Home ଜିଲ୍ଲା ପରିକ୍ରମା ରଣପୁର ରେ ରଘୁନାଥ ଦେବଙ୍କ ବାର୍ଷିକ ଉତ୍ସବ ପାଇଁ କଳସ ଯାତ୍ରା

ରଣପୁର ରେ ରଘୁନାଥ ଦେବଙ୍କ ବାର୍ଷିକ ଉତ୍ସବ ପାଇଁ କଳସ ଯାତ୍ରା

87

ନୟାଗଡ ୦୩/୧୨ (ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)-ନୟାଗଡ ଜିଲ୍ଲା ରଣପୁର ହରଚଣ୍ଡୀ ସାହିରେ ଥିବା ରଘୁନାଥ ଦେବଙ୍କ ୧୧ତମ ବାର୍ଷିକ ପ୍ରତିଷ୍ଠା ଉତ୍ସବରେ ଶତାଧିକ ପୁରୁଷ ଓ ମହିଳାଙ୍କୁ ନେଇ ଏକ କଳସ ଯାତ୍ରା ଅନୁଷ୍ଠିତ ହୋଇ ଯାଇଅଛି। ଏହି କଳସ ଯାତ୍ରା ରଣପୁର ମନ୍ଦାକିନୀ ନଦୀରୁ ବାହାରି ହରଚଣ୍ଡୀ ସାହି ପାର୍ଯ୍ୟନ୍ତ ଯାଇଥିଲା। ଏହି ବାର୍ଷିକ ଉତ୍ସବରେ ଯଜ୍ଞ, ରାମଚରିତ ମାନସ ଓ ପ୍ରବଚନ ର କାର୍ଯ୍ୟକ୍ରମ ରହିଅଛି। ତେଣୁ ଡିସେମ୍ବର ୩ ତାରିଖ ଦିନ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଡିସେମ୍ବର ୬ ତାରିଖ ଦିନ ଯଜ୍ଞର ପୁର୍ଣ୍ଣାହୁତି ପ୍ରଦାନ କରାଯିବ। ଏହି ବାର୍ଷିକ ଉତ୍ସବ ଯଜ୍ଞ, ରାମଚରିତ ମାନସ ଓ ପ୍ରବଚନ ଶୁଣିବା ପାଇଁ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କର ପ୍ରତିବର୍ଷ ସମାଗମ ହୋଇଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.