Home ଜିଲ୍ଲା ପରିକ୍ରମା ରାଜପଥ ଲୁଟେରା ଗିରଫ, ମୋବାଇଲ ଫୋନ, ବାଇକ ଓ ଅର୍ଥ ଜବତ

ରାଜପଥ ଲୁଟେରା ଗିରଫ, ମୋବାଇଲ ଫୋନ, ବାଇକ ଓ ଅର୍ଥ ଜବତ

28

ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ୧୬ ନଂ ଜାତୀୟ ରାଜପଥରୁ ଲୁଟରେ ସଂପୃକ୍ତ ଲୁଟେରାକୁ ପୁଲିସ ଗିରଫ କରିଛି । ଗତକାଲି ତାମିଲନାଡୁ ଅଭିମୁଖି ଟ୍ରକ ଚାଳକକୁ ଆସାମ ଅଏଲ ପେଟ୍ରେଲ ପମ୍ପ ନିକଟରେ ଛୁରା ଦେଖାଇ ଅର୍ଥ, ଏଟିଏମ କାର୍ଡ ଓ ମୋବାଇଲ ଲୁଟ କରୁଥିବା ବେଳେ ଲୁଟେରାକୁ ସ୍ଥାନୀୟ ଲୋକେ କାବୁ କରି ପୁଲିସ ଜିମା ଦେଇଥିଲେ । କେନ୍ଦ୍ରପଡା ଜିଲ୍ଲା ମାନପୁର ଅଞ୍ଚଳର ସୁଧାଂଶୁ ମଲ୍ଲିକ ବୋଲି ଲୁଟେରାର ପରିଚୟ ମିଳିଛି । ଲୁଟେରା ଠାରୁ ଲୁଟ ହୋଇଥିବା ମୋବାଇଲ ଫୋନ, ଏଟିଏମ କାର୍ଡ ଓ ନଗଦ ଅର୍ଥ ସହ ଏକ ଆପାଚି ମୋଟରସାଇକେଲ ଜବତ କରାଯାଇଛି । ଏଥିନେଇ ଥାନାରେ ୫୮/୨୧ନଂ ମାମଲା ଋଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.