Home ଜିଲ୍ଲା ପରିକ୍ରମା ସାହିତ୍ୟିକମାନେ ଲୋକଙ୍କ ସମସ୍ୟା ସହ ଜଡିତ ହେବା ଉଚିତ

ସାହିତ୍ୟିକମାନେ ଲୋକଙ୍କ ସମସ୍ୟା ସହ ଜଡିତ ହେବା ଉଚିତ

126

ଯାଜପୁର୨୭ା୧୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଭାଷା ନଥିଲେ ସାହିତ୍ୟ ନଥାନ୍ତା । ତେଣୁ ଭାଷା ଜାତିର ଅସ୍ମିତା, ଗର୍ବ ଓ ଗୌରବ ବୋଲି କୋରାଇ ମଣ୍ଡଳ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ କୋରାଇ ମହୋତ୍ସବର ଦ୍ୱ୍ୱିତୀୟ ସନ୍ଧ୍ୟାରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ଅନୁଷ୍ଠିତ ଅଧିବେଶନ କବି କୃଷ୍ଣପ୍ରସାଦ ବସୁ ମଞ୍ଚରେ ସାହିତ୍ୟ ଆଲୋଚନା ସଭା ସଂସଦର ଉପସଭାପତି ପ୍ରଧ୍ୟାପକ ଶିବଚରଣ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉଦ୍‌ଘାଟକ ଭାବେ ରାଜ୍ୟ ଯୋଜନା ଓ ସମନ୍ୱୟ ବିଭାଗର ଅତିରିକ୍ତ ସଚିବ ରୁଦ୍ର ପ୍ରସନ୍ନ ସାହୁ ଉଦ୍‌ଘାଟନ କରି କହିଥିଲେଯେ ଭାଷା ନଥିଲେ ସାହିତ୍ୟ ନଥାନ୍ତା, ଭାଷାକୁ ଉଦ୍‌ଜୀବିତ କରି ରଖିବାକୁ ହେଲେ ଶିକ୍ଷା କ୍ଷେତ୍ରରେ ସଂସ୍କାର ହେବା ଉଚିତ । ତେଣୁ ଭାଷାକୁ ବୁଝିବା ପାଇଁ ସେହିପରି ସାହତ୍ୟ ଲୋଡା । ସେଥିପାଇଁ ନିଷ୍ଠାର ସହ କାର୍ଯ୍ୟକରାଯିବା ଉଚିତ ବୋଲ ଶ୍ରୀ ସାହୁ ବକ୍ତବ୍ୟ ପ୍ରସଙ୍ଗରେ କହିଥିଲେ । ମୁଖ୍ୟଅତିଥି ଭାବେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ଯୋଗଦେଇ ଭାଷା ଥିଲା ବୋଲି ଭୂମି ମିଳିଲା, ଭାଷା ଓ ସାହିତ୍ୟ ସହିତ ଅଂଚଳର ସ୍ୱାଭିମାନ ରଖିବା ଦରକାର ବୋଲି ମତୋକ୍ତି କରିଥିଲେ । ମୁଖ୍ୟ ବକ୍ତାଭାବେ ଗୀତିକାର ନନ୍ଦକିଶୋର ସିଂହ ଓ ଅନ୍ୟତମ ବକ୍ତା ଭାବେ ଅଧ୍ୟାପକ ଅକ୍ଷୟ କୁମାର ମହାନ୍ତି ଯୋଗଦେଇ ଓଡିଆ ଭାଷା ଓ ସାହିତ୍ୟ ପ୍ରତି ସ୍ୱାଭିମାନୀ ରହିବାକୁ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥିଭାବେ ଦିଲ୍ଲୀ ସ୍ଥିତ ଭିଭି ଗିରି ଇନଷ୍ଟିଚ୍ୟୁଟର ପ୍ରାଧ୍ୟାପକ ପ୍ରିୟଦର୍ଶନ ଅମିତାଭ ଖୁଂଟିଆ ଯୋଗଦେଇ ଭାଷା ହିଁ ଆମ ନିଜ ପରିଚୟ ବୋଲି