Home ଓଡ଼ିଶା ରଣପୁର ବ୍ଲକ୍ ରଙ୍କଦେଉଳି ସରପଂଚଙ୍କୁ ନିଲମ୍ବନ ନାଏବ୍ ସରପଂଚଙ୍କୁ ଦାୟିତ୍ୱ ପ୍ରଦାନ

ରଣପୁର ବ୍ଲକ୍ ରଙ୍କଦେଉଳି ସରପଂଚଙ୍କୁ ନିଲମ୍ବନ ନାଏବ୍ ସରପଂଚଙ୍କୁ ଦାୟିତ୍ୱ ପ୍ରଦାନ

59

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)ସାରା ରାଜ୍ୟରେ ଗ୍ରାମାଂଚଳର ଉନ୍ନତି ପାଇଁ ପଂଚାୟତରାଜ୍ ଆଇନ୍ ଗଠନ କରାଯାଇଛି । ପଂଚାୟତିରାଜ୍ ଆଇନ୍ ଅନୁସାରେ ନିର୍ବାଚିତ ଜନପ୍ରତିନିଧିମାନେ କାର୍ଯ୍ୟ କରିବା ପାଇଁ ନିତୀ ନିର୍ଦ୍ଧାରଣ କରାଯାଇଛି । ଅନେକ ଯାଗାରେ ନିର୍ବାଚିତ ସରପଂଚ ମାନେ ପଂଚାୟତିରାଜ୍ ମାନୁଆଲ୍ ଅନୁସାରେ କାର୍ଯ୍ୟ କରୁ ନ ଥିବା ଜଣାପଡିଛି । ମହିଳା ସରପଂଚ ମାନଙ୍କର   ସ୍ୱାମୀ, ଦେଢସୁର, ଦିଅର ଓ ପୁଅମାନେ ସରପଂଚଙ୍କ କ୍ଷମତାକୁ ଦୁରୁପେଯାଗ କରୁଥିବା ଦେଖିବାକୁ ମିଲିଛି । କେତେକ ନିର୍ବାଚିତ ସରପଂଚ ମାନେ ପଂଚାୟତରାଜ୍ ଆଇନ୍‌କୁ ବେଖାତିର୍ କରି ଚାଲୁଥିବାର ଅଭିଯୋଗ ହେଉଛି । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଙ୍କଦେଉଳି ଗ୍ରାମ ପଂଚାୟତରେ । ଯାହାର ତଦନ୍ତ କରି ନୟାଗଡ ଜିଲ୍ଲାପାଳଙ୍କ ଚିଠି ନମ୍ବର ୩୮୬ ତା୨୩-୦୪-୨୦୨୧ରିଖ ଅନୁଯାୟୀ ରଙ୍କଦେଉଳି ସରପଂଚ ମାଧବ ଚନ୍ଦ୍ର ସାହୁଙ୍କୁ ନିଲମ୍ବନ କରାଯାଇଛି । ଜିଲ୍ଲାପାଳ ଅଭିଯୋଗ ପାଇ ତଦନ୍ତ କରି ତଦନ୍ତ ରିର୍ପୋଟ୍ ଅନୁଯାୟୀ ଅଭିଯୁକ୍ତ ସରପଂଚ ୩ ଗୋଟି ଲଗାତାର ପଂଚାୟତ ବୈଠକରେ ଅନୁପସ୍ଥିତ ରହିବା ଘଟଣା ଜଣାପଡିଥିଲା । ଓଡିଶା ଗ୍ରାମପଂଚାୟତ ଆଇନ୍ ଧାରା ୨୫(୨) (ଖ) ଓଡିଶା ଗ୍ରାମ ପଂଚାୟତ ଆଇନ୍ ୧୯୬୪ ଅନୁଯାୟୀ ସରପଂଚଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିବା ଜଣାପଡିଛି ।

ଏ ସଂର୍ପକେ ରଣପୁର ପଂଚାୟତ ସମିତି ମଣ୍ଡଳ ଉନ୍ନୟନ ଅଧିକାରୀ ପଂଚାନନ ପଟ୍ଟାୟତ ନୋଟିସ୍ ଜାରି କରିଛନ୍ତି । ଏଥି ସହିତ ନାଏବ୍ ସରପଂଚ ବିଳାସିନୀ ଦେଇଙ୍କୁ ସରପଂଚ ଦାୟିତ୍ୱ ପ୍ରଦାନ କରିଥିବା ଜଣାପଡିଛି । ଘଟଣାଟି ରଣପୁର ଅଂଚଳରେ ଆଲୋଚନାର ବିଷୟବସ୍ତୁ ପାଲଟିଛି । ରଣପୁର ବ୍ଲକ୍ ର ସରପଂଚ ମାନଙ୍କ ମଧ୍ୟରେ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସଂର୍ପକେ ନିଲମ୍ବିତ ରଙ୍କଦେଉଳି ସରପଂଚ ମାଧବ ଚନ୍ଦ୍ର ସାହୁଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଆମ୍ଭେ ଗ୍ରାମ ପଂଚାୟତର ଉନ୍ନତି ମୂଳକ କାର୍ଯ୍ୟ କରିପାରିଲୁ ନାହିଁ  ବୋଲି ନିଲମ୍ବିତ ହୋଇଅଛୁ । କିନ୍ତୁ ଏଥିପାଇଁ ଆମେ ଆଇନ୍ ଅଦାଲତର ଆଶ୍ରୟ ନେବୁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.