Home ଜିଲ୍ଲା ପରିକ୍ରମା ୧୯ ବର୍ଷରେ ଧାମରା ଆଂଚଳିକ ରାଧାଗୋବିନ୍ଦ ମେଳଣ

୧୯ ବର୍ଷରେ ଧାମରା ଆଂଚଳିକ ରାଧାଗୋବିନ୍ଦ ମେଳଣ

7

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ଆଂଚଳିକ ରାଧାଗୋବିନ୍ଦ ମେଳଣ କମିଟ୍ ନରସିଂହପୁରକୁ ଆଜି ୧୯ ବର୍ଷ ପୁରିଲା । ୨୦୦୬ ମସିହାରେ ଆରମ୍ଭ ହୋଇଥିବା ଏହି ମେଳଣ ଉତ୍ସବ ଆଂଚଳିକ ଅଧିବାସୀଙ୍କର ସାହାର୍ଯ୍ୟ ଓ ସହଯୋଗରେ ଆଜି ପର୍ଯ୍ୟନ୍ତ ଚାଲି ଆସୁଛି । ପ୍ରତିବର୍ଷ ଦୋଳ ଉତ୍ସବ ପୁର୍ବରୁ ଦ୍ୱାଦଶୀ ତିଥିରେ ଏହି ମେଳଣ ଅନୁଷ୍ଠିତ ହେଉଥିବାରୁ ଏହି ଉତ୍ସବରେ ଯୋଗ ଦେବା ପାଇଁ ଧାମରା ୮ ପଂଚାୟତ ସହିତ ଅନ୍ୟ ସ୍ଥାନ ମାନଙ୍କରୁ ଠାକୁର ବାଡିଆ ସେମାନଙ୍କର ଠାକୁର ସହିତ ବିମାନକୁ ରଙ୍ଗ ବେରଙ୍ଗରେ ସଜ୍ଜିତ କରି ଦେବସଭାକୁ ଆସିଥାଆନ୍ତି । ଦେବସଭାରେ ଠାକୁରଙ୍କୁ ପୂଜାର୍ଚ୍ଚନା କରାଯିବା ସହିତ ଠାକୁର ବାଡିଆ ଓ ଦେବାଦେବୀଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ହୋଇଥାଏ । ଧାମରା ଆଂଚବଳିକ ରାଧାଗୋବିନ୍ଦ ମେଳଣ ଉତ୍ସବ ପାଇଁ ଦ୍ୱାଦଶୀ ତିଥିରେ ସମ୍ପୂର୍ଣ୍ଣ ଧାମରା ଅଂଚଳ ଉତ୍ସବମୁଖର ହୋଇପଡେ । ହଜାର ହଜାର ଲୋକ ଏହି ଉତ୍ସବ ଦେଖିବା ପାଇଁ ବିମାନ ସହିତ ମେଳଣ ପଡିଆ ମଧ୍ୟକୁ ପ୍ରବେଶ କରନ୍ତି । ଅଭିର ଓ ରଙ୍ଗରେ ଏହି ଦିନ ମେଳଣ ପଡିଆ ତାର ନୂଆ ପରିଚୟ ସୃଷ୍ଟି କରେ । କମିଟ୍ ର କର୍ମକର୍ତା ତଥା ମା ଧାମରାଇ ମନ୍ଦିର କମିଟର ସଦସ୍ୟ ମାନେ ଦେବ ଉ ଉତ୍ସବର ସମସ୍ତ ଦାଇତ୍ୱ ତୁଲାଇଥାଆନ୍ତି । ଆଜିର ଦେବ ସଭାର ମେଳଣ କମିଟ୍ ର ପରାମର୍ଶଦାତା ନରହରି ମଲ୍ଲୀକଙ୍କ ସଭାପତିତ୍ୱରେ ବୀରକିଶୋର ନାୟକ,ଅଭିମନ୍ୟୁ ରାଉତ,ନରେନ୍ଦ୍ର ବେହେରା,ଗୌରାଙ୍ଗ ନାୟକ, ମେଳଣ କମିଟ୍ ର ସଭାପତି ଶୁଶାନ୍ତ କୁମାର ଜେନା, ବିଦ୍ୟାଧର ବାରିକ, ବାବୁ ମଲ୍ଲୀକ ପ୍ରତାପ ରାଉତ, ଗଦାଧର ନାୟକ, ନଟବର ନାୟକ, ବିଜୟ କୁମାର ନାୟକ, ନରେନ୍ଦ୍ର ନାୟକ,ବୁନୁ ମଲ୍ଲୀକ,ଅଶୋକ ରାଉତ, ଜ୍ଞାନରଞ୍ଜନ ଦାସ, ବିକାଶ ଜେନା, ନିକୁଞ୍ଜ ମଲ୍ଲୀକ,ରବିନ୍ଦ୍ର ସେଠୀ,ପ୍ରୀତିରଞ୍ଜନ ତ୍ରୀପାଠୀ, ସଦାନନ୍ଦ ମଲ୍ଲୀକ,ତପୁ ନାୟକ,ନିରୋଧ ନାୟକ, ସରୋଜ ଜେନା,ବିଶ୍ୱନାଥ ରାଉତ ପ୍ରଦୀପ ବେହେରାଙ୍କ ସହିତ ଅନ୍ୟ ଠାକୁରବାଡିଆ ଓ ଗ୍ରାମବାସୀବୃନ୍ଦ ଉପସ୍ଥିତ ରହି ମେଳଣର ସମସ୍ତ କାର୍ଯ୍ୟ ସୁଚାରୁ ରୁପେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.