Home କୋରାପୁଟ ଭାଲୁ ଆକ୍ରମଣରେ ନାବାଳକ ମୃତ

ଭାଲୁ ଆକ୍ରମଣରେ ନାବାଳକ ମୃତ

63

କୋରାପୁଟ ୨୭-୦୪(ଓଡିଆ ପୁଅ /ରଂଜନ ଦାସ)ଭାଲୁ ଆକ୍ରମଣରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ଜଣାପଡିଛି ।ସୂଚନା ମୁତାବକ କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ ଲାଣ୍ଡିଗୁଡା ଗ୍ରାମ ଗୈାଡସାହିର ନାବାଳକ ମଙ୍ଗରାଜ ଗୈାଡ(୧୨) ଗାଈ ଚରାଇବାକୁ ଲାଣ୍ଡିଗୁଡାସ୍ଥିତ କଲେଜ ନିକଟକୁ ଯାଇଥିଲା ।ସେହି ସମୟରେ ଏକ ଭାଲୁ ଆକ୍ରମଣ କରି ମଙ୍ଗରାଜ ଦେହର ଅନେକ ଅଂଶ  କ୍ଷତବିକ୍ଷତ ହୋଇଥିଲା ।ଗାଁ ଲୋକ ଖବର ପାଇ  ୧୨ ଘ.୩୦ ମିନିଟ ସମୟରେ ଘଟଣାସ୍ଥଳକୁ ଯାଇ ମଙ୍ଗରାଜକୁ ଘରକୁ ଆଣିଥିଲେ ପରିବାର ଲୋକ ପ୍ରକାଶ କରିଥିଲେ ।ଆମ୍ବୁଲାନସକୁ ଫୋନ କରିବା ପରେ ଗୁରୁତର ମଙ୍ଗରାଜକୁ ପ୍ରାୟ ୩ ଘ. ସମୟରେ  କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ ଆଣିଥିଲେ ।କିନ୍ତୁ ଡାକ୍ତର ତାର ମୃତ୍ୟୁହୋଇଯାଇଥିବା ଘୋଷଣା କରିଥିଲେ ।କୋରାପୁଟରେ ଶବ ବ୍ୟବଛେଦ କରାଯିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.