Home Top News ହେଲିକପ୍ଟର ଦୁର୍ଘଟଣାରେ ଆହତ ହୋଇଥିବା ଗ୍ରୁପ୍ କ୍ୟାପଟେନ ବରୁଣ ସିଂଙ୍କର ନିଧନ

ହେଲିକପ୍ଟର ଦୁର୍ଘଟଣାରେ ଆହତ ହୋଇଥିବା ଗ୍ରୁପ୍ କ୍ୟାପଟେନ ବରୁଣ ସିଂଙ୍କର ନିଧନ

35

ନୂଆ ଦିଲ୍ଲୀ ୧୫-୧୨ (ଓଡ଼ିଆ ପୁଅ) ହେଲିକପ୍ଟର ଦୁର୍ଘଟଣାରେ ଆହତ ହୋଇଥିବା ଗ୍ରୁପ୍ କ୍ୟାପଟେନ ବରୁଣ ସିଂଙ୍କର ମୃତ୍ୟୁ ହୋଇଛି। ଏ ନେଇ ବାୟୁସେନା ସୂଚନା ଦୋଇଛି। ଏହି ଦୁର୍ଘଟଣାର ସେ ଏକମାତ୍ର ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ନିଧନ ପରେ ପ୍ରଧାନମନ୍ତ୍ରୀ ମୋଦୀ ଶୋକ ପ୍ରକଟ କରିଛନ୍ତି।

ତାମିଲନାଡୁର କୁନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ଆହତ ହୋଇଥିବା ଗ୍ରୁପ୍ କ୍ୟାପଟେନ ବରୁଣ ସିଂଙ୍କ ବେଙ୍ଗାଲୁରୁର କମାଣ୍ଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ଦେହାନ୍ତ ହୋଇଛି। ସୂଚନାଯୋଗ୍ୟଯେ, ଉତ୍ତମ ଚିକିତ୍ସା ପାଇଁ ବରୁଣ ସିଂଙ୍କୁ ତାମିଲନାଡୁର ୱେଲିଙ୍ଗଟନ୍‌ରୁ ବାଙ୍ଗାଲୋରର କମାଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.