ପ୍ରୟାସ ଏହି କାର୍ଯ୍ୟକ୍ରମ ମାଧ୍ୟମରେ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.