Home ଜିଲ୍ଲା ପରିକ୍ରମା ଭଦ୍ରକରେ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ଧଳାଜହର ଜବତ, ୨ ଗିରଫ

ଭଦ୍ରକରେ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ଧଳାଜହର ଜବତ, ୨ ଗିରଫ

44

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକରେ ପୁଣିଥରେ ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ ହୋଇଛି । ଏକ ନମ୍ବର ବିହୀନ ଆପାଚୀର ୩ ଜଣ ଯୁବକ ଜଳେଶ୍ୱରରୁ ବ୍ରାଉନ ସୁଗାର ନେଇ ଭଦ୍ରକ ଅଭିମୁଖେ ଆସୁଥିବାବେଳେ ଗ୍ରାମାଞ୍ଚଳ ଥାନା ପୁଲିସ୍ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ଏବଂ ୧୬ନଂ ଜାତୀୟ ରାଜପଥ ରାଣୀତାଲ ନିକଟରୁ ସେମାନଙ୍କୁ କାବୁ କରିଥିଲା । ସେମାନଙ୍କ ଠାରୁ ୩୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୩୧୦ ଗ୍ରାମ ବ୍ରାଉନସୁଗାର ଜବତ ସହ ୨ ଜଣଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍ । ଗିରଫ ଦୁଇଜଣ ହେଲେ ବାଂଶଡା ଥାନା ମାଣିପୁର ଗାଁର ଶ୍ରୀକାନ୍ତ ଦାସ ଓ ତିହିଡି ଥାନା ପାଳିଆ-ଜିଝାରପୁର ଅଂଚଳର ସଞ୍ଜୟ ମଲ୍ଲିକ । ଅନ୍ୟ ଜଣେ ଅଭିଯୁକ୍ତ ତପନ ମଲ୍ଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ତାକୁ ପୁଲିସ୍ ଖୋଜୁଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.