Home ଓଡ଼ିଶା ରାଜୀବ ଗାନ୍ଧୀ ପ୍ରତିଭା ଅନ୍ୱେଷଣ ୨୦୧୯ ଅନୁଷ୍ଠିତ

ରାଜୀବ ଗାନ୍ଧୀ ପ୍ରତିଭା ଅନ୍ୱେଷଣ ୨୦୧୯ ଅନୁଷ୍ଠିତ

207

ଭୁବନେଶ୍ୱର – ୧୮.୮ (ଓଡ଼ିଆ ପୁଅ) – ଆଜି କଂଗ୍ରେସ ଭବନ ପରିସରରେ ରାଜୀବ ଗାନ୍ଧୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ରାଜୀବ ଗାନ୍ଧୀ ଫୋରମର କାର୍ଯ୍ୟକାରୀ ସଭାପତି ସୁରେଶ କୁମାର ରାଉତରାୟ ଏବଂ ସାଧାରଣ ସଂପାଦକ ଶୁଭେନ୍ଦୁ ମହାନ୍ତି ଉଦ୍ଘାଟନ କରି ଏହା ବର୍ଷଯାକ ସାରା ଓଡ଼ିଶାରେ ଆୟୋଜନ କରାଯିବ ବୋଲି କହିଥିଲେ। ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, ସାଧାରଣ ଜ୍ଞାନ ଏବଂ ବକ୍ତୃତା ପ୍ରତିଯୋଗିତାରେ ଭୁବନେଶ୍ୱରର ପ୍ରାୟ ୫୦ ବିଦ୍ୟାଳୟରୁ ୧୦୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏଠାରେ ସୂଚୀତ କରାଯାଉଛି କି ଆସନ୍ତା ୨୦ ତାରିଖରେ ଇଡିକଲ ଅଡିଟୋରିୟମ ପ୍ରେକ୍ଷାଳୟରେ ରାଜୀବ ଗାନ୍ଧୀଙ୍କ ୭୫ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ରାଜୀବ ଗାନ୍ଧୀ ଫୋରମ ତରଫରୁ ପ୍ରକାଶ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ସର୍ବଶ୍ରୀ ରଜନୀକାନ୍ତ ସାମନ୍ତରାୟ, ମନୋରଞ୍ଜନ ଦାସ, ରଶ୍ମି ମହାପାତ୍ର, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ୱଜିତ୍ ଦାସ, ଦୀପକ ମହାପାତ୍ର, ହିମାଂଶୁ ଲେଙ୍କା, ରଜନୀ ମହାନ୍ତି, ସୁବତ୍ର ମହାପାତ୍ର, ସରୋଜ ପରିଡ଼ା, ସୁଶାନ୍ତ ତ୍ରିପାଠୀ, ଅଂଚଳ ବଟୁ, ମୋହନ ଜେନା, ଜୟକୃଷ୍ଣ ସୁବୁଧି, ସୂର୍ଯ୍ୟନାରାୟଣ ପଣ୍ଡା, ମନୋଜ କୁମାର ସାହୁ, ତୋଫାନ ସ୍ୱାଇଁ, ସୁବଳ ନାୟକ, ଦେବଦତ ଜେନା, ରିଜୁଆନ୍ଅଲ୍ଲୀ ଖାନ ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.