Home ଜିଲ୍ଲା ପରିକ୍ରମା ରମାଉଲ୍ଲାସ ବୃଦ୍ଧାଶ୍ରମ ର ଅନ୍ତେବାସୀଙ୍କ ସହ ବୃନ୍ଦାବନ କଳାକେନ୍ଦ୍ରର ଉତ୍କଳ ଦିବସ ପାଳିତ

ରମାଉଲ୍ଲାସ ବୃଦ୍ଧାଶ୍ରମ ର ଅନ୍ତେବାସୀଙ୍କ ସହ ବୃନ୍ଦାବନ କଳାକେନ୍ଦ୍ରର ଉତ୍କଳ ଦିବସ ପାଳିତ

7

ଭଦ୍ରକ, ୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧାର ।ୟ) – ଭଦ୍ରକ ର ଅନ୍ୟତମ ପ୍ରତିଷ୍ଠାନ ବୃନ୍ଦାବନ କଳାକେନ୍ଦ୍ର ଉତ୍କଳ ଦିବସ ଅବସରରେ ଭଦ୍ରକ ସହର ଚରମ୍ପା ଠାରେ ଥିବା ରମାଉଲ୍ଲାସ ବୃଦ୍ଧାଶ୍ରମ ପରିସରରେ ଏକ ଦିବସ ବ୍ୟାପି କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ବୃଦ୍ଧାଶ୍ର୍ରମର ଅନ୍ୟତମ ପ୍ରତିଷ୍ଠାତା ଯୁଗୋଳ କିଶୋର ଅଗ୍ରୱାଲ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭା ପ୍ରାରମ୍ଭରେ କଳାକେନ୍ଦ୍ର ଛାତ୍ରଛାତ୍ରୀ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଉକ୍ତ ଉତ୍ସବରେ ଯୁବ ଅଧ୍ୟାପକ ନିରଞ୍ଜନ ସାମଲ ଅନ୍ୟତମ ଅତିଥି ଭାବରେ ଯୋଗଦେଇଥିବା ବେଳେ କଳାକେନ୍ଦ୍ରର ନିର୍ଦ୍ଦେଶକ ସୌରେଶ ଚନ୍ଦ୍ର ମହାନ୍ତି ସଭାକାର୍ଯ୍ୟକୁ ସଂଚାଳନ କରିଥିଲେ । ବରିଷ୍ଠ ନାଗରିକଙ୍କ ବୃଦ୍ଧାବସ୍ଥାରେ ସମାଜର ପ୍ରତ୍ୟେକ ବର୍ଗର ମଣିଷ ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା ସହ ତାଙ୍କର ଉପଯୁକ୍ତ ଯତ୍ନ ନେବା ଉଚିତ ବୋଲି ଅତିଥିମାନେ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଆଶ୍ରମର ପ୍ରତିଷ୍ଠାତା ବୃନ୍ଦାବନ କଳାକେନ୍ଦ୍ରର ଏହି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଏଭଳି କାର୍ଯ୍ୟକୁ ଆହୁରି ବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ । ମଂଚାସୀନ ଅନ୍ୟ ସମ୍ମାନୀତ ଅତିଥି ଆଶ୍ରମର ତତ୍ୱାବଧାରକ ସୀତାକାନ୍ତ ଦାସ ଉତ୍କଳ ଦିବସ ଭଳି ପବିତ୍ର ଦିନରେ କଳାକେନ୍ଦ୍ରର ଏଭଳି ମହତ୍ ଚିନ୍ତାଧାରାକୁ ବହୁ ଭାବରେ ପ୍ରଂଶସା କରିବା ସହ ଉତ୍କଳ ଦିବସର ଗାରିମାକୁ କଳାକେନ୍ଦ୍ରର ଏହି ମହତ କାର୍ଯ୍ୟ ଖୁବ୍ ଉନ୍ନତ ସ୍ତରକୁ ନେଇଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବୃଦ୍ଧାଶ୍ରମ ଠାରେ ରହୁଥିବା ଅନ୍ତେବାସୀଙ୍କ ସହ ଏକ ଆଧ୍ୟାତ୍ମିକ ଭାବ ବିନିମୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଉକ୍ତ ଆଲୋଚନା ଚକ୍ରରେ ଅନ୍ତେବାସୀମାନେ ଅଂଶ ଗ୍ରହଣ କରିଥିବା ବେଳେ ଅଧ୍ୟାପକ ନିରାକାର ନାୟକ ଓ ସମାଜସେବୀ ରାଜକିଶୋର ଅଗ୍ରୱାଲ୍ ତାଙ୍କର ଅଭିମତ ପ୍ରଦାନ କରିଥିଲେ । କଳାକେନ୍ଦ୍ର ତରଫରୁ କେନ୍ଦ୍ରର ଛାତ୍ରୀ କୁମାରୀ କସ୍ତୁରୀ ପଣ୍ଡା, ଶିଳ୍ପୀ ମଦନ ମୋହନ ବେହେରା ଏବଂ ସଂଙ୍ଗୀତ ଗୁରୁ ସୁରେନ୍ଦ୍ର ଗାହାଣ ଙ୍କ ତତ୍ୱାବଧାନରେ ଭିନ୍ନ ଭିନ୍ନ ଭଜନ ସଂଙ୍ଗୀତ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷ ଭାଗରେ ବୃଦ୍ଧାଶ୍ରମର ସମସ୍ତ ଅନ୍ତେବାସୀମାନଙ୍କୁ କଳାକେନ୍ଦ୍ର ତରଫରୁ ଉପହାର ସ୍ୱରୂପ ନୂତନ ବସ୍ତ୍ର ପ୍ରଦାନ କରାଯାଇଥିଲା । ଅଧ୍ୟାପକ ଶଙ୍କର୍ଷଣ ଦାସ, ସନ୍ତୋଷ କୁମାର ବେହେରା, କଳାକେନ୍ଦ୍ରର ଛାତ୍ର ଶୁଭମ୍ ସାମନ୍ତ ତଥା ଉପଦେଷ୍ଟା ଶଙ୍କର୍ଷଣ ମହାନ୍ତି ପ୍ରମୁଖ ଉକ୍ତ ଦିବସ ବ୍ୟାପି କାର୍ଯ୍ୟକ୍ରମକୁ ସମ୍ପୁର୍ଣ୍ଣ ଭାବରେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.