Home ଜିଲ୍ଲା ପରିକ୍ରମା ରଶୀ ଲଗାଇ ଯୁବତୀର ଆତ୍ମହତ୍ୟା

ରଶୀ ଲଗାଇ ଯୁବତୀର ଆତ୍ମହତ୍ୟା

47

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ରଣଜିତ ଗ୍ରାମ ବଉଳଡିହ ସାହିରେ ଆଜି ଜଣେ ଯୁବତୀ ରୂପା ମଳିକ(୨୦)ରଶୀଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ପାରିବାରିକ କଳହ ଯୋଗୁଁ ଘର ଲୋକେ ଚାଷ କାର୍ଯ୍ୟ ପାଇଁ ବିଲକୁ ଯାଇଥିବା ବେଳେ ପିନ୍ଧା ଶାଢୀକୁ ରଶୀ ଭାବେ ବ୍ୟବହାର କରି ଶୋଇବା ଘର ଫ୍ୟାନରେ ଯୁବତୀ ଜଣକ ଝୁଲିପଡିଥିଲେ। ମଧ୍ୟାନ୍ନରେ ପରିବାର ଲୋକେ ଘରକୁ ଫେରି ରୂପାକୁ ଉଦ୍ଧାର କରି ଯାଜପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ରୂପାକୁ ମୃତ ଘୋଷଣା କରିଥିଲେ। ଯାଜପୁର ଥାନାରେ ଅପମୃତ୍ୟୁ ମାମଲା ଋଜୁ ହୋଇ ଶବ ବ୍ୟବଚ୍ଛେଦ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.