Home ଓଡ଼ିଶା ରଣପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ୨୩ତମ ପ୍ରତିଷ୍ଠା ଦିବସ ପାଳିତ

ରଣପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ୨୩ତମ ପ୍ରତିଷ୍ଠା ଦିବସ ପାଳିତ

178

ନୟାଗଡ/୨୬/୧୨-(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)ରଣପୁର ନିର୍ବାଚନ ମଣ୍ଡଳୀର ମଣିନାଗ ପୀଠରେ ବିଜୁ ଜନତା ଦଳର ୨୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି। ଏଥିରେ ରଣପୁର ନୟାଗଡ ଜିଲ୍ଲା ଯୋଜନା ବୋର୍ଡର ଅଧକ୍ଷ ତଥା ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ପୂର୍ବତନ ବିଧାୟକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ରବି ନାରାୟଣ ମହାପାତ୍ର, ବିଜୁ ଜନତା ଦଳର ରାଜ୍ୟ ପ୍ରବକ୍ତା ଡଃ.ସନ୍ତୋଷ ଲେଙ୍କା, ପୁରୀ ଜିଲ୍ଲା ସାଂସଦ ପ୍ରତିନିଧି ପ୍ରଭାତ କୁମାର ଦଳ ବେହେରା, ରଣପୁର ବ୍ଲକ୍ ଅଧକ୍ଷା ନିରୁପମା ପ୍ରଧାନ, ଏନ୍‌.ଏ.ସି ଅଧକ୍ଷା ସବିତା ଦାଶ, ରଣପୁର ବ୍ଲକ୍ ବିଜୁ ଜନତା ଦଳର ସଭାପତି ପାଣ୍ଡବ ସେଠୀ, ପ୍ରତିଭା ମହାନ୍ତି ଓ ବହୁ ବିଜୁ ଜନତା ଦଳର ସମର୍ଥିତ ସରପଂଚ, କାଉନ୍‌ସିଲର ଯୋଗ ଦେଇଥିଲେ। ସମସ୍ତ କର୍ମୀମାନେ ରଣପୁର ପଂଚୁଦୋଳ ପଡିଆଠାରେ ଥିବା ରଘୁ-ଦିବାକରଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାପରେ ୨ହଜାର ମହିଳା ଓ ପୁରୁଷ କର୍ମୀଙ୍କୁ ନେଇ ରଣପୁର ମଣିନାଗ ପୀଠକୁ ଶୋଭା ଯାତ୍ରାରେ ଯାଇଥିଲେ। ସେଠାରେ ୰ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ। ମଂଚାସୀନ ନେତୃବର୍ଗ ବିଜୁ ଜନତା ଦଳର ବିଗତ ୨୨ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ବିଜୁ ଜନତା ଦଳକୁ ମଜବୁତ୍ କରିବା ସହ ମାନ୍ୟବର ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ଆହ୍ୱାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.