Home ଜିଲ୍ଲା ପରିକ୍ରମା ବୈତରଣୀରେ ୨ୟ ବନ୍ୟା

ବୈତରଣୀରେ ୨ୟ ବନ୍ୟା

75

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉପରମୁଣ୍ଡରେ ଅଧିକ ପରିମାଣର ବର୍ଷା ହେବା ଫଳରେ ଚଳିତ ବର୍ଷା ଋତୁର ପ୍ରଥମ ବନ୍ୟା ବୈତରଣୀ ନଦୀରେ ଆଜି ଆସିଛି । ଗ୍ରୀଷ୍ମଋତୁରେ ବନ୍ୟା ପରେ ଏହା ଦ୍ୱିତୀୟ ବନ୍ୟା । ଆଜି ଅପରାହ୍ନ ପ୍ରାୟ ୩.୩୦ ମିନିଟ ସମୟରେ ଆଖୁଆପଦାରେ ନଦୀ ବିପଦସଙ୍କେତ ସ୍ତର ୧୭.୮୩ମିଟରକୁ ଅତିକ୍ରମ କରିଛି । ସନ୍ଧ୍ୟା ୬ ସୁଦ୍ଧା ନଦୀ ୧୭.୯୧ମିଟରରେ ପ୍ରବାହିତ ହେଉଛି । ଘଣ୍ଟାପ୍ରତି ତିନି ସେଣ୍ଟିମିଟର ବେଗରେ ଜଳସ୍ତର ବୃଦ୍ଧି ପାଉଛି । ଗତ ଚବିଶ ଘଣ୍ଟା ମଧ୍ୟରେ ନଦୀର ଉପରମୁଣ୍ଡ ଚମ୍ପୁଆରେ ୯୯.୪୦ ସେ.ମି., ଠାକୁରମୁଣ୍ଡାରେ ୨୧.୦୦ସେ.ମି., କେଉଁଝରରେ ୪୯.୦୦ସେ.ମି., ସ୍ୱାମୀପାଟଣାରେ ୩୨.୦୦ସେ.ମି., ଆନନ୍ଦପୁରରେ ୧୨.୬୦ ସେ.ମି. ଓ ଆଖୁଆପଦାରେ ୧.୪୦ସେ.ମି., ବର୍ଷା ରେକର୍ଡ କରାଯାଇଛି । ତେବେ ନଦୀର ଜଳସ୍ତର ମଧ୍ୟରାତ୍ର ସୁଦ୍ଧା ସ୍ଥିର ହୋଇପାରେ ବୋଲି ଆଖୁଆପଦା ଜଳସମ୍ପଦ ବିଭାଗ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.