Home ଜିଲ୍ଲା ପରିକ୍ରମା ଉତ୍କଳ ସମ୍ମିଳନୀ ଭଦ୍ରକ ଶାଖାର ୮୯ତମ ଓଡ଼ିଶା ଦିବସ ପାଳିତ, ଭାଷା, ଜାତି ଓ ସଂସ୍କୃତି...

ଉତ୍କଳ ସମ୍ମିଳନୀ ଭଦ୍ରକ ଶାଖାର ୮୯ତମ ଓଡ଼ିଶା ଦିବସ ପାଳିତ, ଭାଷା, ଜାତି ଓ ସଂସ୍କୃତି ହେଉଛି ଏକ ଅବିଚ୍ଛିନ୍ନ ପ୍ରକ୍ରିୟା

3

ଭଦ୍ରକ, ୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧାର ।ୟ) – ଜଣେ ବ୍ୟକ୍ତି ନିଜର ସାଧାରଣ ଜୀବନ ବୃତ୍ତରେ ଯେତେ ଶବ୍ଦ କୁହେ, ତାହା ତା’ର ନିଜର ନୁହେଁ । ବହୁ ପୂର୍ବରୁ ବା ଅତୀତର ଅଭିଜ୍ଞତାରୁ ତାହା ସାଇତା ହୋଇଆସିଛି । ଯୁଗଯୁଗର ଜାତିର ମଣିଷର ସଂସ୍କୃତି ଓ ବିଶ୍ୱାସ ଏଥିସହ ଜଡ଼ିତ । ଏଣୁ ଭାଷା ଆମ ସଂସ୍କୃତି ସଂଜାତ ଓ ଏହା ଜୀବନଧାରାର ଏକ ଅବିଚ୍ଛିନ୍ନ ପ୍ରକ୍ରିୟା ବୋଲି ଉତ୍କଳ ସମ୍ମିଳନୀ ଭଦ୍ରକ ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ୮୯ତମ ଓଡ଼ିଶା ଦିବସ ପାଳନ ଅବସରରେ ଅତିଥି ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ସମ୍ମିଳନୀର ସମ୍ପାଦକ ଅଜୟ ନାୟକଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ସମାଜସେବୀ ଜମାନ୍ ଏସ.ଏମ୍‌. ଫାରୁକଙ୍କ ସଭାପତିତ୍ୱ କରିଥିଲେ । ଏଥିରେ ‘ଭାଷା ହିଁ ଜାତିର ସୁରକ୍ଷା କବଚ’ ଶୀର୍ଷକ ଆଲୋଚନାଚକ୍ର ହୋଇଥିଲା । ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହପ୍ରାନ୍ତ କାର୍ଯ୍ୟବାହ ରବିନାରାୟଣ ପଣ୍ଡା ସମ୍ମାନିତ ବକ୍ତା ଭାବେ ଗୋବର୍ଦ୍ଧନ ସାମଲ, ଦିବ୍ୟସିଂହ ନାୟକ, ଅଧ୍ୟାପକ ନୀହାର ରଂଜନ କର, ଶାନ୍ତନୁ କୁମାର ରାଉତ, ବୈଲୋଚନ ବେହୁରିଆ, ରୂପକ ବିହାରୀ ରାୟ, କଳ୍ପନା ଜେନା, ଡକ୍ଟର କ୍ଷୀରୋଦ କୁମାର ସାମଲ, ଡକ୍ଟର ପ୍ରଭାତନଳିନୀ ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ବସନ୍ତ ମହାନ୍ତି, ମନୋରମା ରାୟ, ଜାନକୀ ପାଢୀ, ପଦ୍ମନ ରାୟ, ଗୟାଧର ପଣ୍ଡା, ଗୌତମ ମହାରଣା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସୁଧାକର ରାଉତ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିଥିବା ବେଳେ ବାବୁଲାଲ ଦାସ ଅତିଥି ପରିଚୟ ଓ ଚର୍ଚ୍ଚିକା ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଗୌରାଙ୍ଗ ବାରିକ, ଲକ୍ଷ୍ମୀକାନ୍ତ ବାରିକ ଓ ଚିନ୍ମୟ ସ୍ୱାଇଁ ମଞ୍ଚ ପରିଚାଳନା କରିଥିବା ବେଳେ କୋଷାଧ୍ୟକ୍ଷ ବିଜୟ କୁମାର ବହଳୀ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.