Home କେନ୍ଦୁଝର ଭଡାରେ ଲାଗିଛି ଆମ ଗାଁ ଆମ ବିକାଶ ଗୋଷ୍ଠୀକେନ୍ଦ୍ର ଘର

ଭଡାରେ ଲାଗିଛି ଆମ ଗାଁ ଆମ ବିକାଶ ଗୋଷ୍ଠୀକେନ୍ଦ୍ର ଘର

96

ହାଟଡ଼ିହି,୨୪ / ୭/ (ଓଡିଆପୁଅ / ବିକାଶ ବିଶ୍ୱାଳ) ରାଜ୍ୟ ସରକାର ବିଭିନ୍ନ ଉନ୍ନତି କରଣ କାର୍ଯ୍ୟପାଇଁ ଯୋଜନା ମାନ ପ୍ରସ୍ତୁତ କରୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ ମାନଙ୍କ ଉପଯୁକ୍ତ ତଦାରଖ ଅଭାବରୁ ତାହା ଠିକ ଭାବେ କାର୍ଯ୍ୟକ୍ଷମ ହୋଇ ପାରୁନି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୁଲଣ ପଞ୍ଚାୟତର ଅବୁଲୁପୁରା ଗ୍ରାମରେ । ଗ୍ରାମରେ ସରକାରଙ୍କ “ଆମ ଗାଁ ଆମ ବିକାଶ” ଯୋଜନାରେ ନିର୍ମାଣ କରାଯାଇଥିବା ଗୋଷ୍ଠୀକେନ୍ଦ୍ର ଘରଟି ଗ୍ରାମବାସୀଙ୍କ ଉଦ୍ଦେଶ୍ୟରେ ନିର୍ମାଣ ହୋଇଥିବାବେଳେ ତାହାକୁ ଠିକାଦାର ଆଜି ପର୍ଯ୍ୟନ୍ତ ଜବରଦଖଲରେ ରଖି ଭଡାରେ ଲଗାଇଛନ୍ତିବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । କାମ କରୁଥିବା ଠିକାଦାର ଏହି ଘରଟିର କାମ ସମ୍ପୁର୍ଣ୍ଣ କରିଥିଲେ ମଧ୍ୟ ଗାଁ ଲୋକଙ୍କୁ ହସ୍ତାନ୍ତର ନକରି ନିଜ ପାଖରେ ଚାବି ରଖି ଗତ ୭ମାସ ହେଲା ଭଡା ଲଗାଇଥିବା ଗାଁର ଯୁବକ ମାନେ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଗତ ରଥଯାତ୍ରା ସମୟରେ ଗାଁର ଯୁବକମାନେ ଘରର ଚାବି ମାଗିବାରୁ ଠିକାଦାର ଚାବି ଦେବନାହିଁ ବୋଲି କହି ପିଲାମାନଙ୍କ ସହିତ ଝଗଡା ଲଗାଇ କଟୁରୀ ଧରି ଗୋଡାଇବା ନେଇ ଗ୍ରାମବାସୀମାନେ ଥାନାରେ ମଧ୍ୟ ଲିଖିତ ଭାବେ ଜଣାଇଛନ୍ତି । ବ୍ଲକ ପ୍ରଶାସନ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.