Home ଜିଲ୍ଲା ପରିକ୍ରମା ଦ୍ୱିତୀୟ ଥର କିଡ୍‌ନାପ୍ ହେଲା ଛାତ୍ର

ଦ୍ୱିତୀୟ ଥର କିଡ୍‌ନାପ୍ ହେଲା ଛାତ୍ର

64

ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଥରେ ଅପହରଣର ଶିକାର ହେବା ଓ ପୁଲିସ ଦ୍ୱାରା ଉଦ୍ଧାର ହେବାର ଘଟଣା ଘଟିବାର ଦେଢମାସ ପରେ ପୁଣି ଥରେ ଅପହରଣ ହେବା ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ଏହି ଘଟଣା ଘଟିଛି ଭଦ୍ରକ ଯୁଗଳ ପଟ୍ଟନାୟକ ଗଳିରେ । ଭଦ୍ରକ ଜିଲ୍ଲା ତିହିଡ଼ି ଥାନା କମାରିଆ ଗ୍ରାମର ରବିନ୍ଦ୍ର ସାହୁ ଯୁଗଳ ପଟ୍ଟନାୟକ ଗଳିରେ ଭଡା ଘରେ ରହି ଗାର୍ଲସ ହାଇସ୍‌ୁଲ ସମ୍ମୁଖରେ ଠେଲାରେ ଏକ ଜଳଖିଆ ଦୋକାନ କରି ଜୀବିକା ନିର୍ବାହ କରନ୍ତି । ଗତ ୧୪ ତାରିଖ ରବିନ୍ଦ୍ରଙ୍କ ୧୩ ବର୍ଷର ପୁତ୍ର ଯୋଗେନ୍ଦ୍ର ସକାଳ ପ୍ରାୟ ସାଢେ ୮ଟା ସମୟରେ ଘରୁ ଦୋକାନକୁ ଆସିବା ପାଇଁ ସାଇକେଲ ଯୋଗେ ବାହାରି ଆସିଥିଲେ । ମାତ୍ର ସେ ଦୋକାନରେ ପହଞ୍ଚି ନ ଥିଲେ । ରବିନ୍ଦ୍ର ଦିନ ପ୍ରାୟ ୧ଟା ୩୦ ସମୟକୁ ଘରକୁ ଫେରି ପୁଅକୁ ଖୋଜିବାରୁ ପରିବାର ଲୋକେ ଯୋଗେନ୍ଦ୍ର ଦୋକାନ ବାହାରି ଆସିବା କଥା କହିଥିଲେ । ରବିନ୍ଦ୍ର ପୁଅକୁ ଖୋଜିଖୋଜି ଆସିବା ପରେ ଜିଲ୍ଲା ବିଜେପି କାର୍ଯ୍ୟାଳୟ ନିକଟରେ ପୁଅର ସାଇକେଲ ପଡ଼ିଥିବା ବେଳେ ପୁଅର କୌଣସି ଖୋଜ ଖବର ମିଳି ନଥିଲା । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନପାଇ ସେ ଏ ସଂକ୍ରାନ୍ତରେ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଅପହରଣ ମାମଲା ରୁଜୁ କରିଛି । ଏଠାରେ ସୂଚନା ଥାଉ କି ଗତ ଦେଢମାସ ତଳେ ପୁଅ ଯୋଗେନ୍ଦ୍ରକୁ ଅପହଣ କରାଯାଇଥିବା ବେଳେ ପୁଲିସ ତାଙ୍କୁ ରାଣିତାଲ ନିକଟରୁ ଉଦ୍ଧାର କରି ରବିନ୍ଦ୍ରଙ୍କୁ ହସ୍ତାନ୍ତର କରିଥିଲା । ଜଣେ ନାବାଳକଙ୍କୁ ଦୁଇଥର ଅପହରଣ କରାଯିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟପକ୍ଷରେ ପୁଅର କେହି ସନ୍ଧାନ ପାଇଲେ ତାଙ୍କୁ ନିକଟସ୍ଥ ପୁଲିସ ଷ୍ଟେସନ କିମ୍ବା ଭଦ୍ରକ ଟାଉନ ଥାନାକୁ ଜଣାଇବାକୁ ରବିନ୍ଦ୍ର ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.