Home ଓଡ଼ିଶା ଅଭିଭାବକଙ୍କ ଲଙ୍କାକାଣ୍ଡ

ଅଭିଭାବକଙ୍କ ଲଙ୍କାକାଣ୍ଡ

206

ବୈଶିଙ୍ଗା ୩-୧୨ (ଓଡ଼ିଆ ପୁଅ/ସନ୍ତୋଷ ବରଜ) ଗତ ଅକ୍ଟୋବରମାସ ୩୧ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧିନ ଏକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ସ୍ୱାମୀଙ୍କ ବିରୋଧରେ ଆସିଥିଲା ଏକ ସଙ୍ଗିନ ଅଭିଯୋଗ। ଅଭିଯୋଗ ଅନୁଯାୟୀ ବିଦ୍ୟାଳୟ ପରିସରରେ ଏକ କ୍ୱାଟରରେ ରହୁଥିଲେ ପ୍ରଧାନ ଶିକ୍ଷତ୍ରିଙ୍କ ପରିବାର। ତେବେ କ୍ୱାର୍ଟର ରହୁଥିବା ତାଙ୍କ ସ୍ୱାମୀ ଜଣେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ପରେ ପୋଲିସ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଥିଲା। ତେବେ ସେହି ଦିନ ଠାରୁ ବର୍ତମାନ ପର୍ଯ୍ୟନ୍ତ ସେ ଫେରାର ଅଛନ୍ତି ଓ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷତ୍ରୀଙ୍କୁ ମଧ୍ୟ କାର୍ଯ୍ୟରୁ ମଧ୍ୟ ନିଲମ୍ବିତ କରାଯାଇଥିଲା। ମାତ୍ର ଅଦ୍ୟାବଧି ପ୍ରଧାନ ଶିକ୍ଷୟତ୍ରୀ ସେହି କ୍ୱାଟର ନ ଛାଡ଼ି ସେଠାରେ ରହି ଆସୁଥିଲେ।

ତେବେ ଆଜି କିଛି ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ପ୍ରଧାନ ଶିକ୍ଷୟିତ୍ରୀ ସେମାନଙ୍କୁ ଧମକ ଦେବା ସହ ସ୍କୁଲରେ ଓ ହଷ୍ଟେଲରେ ରହିପାରିବେ ନାହିଁ କି ପରୀକ୍ଷା ଦେଇପାରିବେ ନାହିଁ କହି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ପିଲାମାନେ ତାଙ୍କ ଅଭିଭାବକ ମାନଙ୍କୁ ଫୋନ ଦ୍ୱାରା ଜଣାଇଲା ପରେ ଅଭିଭାବକ ଆସି ପିଲାଙ୍କ ପାଖକୁ ଗଲାପରେ ମଧ୍ୟ ଅଭିଭାବକ ଙ୍କୁ ଅସଭ୍ୟ ଭାଷାରେ ଗଲି ଗୁଳଜ କରିଥିଲେ।

ଉକ୍ତ ଘଟଣାକୁ ନେଇ ଅଭିଭାବକମାନେ ସ୍ଥାନୀୟ ଲୋକଙ୍କ ସହ ଆଲଚନା କରିବା ପରେ ଅଭିଭାବକ, ପିଲା ଏବଂ ସ୍ଥାନୀୟ ଲୋକ ମିଶି ରୁପ୍ସା – ବୈଶିଙ୍ଗା ମୁଖ୍ୟ ରାସ୍ତାକୁ ଦୀର୍ଘ ୫ ଘଣ୍ଟା କାଳ ଟାୟାର ଜାଳି ଅବରୋଧ କରିଥିଲେ। ସେମାନଙ୍କର ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ରାସ୍ତାରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ଶତାଧିକ ଲୋକ ଏହି ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ଵରେ ହଜାର ହଜାର ବସ ଟ୍ରକ ଗାଡି ଛିଡା ହୋଇ ରହିଥିବାର ଦେଖିବାକୁ ମିଳିଥିଲା।

ଘଟଣା ସ୍ଥଳରେ ବୈଶିଙ୍ଗା ଥାନା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲେ। ତେବେ ଅଭିଯୁକ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ତୁରନ୍ତ କ୍ୱାର୍ଟରରୁ ବାହାର କରିବା ସହ ତାଙ୍କୁ ଗିରଫ କରାଯିବା ପରେ ରାସ୍ତାରୋକ ହଟିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.