Home ଜିଲ୍ଲା ପରିକ୍ରମା ରାଜପଥରୁ ବେଆଇନ ଗୋରୁ ବୋଝେଇ କଣ୍ଟେନର ଜବତ, ୭୨ ଗୋରୁ ଉଦ୍ଧାର; ଶ୍ୱାସରୁଦ୍ଧରେ ଗୋଟିଏ ମୃତ;...

ରାଜପଥରୁ ବେଆଇନ ଗୋରୁ ବୋଝେଇ କଣ୍ଟେନର ଜବତ, ୭୨ ଗୋରୁ ଉଦ୍ଧାର; ଶ୍ୱାସରୁଦ୍ଧରେ ଗୋଟିଏ ମୃତ; ୪ ଗିରଫ

61

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଡାହାଲା ଛକ ନିକଟରୁ ଆଜି ପ୍ରତ୍ୟୁଷରେ ସ୍ଥାନୀୟ ପାଟ୍ରୋଲିଂ ପୁଲିସ ଗୋଟିଏ ବେଆଇନ ଗୋରୁ ବୋଝେଇ କଣ୍ଟେନର ଜବତ କରିଥିବା ଜଣାଯାଇଛି । କଣ୍ଟନର ଦୁଇଟି ଭାଗରେ ଥିôବା ୭୨ଟି ଗୋରୁ ମଧ୍ୟରୁ ଗୋଟିଏ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ବେଳେ ବାକି ୭୧ଟି ଗୋରୁକୁ ଭଦ୍ରକ ମଇତାପୁର ଗୋଶାଳାରେ ଛଡାଯାଇଛି । ଏଥିନେଇ ଥାନାରେ ମାମଲା ଋଜୁ ହୋଇ ଚାରିଜଣଙ୍କୁ ଗିରଫ କରାଯାଇଛି । ବିବରଣୀରୁ ପ୍ରକାଶ ଯେ ଓ. ଆର. ୦୧ ପି. ୪୩୯୮ ନଂ କଣ୍ଟେନର ବେଗୁନିଆରୁ କଲିକତାକୁ ଗୋରୁ ବେଆଇନ ଭାବେ ପରିବହନ କରୁଥିବା ବେଳେ ପୁଲିସ ପାଟ୍ରେଲିଂ ଦଳର ଯାଞ୍ଚରୁ ଧରାପଡିଥିଲା । ପରିବହନ ସମ୍ପର୍କୀୟ କୌଣସି କାଗଜପତ୍ର ଦେଖାଇ ନପାରିବାକୁ କଣ୍ଟେନରକୁ ଥାନାକୁ ଅଣାଯାଇଥିଲା । ସହକାରୀ ସବ୍‌ଇନିସପେକ୍ଟର ବିଜୟ କୁମାର ନାୟକଙ୍କ ଅଭିଯୋଗ ଆଧାରରେ ୧୪୨/୨୧ନଂ ମାମଲା ଋଜୁ କରାଯାଇଛି । କଣ୍ଟେନର ଚାଳକ ଅଭିଯୁକ୍ତ ସାଉଦି ଖାଁ, ଶେକ ନୋସାଦ, ସୁମନ୍ତ ପଟ୍ଟନାୟକ ଓ ଛବି ପଟ୍ଟନାୟକଙ୍କୁ ଗିରଫ କରାଯାଇଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ରାଜପଥରେ ପ୍ରତି ସପ୍ତାହ ମଙ୍ଗଳବାର, ବୁଧବାର ଓ ଶନିବାରମାନଙ୍କରେ ପଚାଶ ରୁ ଷାଠିଏ ଗାଡି ଗୋରୁ ପରିବହନ କରି କଲିକତା ଅଞ୍ଚଳକୁ ଯାତାୟତ କରୁଛି । ସେଗୁଡିକ ମଧ୍ୟରୁ କାଁ ଭାଁ କେତେକ ଧରାପଡୁଥିବା ବେଳେ ବହୁ ଗାଡି ମାସିକିଆ ବ୍ୟବସ୍ଥା କରି ଖସିଯିବା ନିତିଦିନିଆ ଘଟଣା ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.