Home ଜିଲ୍ଲା ପରିକ୍ରମା ଅସୁରା ଗ୍ରାମରେ ଅଗ୍ନିକାଣ୍ଡ

ଅସୁରା ଗ୍ରାମରେ ଅଗ୍ନିକାଣ୍ଡ

26

ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ପଂଚାୟତର ଅସୁରା ହାଟସାହି ଗ୍ରାମରେ ଆଜି ଅପରାହ୍ନରେ ଅଗ୍ନୀକାଣ୍ଡ ଘଟି ଚାରି ବଖରା ଘର ପୋଡି ଭସ୍ମୀଭୂତ ହୋଇଯାଇଛି । ଖବର ଅନୁସାରେ ଆଜି ଅପରାହ୍ନରେ ହାଟସାହିର ମିଳନ ପଣ୍ଡୁଆଙ୍କ ଘରେ ହଠାତ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡ ଏତେ ଭୟାଭୟ ଥିଲା ଯେ ଦମକାଳ ବାହିନୀ ପହଂଚିବା ପୂର୍ବରୁ ଚାରି ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଥିଲା ।ଘରର ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ଜଳିପୋଡି ପାଉଁଶ ହୋଇଯାଇଛି । ଏହି ଘରେ ମିଳନଙ୍କ ପରିବାର ସହ ତାଙ୍କ ମାଆ,ଭାଇଭାଉଜ ତଥା ପିଲାପିଲି ରହୁଥିବା ଜଣାପଡିଛି । ଖବର ପାଇ ତତକ୍ଷଣାତ ରାଜସ୍ୱ ନୀରିକ୍ଷକ ଗଜେନ୍ଦ୍ର ଦାସ ପହଂଚି ରିପୋର୍ଟ କରିବା ସହ ପଲିଥିନ ଯୋଗାଇ ଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.