Home ଜିଲ୍ଲା ପରିକ୍ରମା ରମ୍ଭିଳା ଶ୍ରୀଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ

ରମ୍ଭିଳା ଶ୍ରୀଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରି ବିଜେ

49

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରମ୍ଭିଳା ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ପ୍ରଭୁ ଶ୍ରୀଜଗନ୍ନାଥ, ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନଙ୍କର ଚଳିତ ବର୍ଷ ସରକାରୀ କୋଭିଡ଼ କଟକଣା ମଧ୍ୟରେ ରଥଯାତ୍ରା ଓ ନୀଳାଦ୍ରି ବିଜେ ସମ୍ପନ୍ନ ହୋଇଛି । ପବିତ୍ର ରଥଯାତ୍ରାରେ ଆଷାଢ ଦ୍ୱିତୀୟ ତିଥିରେ ବିଧ ମୁତାବକ ଶ୍ରୀ ଜୀଉମାନଙ୍କୁ ରଥାରୁଢ କରି ଅସ୍ଥାୟୀ ମାଉସୀବାଡିରେ ଅବସ୍ଥାନ ପୂର୍ବକ ନବଦିନ ବ୍ୟାପୀ ଭାଗବତ ପାରାୟଣ ତଥା ପୂର୍ଜଚ୍ଚନା କରାଯାଇ ନବମୀ ଦିନ ବାହୁଡା ଯାତ୍ରା କରାଯାଇଥିଲା । ଏକାଦଶୀ ଦିନ ସୁନାବେଶ, ଦ୍ୱାଦଶୀରେ ଅଧରପଣା ଓ ତ୍ରୟୋଦଶୀ ତିଥି ଅପରାହ୍ଣରେ ଲକ୍ଷ୍ମୀନାରାୟଣ ଭେଟ ହୋଇଥିଲା । ଏହି ଅବସରରେ ଅଜୟ ମହାପାତ୍ର ଓ ପୀତବାସ ରାଉତଙ୍କ ତତ୍ତ୍ୱାବଧାନରେ ନାଟିକା ‘ଲକ୍ଷ୍ମୀନାରାୟଣ ବଚନିକା’ ପରିବେଷଣ ହୋଇଥିଲା । ପରେ ମା’ ଲକ୍ଷ୍ମୀଙ୍କ ଠାରେ ରସଗୋଲା ଭାଗ କରାଯାଇ ନୀଳାଦ୍ରି ବିଜେ କରାଯାଇଥିଲା । ଶେଷରେ ଶ୍ରୀଜୀଉମାନେ ରତ୍ନ ସିଂହାନାରୁଢ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ କମିଟିର ସଭାପତି ବାବୁଲାଲ ଦାସ, ସମ୍ପାଦକ ପଦ୍ମଲୋଚନ ମହାପାତ୍ର, ବିଜୟ ଶୁକ୍ଳ, ଗରେଶ ପଣ୍ଡା, ମୁକ୍ତିକାନ୍ତ ଶୁକ୍ଳ, ପ୍ରଦିପ ବାରିକ, ଗୋପାଳ ମହାନ୍ତି, ବାବୁଲି ମହାପାତ୍ର, ରବିନ୍ଦ୍ର ଶୁକ୍ଳ, ଉଦୟ ମହାପାତ୍ର, ଶତୃଘ୍ନ ମହାପାତ୍ର, ଅନନ୍ତ ପଣ୍ଡା, ଗୌରାଙ୍ଗ ସେନାପତି ତଥା ବହୁ ସେବକ ସେବିକାଙ୍କ ସହଯୋଗରେ ଏହି ଯାତ୍ରା ସମ୍ପନ୍ନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.