କହିଥିଲେ । ସଂସଦର କାର୍ଯ୍ୟକାରୀ ସଂପାଦକ ଦୟାନିଧି ନାୟକ ଅତିଥି ପରିଚୟ ସହ ମଂଚ ପରିଚାଳନା କରିଥିଲା ବେଳେ ସମ୍ପାଦକ ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଖୁଂଟିଆ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଚଳଚିତ୍ର ଓ ମଂଚଞ୍ଚଅଭିନେତା ତଥା ବରିଷ୍ଠ ପ୍ରଶାସକ ସନ୍ତୋଷ କୁମାର ମିଶ୍ରଙ୍କୁ ସଂସଦ ପକ୍ଷରୁ ‘ସ୍ୱତନ୍ତ୍ର ସମ୍ବର୍ଦ୍ଧନା’ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସହସମ୍ପାଦକ ଅଶୋକ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାଂସ୍କୃତିକ ସଂପାଦକ ବାଇଧର ମାଝୀଙ୍କ ସଂଚାଳନାରେ ବ୍ୟାସଶ୍ରୀ କଳା ନିକେତନ ପକ୍ଷରୁ ନୃତ୍ୟଗୁରୁ ଭୋଳାନାଥ ଘୋଷଙ୍କ ନିର୍ଦେଶନାରେ ନୃତ୍ୟ ପରିବେଷଣ କରାଯାଇଥିଲା । ଆଜି ପୂର୍ବାହ୍ଣରେ ଚତୁର୍ଥ ଅଧିବେଶନ ‘ନାରାୟଣ ତ୍ରିପାଠୀ ମଂଚ’ର ମୁଖ୍ୟଅତିଥିଭାବେ କଟକ କୋର୍ଟର ସବ ଜଜ ସୁଶାନ୍ତ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ତଥା ଗୋକର୍ଣ୍ଣିକାର ସଂପାଦକ ରମାକାନ୍ତ ଜେନା ଓ ଅନ୍ୟତମ ଅତିଥି ଡକ୍ଟର ଅଶୋକ କୁମାର ସିଂହ ଯୋଗଦେଇଥିଲେ । ଏହି ଅବସରରେ କବିତା ପାଠୋତ୍ସବ ବାଇଧର ମାଝିଙ୍କ ପରିଚାଳନାରେ ଅଧ୍ୟାପିକା ରାନ ମହାପାତ୍ର, ବ୍ରଜେଶ୍ୱରୀ ସିଂହ, ମମତା ଘଡାଇ ଓ ପ୍ରଭାତି ରାଉତଙ୍କ ସଂଯୋଜନାରେ ଡକ୍ଟର ପ୍ରଶାନ୍ତ କୁମାର ସ୍ୱାଇଁ, ରୁଦ୍ରନାରାୟଣ ପୃଷ୍ଟି, ପ୍ରମିଳା ପ୍ରତାପ, ବସନ୍ତ ମିଶ୍ର ପ୍ରମୁଖ ଶତାଧିକ କବି ସ୍ୱରଚିତ କବିତ ପାଠକରିଥିଲେ । କୋଷାଧ୍ୟକ୍ଷ ନବଘନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସହସମ୍ପାଦକ ଅଧ୍ୟାପକ ମଳୟ କୁମାର ମଲ୍ଲିକ, ଉପଦେଷ୍ଟା ସୁବାସ ଧଳ, ଅଧ୍ୟାପିକା ସରିତା ପୃଷ୍ଟି, ଭୁବନ ମୋହନ ମହାନ୍ତି, ମହମ୍ମଦ ନସିମୁଲ, କାର୍ତିକ ଚନ୍ଦ୍ର ଦ୍ୱିବେଦୀ ପ୍ରମୁଖ ସଂସଦର କର୍ମକର୍ତା ସଦସ୍ୟମାନେ ପରିଚାଳନାରେ ସହଯୋଗିତା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.