Home ଜିଲ୍ଲା ପରିକ୍ରମା ରାଜଧାନୀ ଏକ୍ସପ୍ରେସ୍‌ରୁ ୩୦ କେଜି ଗଂଜେଇ ଜବତ, ଜଣେ ଗିରଫ

ରାଜଧାନୀ ଏକ୍ସପ୍ରେସ୍‌ରୁ ୩୦ କେଜି ଗଂଜେଇ ଜବତ, ଜଣେ ଗିରଫ

10

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜଧାନୀ ଟ୍ରେନ୍‌ରୁ ଜଣେ ଯୁବକଙ୍କ ଠାରୁ ୧ ଲକ୍ଷ ୫୧ ହଜାର ୫୦୦ ଟଙ୍କାର ୩୦ କେଜି ୩୦୦ ଗ୍ରାମର ଗଂଜେଇ ଜବତ କରିଛି ଭଦ୍ରକ ରେଳ ସୁରକ୍ଷା ବଳ । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆରପିଏଫ୍ ପକ୍ଷରୁ ଏବେ ବିଭିନ୍ନ ଦ୍ରୁତଗାମୀ ଟ୍ରେନ୍ ଗୁଡିକ ଉପରେ ତୀକ୍ଷ୍ଣ ନଜର ରଖାଯାଇ ଯାଞ୍ଚ ଆରମ୍ଭ ହୋଇଥିବାବେଳେ ଭୁବନେଶ୍ୱର ରେଳ ସୁରକ୍ଷା ବଳ ଟ୍ରେନ୍ ନଂ ୨୨୮୨୩ (ଭୁବନେଶ୍ୱର-ନୂଆଦିଲ୍ଲୀ) ଯାଉଥିବା ରାଜଧାନୀ ଏକ୍ସପ୍ରେସ୍‌ରେ ଜଣେ ଯୁବକ ୨ଟି ବଡ ଟ୍ରଲି ବ୍ୟାଗ୍‌ରେ ସନ୍ଦିଗ୍ଧ ଅବସ୍ଥାରେ କିଛି ଓଜନିଆ ଜିନିଷ ବଗି ନଂ ବି-୧୦/୭ ରେ ଯାଉଥିବାର ଦେଖିଥିଲେ । ଟ୍ରେନ୍ ଛାଡିବା ପରେ ଏହି ସନ୍ଦିଗ୍ଧ ଘଟଣାକୁ ସୁରକ୍ଷା ବଳ ଡିଏସ୍‌ସିଏନଏଲ/କେୟୁଆର ଏବଂ ଏସ୍‌ସିଏନଏଲ/କେୟୁଆରଙ୍କୁ ଜଣାଇବା ପରେ ସେମାନେ ଭଦ୍ରକ ରେଳଷ୍ଟେସନର ଆରପିଏଫର ଥାନାଧିକାରୀଙ୍କୁ ସୂଚନା ଦେଇଥିଲେ । ଫଳରେ ଭଦ୍ରକ ରେଳ ସୁରକ୍ଷା ବଳ ଅଧିକାରୀ ପିସି ପଣ୍ଡା, ଏସଆଇ ପ୍ରଭାତ କୁମାର ମହାପାତ୍ର ସଦଳବଳେ ଟ୍ରେନ୍‌ଟି ଅଟକିବା ପରେ ସଂପୃକ୍ତ ବଗିରେ ଥିବା ସନ୍ଦିଗ୍ଧ ଯୁବକଟିକୁ ପଚାରିବାରୁ ସେ ଓଡ଼ିଶାକୁ ଚାକିରୀ ଉଦ୍ଦେଶ୍ୟରେ ଆସିଥିଲା ବୋଲି କହିଥିଲା । ଏବଂ ଯାଞ୍ଚ ପରେ ଯୁବକ ନିକଟରେ ଥିବା ୨ଟି ଟ୍ରଲି ବ୍ୟାଗ୍‌ରୁ ଉପରୋକ୍ତ ଗଂଜେଇ ଜବତ ସହ ତାକୁ ଗିରଫ କରାଯାଇଥିଲା । ଯୁବକର ଜଣକର ଘର ବିହାରର ବୈଶାଳୀ ଜିଲ୍ଲା ବାଲିଗାଁ ଥାନା ଅଧୀନସ୍ଥ ଖୋଜପୁର ବସ୍ତି ହୋଇଥିବାବେଳେ ସେ ସେଠାକାର ବାସିନ୍ଦା ରାମକୁମାର ପାଶୱାଲଙ୍କ ପୁତ୍ର ନବନିତ କୁମାର (୨୫)ବୋଲି ଜଣାପଡିଛି । ଏହି ଘଟଣାରେ ଭଦ୍ରକ ରେଳବାଇ ଥାନାଧିକାରୀ ପି ନାୟକଙ୍କ ସୂତ୍ର ଅନୁସାରେ ଉକ୍ତ ଥାନାରେ ଏହି ଘଟଣାରେ କେଶ୍ ନଂ ୫୩/୨୪ ମୂଳେ ଏକ ମାମଲା ରୁଜୁ କରାଯାଇ ଏନଡିପିଏସ୍ ଆକ୍ଟ ୧୯୮୫ ରେ ଗିରଫ କରାଯାଇ ଆଜି ଜିଲା ସେସନ କୋର୍ଟକୁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.