Home ଓଡ଼ିଶା ରଣପୁର ରେ ବ୍ଲକ୍ ସ୍ତରୀୟ ଅଲ୍ ଓଡିଶା ଟେଲର୍ ଶ୍ରମିକ ଆସୋସିଏସନ୍ ର ସମାବେଶ

ରଣପୁର ରେ ବ୍ଲକ୍ ସ୍ତରୀୟ ଅଲ୍ ଓଡିଶା ଟେଲର୍ ଶ୍ରମିକ ଆସୋସିଏସନ୍ ର ସମାବେଶ

181

ନୟାଗଡ/୨୭/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ରଣପୁର ବ୍ଲକ୍ ରେ ଓଡିଶା ଟେଲର୍ ଶ୍ରମିକ ଆସୋସିଏସନ୍ ତରଫରୁ ମଣିନାଗ ପୀଠରେ ଏକ ସମାବେଶ ଡିସେମ୍ବର ୨୭ ତାରିଖ ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବରେ ନୟାଗଡ ଯୋଜନା ବୋର୍ଡ ଅଧକ୍ଷ ତଥା ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ରାଜ୍ୟ ଟେଲର୍ ଗୁରୁ ଶ୍ରୀଯୁକ୍ତ କବିନ୍ଦ୍ର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ କୃଷ୍ଠଚନ୍ଦ୍ର ବିନ୍ଧାଣୀରତ୍ନ, ସମ୍ମାନିତ ଅତିଥି ଭାବେ ରାଜ୍ୟ ସଭାପତି ସେଖ୍ ନିଜାମୁଦ୍ଧିନ୍ ଓ ରଣପୁର ବ୍ଲକ୍ ସଭାପତି ମିର୍‌ନାଲ ମହମଦ୍ ଯୋଗ ଦେଇଥିଲେ ।  ଏକ ହଜାର ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଟେଲର୍ ମାନେ ଯୋଗ ଦେଇଥିଲେ । ଟେଲର୍ ମାନେ ରଣପୁର ପଂଚୁଦୋଳ ପଡିଆରେ ଥିବା ରଘୁ-ଦିବାକର ପ୍ରତି ମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ରଣପୁର ବଡଦାଣ୍ଡ ସ୍ୱଛ ଭାରତ ଚିନ୍ତାଧାରାରେ ଝାଡୁ କରିଥିଲେ । ରଣପୁର ମଣିନାଗ ପୀଠରେ ଏକ ବୈଠକ କରିଥିଲେ । ଏହି ବୈଠକରେ ଯୁବନେତା ଇଂ.ଦେବାଶିଷ ପଟ୍ଟନାୟକ ଓ ଆଇନ୍‌ଜିବୀ ସୁରେଶ ମିଶ୍ର ଯୋଗ ଦେଇଥିଲେ । ଟେଲର୍ ମାନେ ପରିବାର ଚଳାଇବା ପାଇଁ ଭୋଗୁଥିବା  ବିଭିନ୍ନ ସମସ୍ୟା ପ୍ରତି ଆଲୋଚନା କରାଯାଇଥିଲା । ସେମାନଙ୍କ ସ୍ୱାସ୍ଥ୍ୟ ବୀମା ପାଇଁ ୫ଲକ୍ଷ ଓ ବୀମା ପାଇଁ ୨ଲକ୍ଷ ଅର୍ନ୍ତଭୁକ୍ତ କରିବା ଦାବୀ ସହ ଟେଲର୍ ମାନଙ୍କୁ କୁଶଳୀ ଶ୍ରମିକର ମାନ୍ୟତା, ନୁତନ ପ୍ରଣାଳୀରେ ତାଲିମ୍ ,ବିଭିନ୍ନ ସରକାରୀ ଅନୁଷ୍ଠାନ ପୋଷାକ ଗୁଡିକୁ ଆସୋସିଏସନ୍ ମାଧ୍ୟମରେ ଯୋଗାଇବା ,୪୦ବର୍ଷ ପରେ ଶ୍ରମିକ ମାନଙ୍କୁ ୫ହଜାର ଟଙ୍କା ପେନ୍‌ସନ୍ ସହାୟତା ପ୍ରଦାନ ଓ ଆସୋସିଏସନ୍ ମାଧ୍ୟମରେ ଏକ ବଡ ଧରଣର ଇଣ୍ଡଷ୍ଟ୍ରିଜ୍ ଖୋଲି ଟେଲର୍ ଶ୍ରମିକ ମାନଙ୍କୁ ନିଯୁକ୍ତି ଦେବା ଆଦି ଦାବୀ ରଖିଥିଲେ । ମାନ୍ୟବର ବିଧାୟକ ଟେଲର୍ ମାନଙ୍କ ସମସ୍ୟା ପ୍ରତି ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଦୃଷ୍ଟି ଦେବେ ବୋଲି କହିଥିଲେ । ଶେଷରେ କିଛି ଟେଲର୍ ଶ୍ରମିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଆସୋସିଏସନ୍ ରେ ସଂଖ୍ୟାଧିକ ମହିଳା ଟେଲର୍ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.