Home ଜିଲ୍ଲା ପରିକ୍ରମା କାଁପଡାରେ ଭୟାବହ ଅଗ୍ନିକାଣ୍ଡ; ବାସଗୃହ ଭସ୍ମୀଭୂତ, ୨ ଗାଈ ଓ ୯ ଛେଳି ଜୀବନ୍ତ ଦଗ୍ଧ

କାଁପଡାରେ ଭୟାବହ ଅଗ୍ନିକାଣ୍ଡ; ବାସଗୃହ ଭସ୍ମୀଭୂତ, ୨ ଗାଈ ଓ ୯ ଛେଳି ଜୀବନ୍ତ ଦଗ୍ଧ

49

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ତିହିଡି ତହସିଲ ଅଧୀନସ୍ଥ କାଁପଡା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ବାସଗୃହ ଓ ଗୁହାଳ ଭସ୍ମୀଭୂତ ହେବା ସହ ୨ଟି ଗାଈ ଓ ୯ଟି ଛେଳି ଜୀବନନ୍ତ ଦଗ୍ଧ ହୋଇଛନ୍ତି । ଅନ୍ୟ ୨ଟି ଗୋରୁ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ବିଳମ୍ବିତ ରାତିରେ ଏହି ଗ୍ରାମନିବାସୀ ପୂର୍ବତନ ବିଧାୟକ ଗଂଗାଧର ଦାସଙ୍କ ଗୁହାଳରେ ନିଆଁ ଲାଗି ଏଭଳି ଅଭାବନୀୟ ଘଟଣା ଘଟିଛି । ଏଥିରେ ରବିନ୍ଦ୍ର ଦାସଙ୍କ ୩ଟି, ଶଶିକାନ୍ତ ଦାସଙ୍କ ୨ଟି ଓ ଯୋଗେନ୍ଦ୍ର ମଳିକଙ୍କର ଗୋଟିଏ ବାସଗୃହ ଜଳିଯାଇଛି । ଅନୁରୂପ ବାଇଧର ଓ କୈଳାସ ମଳିକଙ୍କ ୨ ବଖରା ଘର ମଧ୍ୟ ଆଂଶିକ ଜଳିଯାଇଛି । ଏହି ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ôଚ ନିଆଁକୁ ଆୟତ୍ତ କରିବା ସହ ପଡୋଶୀମାନଙ୍କ ଗୃହକୁ ବିପଦରୁ ରକ୍ଷା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.