Home ଓଡ଼ିଶା ଚିକିତ୍ସାରେ ଅବହେଳା ଓ ଭୁଲ୍ ଇଞ୍ଜେକସନ ଦେବାରୁ ଶିଶୁର ମୃତ୍ୟୁ, ଥାନାରେ ଅଭିଯୋଗ କଲେ ପରିବାର...

ଚିକିତ୍ସାରେ ଅବହେଳା ଓ ଭୁଲ୍ ଇଞ୍ଜେକସନ ଦେବାରୁ ଶିଶୁର ମୃତ୍ୟୁ, ଥାନାରେ ଅଭିଯୋଗ କଲେ ପରିବାର ସଦସ୍ୟ, ଶବ ରଖି ମେଡିକାଲ ସମ୍ମୁଖରେ ଧାରଣା

30

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଚିକିତ୍ସାରେ ଅବହେଳା ଓ ଭୁଲ୍ ଇଞ୍ଜେକସନ ପାଇଁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଭଦ୍ରକ ମେଡିକାଲ ସମ୍ମୁଖରେ ପୁଅର ମୃତ ଶବ ରଖି ଧାରଣା ଦେଇଛି ମା’। ବାରମ୍ବାର ଅନୁରୋଧ ସତ୍ୱେ ଚିକିତ୍ସାରେ ଅବହେଳା ପାଇଁ ଶିଶୁର ଜୀବନ ଯାଇଥିବା ନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଛି। ଏଠାରେ ସୂଚନାଯୋଗ୍ୟ ଏହି ଜିଲାର ବାସୁଦେବପୁର ବ୍ଲକ୍ ଆଡିଆ ଅଞ୍ଚଳର ମିତାରାଣୀ ମଳିକ ତାଙ୍କ ୬ ମାସର ପୁଅକୁ ଚିକିତ୍ସା ପାଇଁ ବାସୁଦେବପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଅବସ୍ଥାରେ ସୁଧାର ନଆସିବାରୁ ଅଧିକ ଚିକିତ୍ସା ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଭଦ୍ରକ ମେଡିକାଲରେ ଭର୍ତ୍ତି ପରେ ଡାକ୍ତର ଇଞ୍ଜେକସନ ଦେଇଥିଲେ ଓ ପରେ ପରେ ଶିଶୁର ଅବସ୍ଥା ସଂକଟାପନ୍ନ ହୋଇଥିଲା। ବାରମ୍ବାର ଅନୁରୋଧ ପରେ ମଧ୍ୟ ଦାୟିତ୍ୱରେ ଥିବା କର୍ମଚାରୀ ଆସିନଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପରେ ଶିଶୁକୁ ମୃତ ଘୋଷଣା କରିଥିଲେ ଡାକ୍ତର। ଏ ଘଟଣା ନେଇ ମୃତ ଶିଶୁର ଅଜା ଭଦ୍ରକ ଟାଉନ୍ ଥାନାରେ ଚିକିତ୍ସା ଅବହେଳା ନେଇ ତାଙ୍କ ନାତିର ମୃତ୍ୟୁ ହୋଇଥିବା ନେଇ ଲିଖିତ ଏତଲା ଦେଇଛନ୍ତି। ଏହି ଘଟଣାରେ ମା’ ଓ ପରିବାର ସଦସ୍ୟଙ୍କ ପକ୍ଷରୁ ଭଦ୍ରକ ମେଡିକାଲ ସମ୍ମୁଖରେ ଧାରଣା ଦିଆଯାଇଥିଲା। ସହରାଞ୍ଚଳ ଥାନା ପୁଲିସ୍ ସେଠାରେ ପହଞ୍ôଚ ସେମାନଙ୍କୁ ବୁଝାଇ ଶବଟିର ପୋଷ୍ଟମଟମ୍ କରିଥିବାର ଜଣାପଡିଛି। କିନ୍ତୁ ଘଟଣାକୁ ନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.