Home ଓଡ଼ିଶା ମୁକ୍ତାପୁର ସାଇକ୍ଲୋନ୍ ସେଣ୍ଟର ରୁ ୮ଲକ୍ଷ ଟଙ୍କାର ସରଞ୍ଜାମ ଗାଏବ

ମୁକ୍ତାପୁର ସାଇକ୍ଲୋନ୍ ସେଣ୍ଟର ରୁ ୮ଲକ୍ଷ ଟଙ୍କାର ସରଞ୍ଜାମ ଗାଏବ

104

ନୟାଗଡ/୦୩/୧୨(ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)-ରାଜ୍ୟ ସରକାର ବାତ୍ୟା ନିୟନ୍ତ୍ରଣ ପାଇଁ ବହୁ ଜାଗାରେ ଆରମ୍ଭ କରିଛନ୍ତି ସାଇକ୍ଲୋନ୍ ସେଣ୍ଟର। ରାଜ୍ୟ ବିପର୍ଯୟ ବିଭାଗ ତରଫରୁ ପ୍ରାକୃତିକ ବିର୍ପଯୟ ର ମୁକାବିଲା ପାଇଁ ଲକ୍ଷ ଲକ୍ଷ ଟଙ୍କାର ସରଞ୍ଜାମ ସହ ତାଲିମ୍ ପ୍ରଦାନ କରାଯାଉଛି। ସାଇକ୍ଲୋନ୍ ସେଣ୍ଟର ଗୁଡିକର ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଉଅଛି। ସେଥିରେ ଜଣେ ସମ୍ପାଦକଙ୍କୁ ମୁଖ୍ୟ ଦାୟିତ୍ୱ ତୁଲାଇବା ସହ ସ୍ଥାନୀୟ ସରପଂଚଙ୍କୁ ସଭାପତି ଦାୟିତ୍ୱ ପ୍ରଦାନ କରାଯାଇଅଛି। ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ କେରେଣ୍ଡାଟାଙ୍ଗି ଗ୍ରାମ ପଂଚାୟତ ମୁକ୍ତାପୁରରେ ଏକ ସାଇକ୍ଲୋନ୍ ସେଣ୍ଟର ଖୋଲାଯାଇଅଛି। ସେହି ସାଇକ୍ଲୋନ୍ ସେଣ୍ଟର ର ପୁର୍ବତନ ସମ୍ପାଦକ ପ୍ରହଲାଦ ପ୍ରଧାନ ଥିଲେ। ନୁତନ ଭାବେ ସରପଂଚ ଦାୟିତ୍ୱ ଜିତେନ୍ଦ୍ର ପ୍ରଧାନ ନେଲା ପରେ ବିବାଦ ଦେଖା ଦେଇଥିଲା। ତେଣୁ ନୁତନ ଭାବେ ନୁଆ ସମ୍ପାଦକ ସୁବାଷ ଚନ୍ଦ୍ର ପାଇକରାୟଙ୍କୁ ସମ୍ପାଦକ ଭାବେ ବାଛି ପରିଚାଳନା କରାଯାଉଥିଲା। ପୁର୍ବ ସମ୍ପାଦକ ଦାୟିତ୍ୱ ନ ଦେବାରୁ ଗ୍ରାମବାସୀଙ୍କ ଉପସ୍ଥିତିରେ ତାଲା ଭଙ୍ଗାଯାଇ ଥିବା ସରଞ୍ଜାମକୁ ବିନିଯୋଗ କରି ଗତ ଫୋନି ବାତ୍ୟା ସମୟରେ ବାତ୍ୟା ମୁକାବିଲା କରାଯାଇଥିଲା। ଏ ସମ୍ପର୍କେ ନୟାଗଡ ଜିଲ୍ଲା ବିଭାଗୀୟ ଅଧିକାରୀ ଜାଣିବାକୁ ପାଇଲା ପରେ ଗତ ନଭେମ୍ବର ୨୮ ତାରିଖରେ ଏକ ଟିମ୍ ଘଟଣାର ଅନୁଧ୍ୟାନ ପାଇଁ ଆସିଥିଲା। ସେହି ସମୟରେ ସାଇକ୍ଲୋନ୍ ସେଣ୍ଟର ଗୋଦାମ ଗୃହ ତାଲା ଭଙ୍ଗା ଯାଇଥିଲା। ଘର ଭିତରେ ଥିବା ୫ଲକ୍ଷ ୯୨ ହଜାର ଟଙ୍କାର ଟେଲେସ୍ପିକ୍ ଲାଇଟ୍, ବଡ ଜେନେରଟର, ସିଲ୍‌ଭର ହଣ୍ଡା ହାଣ୍ଡି, କଟର ମେସିନ୍, ପ୍ଲାଷ୍ଟିକ୍ ଚେୟାର, ରେନି ସୁଜ୍, ରେଡିଓ ୱାଟର ଫିଲ୍‌ଟର, ସୋଲାର ଲଣ୍ଠନ, ମେଗା ଫୋନ୍, କାରପେଟ୍, ନାଇଲନ୍ ଦଉଡି ଆଦି ସାମଗ୍ରୀ ଗାଏବ ହୋଇଯାଇଅଛି। ଏ ସମ୍ପର୍କେ ସ୍ଥାନୀୟ ସରପଂଚ ଜିତେନ୍ଦ୍ର ପ୍ରଧାନଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ସାମଗ୍ରୀ ଗୁଡିକର ଚୋରି ସମ୍ପର୍କେ ଆମ୍ଭ ଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଅଛୁ। କିନ୍ତୁ ଅଭିଯୋଗ ରଖିଲା ପରେ ମାମଲା ରେଜେଷ୍ଟ୍ରି କରାଯାଉ ନାହିଁ। ଏ ସମ୍ପର୍କେ ଚାନ୍ଦପୁର ଥାନା ଇନିସ୍‌ପେକ୍ଟର ଧନେଶ୍ୱର ନାହାକଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଆମ୍ଭ ପାଖରେ ଲିଖିତ ଅଭିଯୋଗ ପହଁଚି ନାହିଁ। ଏଣୁ ନୟାଗଡ ଏସ୍ .ପି ଶଶୀଭୁଷଣ ଶତପଥିଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଚୋରି ହୋଇଥିବା ସାମଗ୍ରୀ କେବେ କିଣା ଯାଇଥିଲା ତାର କାଗଜାତ ସହ ଦାଖଲ କଲେ ନିଶ୍ଚୟ ମାମଲା ପଞ୍ଜିକୃତ ହେବ। କିଛି ବ୍ୟକ୍ତି ନିଜ ନାମରେ ଅଭିଯୋଗ ଆସିବାକୁ ଲକ୍ଷ ରଖି ଆତ୍ମରକ୍ଷା ପାଇଁ ମିଛରେ ଅଭିଯୋଗ କରିଥାନ୍ତି। ଏ ସମ୍ପର୍କେ ଏକ କମିଟି ଗଠନ କରାଯାଇଅଛି। କମିଟି ତଦନ୍ତ ଜାରି ରଖିଛି। କମିଟିର ତଦନ୍ତ ରିପୋର୍ଟ ମିଳିଲା ପରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଘଟଣାଟି ରଣପୁର ବ୍ଲକ୍ ଅଂଚଳରେ ଆଲୋଡନ ସୃଷ୍ଠି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.